Advertisment

'ମମତା ହେଉଛନ୍ତି ବେଇମାନ ଓ ଅହଂକାରୀ, ସୋନିଆ ତାଙ୍କୁ ଭିକ ମାଗିବେନି'

ତ୍ରୁଣମୂଳ କଂଗ୍ରେସ ଓ ବିଜେପି ମିଶିଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ।

author-image
Madhupriya Mistry
Mamata And Sonia

Mamata And Sonia

ଗୋଟିଏ ପଟେ 'ଇଣ୍ଡିଆ' ବ୍ଲକରେ ସିଟ୍‌ ବଣ୍ଟନକୁ ନେଇ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ନେତାମାନେ ପରସ୍ପର ଉପରେ ଆକ୍ରମଣ କରିବାକୁ ଲାଗିଛନ୍ତି। ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଛି। ତେବେ ଏହି ବୈଠକରେ ଯୋଗଦେଇନି ଟିଏମ୍‌ସି। ଏହାକୁ ନେଇ ଏବେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ଏପରି କି ସେ ତାଙ୍କୁ ବେଇମାନ ଓ ଅହଂକାରୀ ବୋଲି ମଧ୍ୟ କହିଦେଇଛନ୍ତି।

Advertisment

ମମତାଙ୍କୁ ଟାର୍ଗେଟ୍‌ କରି ଅଧୀର ରଞ୍ଜନ କହିଛନ୍ତି, 'ଏହି ମହିଳା (ମମତା ବାନାର୍ଜୀ) ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଜଣେ ନେତା ହୋଇଥିଲେ। ଏହି ମହିଳା (ମମତା) ଏତେ ବେଇମାନ ଓ ଅହଂକାରୀ ଯେ ଯିଏ ତାଙ୍କୁ ରାଜନୀତିକୁ ଆଣିଥିଲା ଏବେ ସେହି ଲୋକଙ୍କ ପ୍ରତି ସେ ଅହଂକାର ଦେଖାଉଛନ୍ତି।'

ଅଧୀର ରଞ୍ଜନ ଗଣମାଧ୍ୟମ ଆଗରେ ଆହୁରି କହିଛନ୍ତି, 'ସୋନିଆ ଗାନ୍ଧି ଆପଣଙ୍କୁ ଭିକ ମାଗିବେ ନାହିଁ। ଆପଣଙ୍କ ଅହଂକାର ଦିନେ ନା ଦିନେ ଭାଙ୍ଗିବ। ଆମଣ ମୋଦିଙ୍କୁ ଧୋକା ଦେବାକୁ ଚାହୁଁନାହାନ୍ତି, ଏଥିପାଇଁ ସିଟ୍‌ ବଣ୍ଟନକୁ ନେଇ ଆପୋଷ ବୁଝାମଣା ଚାହୁଁନାହାନ୍ତି। ବିଜେପି ହିନ୍ଦୁତ୍ୱ ରାଜନୀତି କରିବ ଏବଂ ତୁମେ ହିନ୍ଦୁତ୍ୱକୁ ରୋକିବା ପାଇଁ ରାଜନୀତି କରିବ। ତୁମର ମିଳନ ହୋଇସାରିଛି। ମୋଦି ଅଯୋଧ୍ୟାର କୀର୍ତ୍ତନ କରୁଛନ୍ତି ଏବଂ ମମତା ଗଙ୍ଗାସାଗରର କୀର୍ତ୍ତନ କରୁଛନ୍ତି। ଅଯୋଧ୍ୟା ଏବଂ ଗଙ୍ଗାସାଗର ପୂର୍ବରୁ ନଥିଲା କି ବୋଲି କଂଗ୍ରେସ ସାଂସଦ ପ୍ରଶ୍ନ କରିଛନ୍ତି।

Advertisment

ତ୍ରୁଣମୂଳ କଂଗ୍ରେସ ଓ ବିଜେପି ମିଶିଥିବା ନେଇ ଅଭିଯୋଗ ଆଣିବା ସହ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୁ ଭୋଟ୍‌ର ଠେକା ନେଇ ଯାଇଥିବା କଂଗ୍ରେସ ସାଂସଦ ଟାର୍ଗେଟ୍‌ କରି କହିଛନ୍ତି।

ଉତ୍ତରପ୍ରଦେଶ ଠାରୁ ମହାରାଷ୍ଟ୍ର ଏବଂ ବିହାରରୁ ପଶ୍ଚିମବଙ୍ଗ ଯାଏଁ ଇଣ୍ଡିଆ ବ୍ଲକରେ ଝଗଡ଼ା ଓ ମତଭେଦ ଭିତରେ ଆଜି ମୋଦି ବିରୋଧୀ ମିଳିତ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏହାପରେ ପୂରା ଦେଶର ନଜର ରହିଛି। ଏଥିରେ ମେଣ୍ଟକୁ ମଜବୁତ କରିବା, ସିଟ୍ ବଣ୍ଟନ ଉପରେ ରଣନୀତି ପ୍ରସ୍ତୁତ କରିବା ଏବଂ ଇଣ୍ଡିଆ ମେଣ୍ଟର ସଂଯୋଜକ ନିଯୁକ୍ତ କରିବା ଉପରେ ଆଲୋଚନା ହେବ। କିନ୍ତୁ ଟିଏମସି ଏହି ବୈଠକରେ ଯୋଗ ଦେଇନାହିଁ। ସେହିପରି ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଦଳ ମଧ୍ୟ ଏହି ବୈଠକୁ ଯାଇନି। ଉଦ୍ଧବଙ୍କ ଦଳର କୌଣସି ନେତା ଭର୍ଚୁଆଲ ମିଟିଂରେ ଯୋଗ ଦେଉନାହାନ୍ତି। ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଉଦ୍ଧବ ମେଣ୍ଟକୁ ନେଇ ସହମତି ନୁହଁନ୍ତି। ସିଟ୍‌ ବଣ୍ଟନକୁ ନେଇ ଏଠି କଳହ ବଢ଼ିବାରେ ଲାଗିଛି। ଉଦ୍ଧବ ଠାକରେ ୨୩ଟି ଆସନକୁ ନେଇ ଜିଦ୍ ଧରିବସିଛନ୍ତି କିନ୍ତୁ କଂଗ୍ରେସ ୧୮ରୁ ଅଧିକ ସିଟ୍ ଦେବାକୁ ପ୍ରସ୍ତୁତ ନୁହେଁ। ତେଣୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

Congress Mamata Banerjee TMC India Alliance Meet Adhir Ranjan Chaudhary