Advertisment

ନବୀନଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଦିତ୍ୟ ମହାପାତ୍ର

ଶ୍ରୀ ମହାପାତ୍ର ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଏବେ ସରକାର ପରିବର୍ତ୍ତନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ଅନୁରୋଧ ପରେ ଶ୍ରୀ ମହାପାତ୍ରଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

undefined

Naveen Pattnayak

Advertisment

ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

Advertisment

ଶ୍ରୀ ମହାପାତ୍ର ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଏବେ ସରକାର ପରିବର୍ତ୍ତନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ଅନୁରୋଧ ପରେ ଶ୍ରୀ ମହାପାତ୍ରଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସରକାର ପରିବର୍ତ୍ତନ ହେବାପରେ ଶ୍ରୀ ମହାପାତ୍ରଙ୍କୁ ସଂସଦୀୟ ବ୍ୟାପାର ବିଭାଗକୁ ବଦଳି କରାଯାଇଥିଲା ଓ ଏବେ ତାଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି । ବିଜେଡି ସରକାର ସମୟରେ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ଅଣଆନୁଷ୍ଠାନିକ ଭାବେ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।

ଅନ୍ୟପକ୍ଷରେ ନବୀନ ନିବାସରେ ବିଜେଡି ସାଂଗଠନିକ ବ୍ୟାପାର ବୁଝୁଥିବା ଓଏଏସ୍ ରବୀନ୍ଦ୍ର ସେଠୀଙ୍କୁ ନିରାଶ ହେବାକୁ ପଡ଼ିଛି । ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିଲେ । ଏବେବି ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳୁଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

Advertisment
BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe