Advertisment

ବେଙ୍ଗଲ କଂଗ୍ରେସ ମୁଖିଆ ପଦରୁ ଅଧୀରଙ୍କ ଇସ୍ତଫା

ଅଧୀର ଇସ୍ତଫା ଦେଇଥିବା ବେଳେ ଏହାକୁ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି। ସେହିପରି ଅଧୀରଙ୍କ ସ୍ଥାନରେ କିଏ କଂଗ୍ରେସର ବେଙ୍ଗଲ ମୁଖିଆ ହେବେ, ତା’କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Adhir Ranjan Chowdhury

Adhir Ranjan Chowdhury

Advertisment

ଲୋକସଭା ନିର୍ବାଚନରେ କ୍ରିକେଟର ୟୁସୁଫ ପଠାନଙ୍କ ଠାରୁ ପରାସ୍ତ ହୋଇଥିବା କଂଗ୍ରେସ ଭେଟରାନ ଅଧୀର ରଞ୍ଜନ ଚୌଧୁରୀ ଆଜି ଦଳର ବେଙ୍ଗଲ ମୁଖିଆ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ରାଜ୍ୟ କଂଗ୍ରେସର ପଦାଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନର ସମୀକ୍ଷା ହୋଇଥିଲା। ବୈଠକ ପରେ ଅଧୀର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ଅଧୀର ଇସ୍ତଫା ଦେଇଥିବା ବେଳେ ଏହାକୁ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରିଛନ୍ତି କି ନାହିଁ, ସେକଥା ଜଣାପଡ଼ିନି। ସେହିପରି ଅଧୀରଙ୍କ ସ୍ଥାନରେ କିଏ କଂଗ୍ରେସର ବେଙ୍ଗଲ ମୁଖିଆ ହେବେ, ତା’କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ନିଜର ଇସ୍ତଫା ଖବରକୁ ନିଶ୍ଚିତ କରି ଶ୍ରୀ ଚୌଧୁରୀ କହିଛନ୍ତି, “ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ହେବା ପରେ ରାଜ୍ୟଗୁଡ଼ିକରେ ସଭାପତି ବୋଲି ଆଉ କେହି ନାହାନ୍ତି। ଯେତେବେଳେ ରାଜ୍ୟରେ ପୂର୍ଣ୍ଣକାଳୀନ ସଭାପତି ନିଯୁକ୍ତ ହେବେ, ସେକଥା ଆପଣମାନେ ଜାଣିପାରିବେ।”

Advertisment

ଦିନକ ତଳେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ ଭେଟରାନ ପି ଚିଦାମ୍ବରମ ପଶ୍ଚିମଙ୍ଗର ସଚିବାଳୟ ନବାନ୍ନଙ୍କୁ ଆସିଥିଲେ। ଏଠାରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ପ୍ରାୟ ୩୫ ମିନିଟ ଧରି ଆଲୋଚନା କରିଥିଲେ। ଏହି ବୈଠକ ପରେ ହିଁ ଚୌଧୁରୀ କଂଗ୍ରେସ ସଭାପତି ପଦ ଛାଡ଼ିଛନ୍ତି।

ମୁର୍ଶିଦାବାଦର ବହରମପୁରରୁ ୫ଥର ଲୋକସଭାକୁ ଯାଇଥିବା ଅଧୀନ ଏଥର ଟିଏମସି ପ୍ରାର୍ଥୀ ପଠାନଙ୍କ ଠାରୁ ପରାସ୍ତ ହୋଇଥିଲେ।

Adhir Ranjan Chowdhury Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe