Advertisment

ଡେବ୍ୟୁରେ ବାପାଙ୍କ ପରାଜୟର ପ୍ରତିଶୋଧ ନେଲେ ଆଦିତ୍ୟ ସୂର୍ଯ୍ୟେୱାଲା

୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ଲୀଲା ରାମ ୧୨୪୬ ଖଣ୍ଡ ଭୋଟରେ ରଣଦୀପ ସୂର୍ଯ୍ୟେୱାଲାଙ୍କୁ ହରାଇ ଦେଇଥିଲେ। ଏବେ ତାଙ୍କର ୨୫ ବର୍ଷୀୟ ପୁଅ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି।

Congress

Congress

Advertisment

ମାତ୍ର ୨୫ ବର୍ଷ ବୟସରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା କଂଗ୍ରେସର ରାଜ୍ୟସଭା ସାଂସଦ ରଣଦୀପ ସିଂହ ସୂର୍ଯ୍ୟେୱାଲାଙ୍କ ପୁଅ ଆଦିତ୍ୟ କମାଲ କରିଛନ୍ତି। ସେ ହରିୟାଣା ନିର୍ବାଚନରେ ଡେବ୍ୟୁ କରିଥିବା ବେଳେ କୈଥାଲ ଆସନରୁ ୮,୧୨୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

Advertisment

ହରିୟାଣା ବିଧାନସଭା ନିର୍ବାଚନର ସବୁଠାରୁ କନିଷ୍ଠ ପ୍ରାର୍ଥୀ ହେବାର ରେକର୍ଡ କରିଥିଲେ ଆଦିତ୍ୟ। ତାଙ୍କୁ ନିର୍ବାଚନରେ ୮୩,୭୪୪ ଖଣ୍ଡ ଭୋଟ ମିଳିଛି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ଭେଟରାନ ଲୀଲା ରାମ(୬୩) ୭୫,୬୨୦ ଖଣ୍ଡ ଭୋଟ ପାଇଛନ୍ତି।

୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ଲୀଲା ରାମ ୧୨୪୬ ଖଣ୍ଡ ଭୋଟରେ ରଣଦୀପ ସୂର୍ଯ୍ୟେୱାଲାଙ୍କୁ ହରାଇ ଦେଇଥିଲେ। ଏବେ ତାଙ୍କର ୨୫ ବର୍ଷୀୟ ପୁଅ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି।

Advertisment

ଆଦିତ୍ୟ ସୂର୍ଯ୍ୟେୱାଲା ବ୍ରିଟିଶ କଲୋମ୍ବିଆ ବିଶ୍ୱବିଦ୍ୟାଳୟରୁ ନିକଟରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ନିଜର ଜେଜେବାପା ଶମଶେର ସିଂହ ସୂର୍ଯ୍ୟେୱାଲା ଓ ବାପା ରଣଦୀପ ସୂର୍ଯ୍ୟେୱାଲାଙ୍କ ପଦା ଅନୁସରଣ କରି କଂଗ୍ରେସରେ ସାମିଲ ହୋଇଥିଲେ।

ପ୍ରଚାର ବେଳେ ବିରୋଧୀ ତାଙ୍କୁ ସୁପର ଫରେନର କହି କଟାକ୍ଷ କରୁଥିଲେ। ହେଲେ ସେ ବାପାଙ୍କ ତତ୍ତ୍ୱାବଧାନରେ ପ୍ରଚାର କରିବାରେ ଲାଗିଥିଲେ। ବିକାଶ, ନିଯୁକ୍ତି ଓ କୈଥାଲରେ ରାସ୍ତା ନିର୍ମାଣ ତାଙ୍କ ଫୋକସରେ ରହିଥିଲା। ଶେଷରେ ସେ ବିଜୟୀ ହୋଇଛନ୍ତି।

Haryana News Randeep Surjewala Haryana Assembly Election Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe