Advertisment

ଦେଢ଼ଶୁର କଳିକେଶଙ୍କୁ ଭୋଟ୍‌ ନଦେବା ପାଇଁ ଅପିଲ୍‌ କଲେ ଅଦ୍ରିଜା ମଞ୍ଜରୀ

ଅଦ୍ରିଜା ମଞ୍ଜରୀ ସିଂହଦେଓ କହିଛନ୍ତ କହିଛନ୍ତି, ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀରୁ ମୋ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓ ବିଧାୟକ ପ୍ରାର୍ଥୀ ଓ ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓ ସାଂସଦ ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ ପରିବାରର ବହୂ ହିସାବରେ ନିର୍ବାଚନରେ ପ୍ରଚାର କରିବା ପାଇଁ ବଲାଙ୍ଗିର ଆସିଥିଲି।

author-image
Manoranjan Sial
Balangir

Balangir

ଭୋଟ୍‌ ସମୟରେ ରୋଚକ ହେଉଛି ବଲାଙ୍ଗିର ରାଜ ପରିବାର କଳି। ପ୍ରଥମେ ଭିଡିଓ ସେୟାର କଲେ। ଏବେ ବଲାଙ୍ଗିର ଆସି ସର୍ବ ସମ୍ମୁଖରେ ରାଜ ପରିବାରର ଗୁମର ଖୋଲିଲେ ଅନଙ୍ଗ ଉଦୟସିଂହଦେଓଙ୍କ ସାନ ବୋହୂ ଅଦ୍ରିଜା ମଂଜରୀ ସିଂହଦେଓ। ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓଙ୍କୁ ଭୋଟ୍‌ ନଦେବା ପାଇଁ ବଲାଙ୍ଗିରବାସୀଙ୍କୁ ଅପିଲ୍‌ କରିଛନ୍ତି।

Advertisment

ଅଦ୍ରିଜା ମଞ୍ଜରୀ ସିଂହଦେଓ କହିଛନ୍ତ କହିଛନ୍ତି, ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀରୁ ମୋ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓ ବିଧାୟକ ପ୍ରାର୍ଥୀ ଓ ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓ ସାଂସଦ ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ ପରିବାରର ବହୂ ହିସାବରେ ନିର୍ବାଚନରେ ପ୍ରଚାର କରିବା ପାଇଁ ବଲାଙ୍ଗିର ଆସିଥିଲି। ଆଉ ନିର୍ବାଚନ ପ୍ରଚାର କରି ପରିବାରର ବୋହୂ ହିସାବରେ କର୍ତ୍ତବ୍ୟ ସମ୍ପାଦନ କରିଥିଲି। କିନ୍ତୁ ଦୁର୍ଭାଗ୍ୟର କଥା ଉଭୟ ନିର୍ବାଚନରେ ହାରି ଯାଇଥିଲେ ବୋଲି ଅଦ୍ରିଜା କହିଥିଲେ।

ସେ ଆହୁରି ଲେଖିଛନ୍ତି, ନିର୍ବାଚନରେ ହାରିଯିବା ପରେ ପରିବାର ତରଫରୁ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର। ଯେଉଁଥିରୁ ବର୍ତ୍ତିବା ପାଇଁ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲି। ପ୍ରଥମେ ଡେରାଡୁନ୍‌(ଉତ୍ତରାଖଣ୍ଡ) ପୁଲିସ୍‌ରେ ସ୍ୱାମୀ, ଶ୍ୱଶୁର, ଶାଶୁ, ଦେଢ଼ଶୁର, ବଡ଼ଯାଆ(କଳିକେଶଙ୍କ ପତ୍ନୀ) ଓ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ ବଲାଙ୍ଗିର ପୁଲିସ୍‌ର ସହଯୋଗ ଲୋଡ଼ିଥିଲି। କିନ୍ତୁ ଦୁଃଖର ବିଷୟ ନାରୀ ସଶକ୍ତିକରଣ ଓ ନାରୀ ସୁରକ୍ଷାର ଡିଡିମ୍ୱ ପିଟୁଥିବା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ଏପରିକି ବଲାଙ୍ଗିର ସ୍ଥିତ ଶ୍ୱଶୁର ଘରକୁ ଆସିବା ପାଇଁ ମାଗିଥିବା ସୁରକ୍ଷା କର୍ମୀ ମଧ୍ୟ ଦେଇନଥିଲେ। ଓଲଟା ସେହି ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରିଛି। ଏହି ପରିପ୍ରେକ୍ଷୀରେ ମୁଁ ବଲାଙ୍ଗିରର ମାଆ, ମାଉସୀ ଓ ଗୁରୁଜନଙ୍କୁ ଅନୁରୋଧ କରୁଛି, ଯେଉଁ ପରିବାର ନିଜ ବୋହୂଙ୍କୁ ଶାରୀରିକ, ମାନସିକ ତଥା ଯୌତୁକ ନିର୍ଯାତନା ଦେବା ଭଳି ଘୃଣିତ କାର୍ଯ୍ୟ କରୁଛନ୍ତି, ସେହି ପରିବାରରୁ ନିର୍ବାଚନ ଲଢ଼ୁଥିବା କଳିକେଶ ନାରାୟଣ ସିଂହଦେଓଙ୍କୁ ଭୋଟ୍‌ ଦିଅନ୍ତୁ ନାହିଁ। ଏପରି ପରିବାର ଓ ପ୍ରାର୍ଥୀଙ୍କ ହାତରେ ବଲାଙ୍ଗିରର ମାଆ ଓ ମାଉସୀକେବେ ମଧ୍ୟ ସୁରକ୍ଷିତ ନୁହଁନ୍ତି ବୋଲି ଅଦ୍ରିଜା ଚିଠିରେ ଲେଖିଛନ୍ତି।

Advertisment

ଆଉ ଟିକେ ଭାବ ବ୍ୟୁହଳ ହୋଇ ଅଦ୍ରିଜା ଲେଖିଛନ୍ତି, ମୁଁ ପୀଡ଼ିତା। ମୋର ବିଶ୍ୱାସ, ଏହି ଲଢ଼େଇରେ ମୋତେ ନ୍ୟାୟ ମିଳିବ। ଘରର ବୋହୂକୁ ୨୦୧୯ ନିର୍ବାଚନରେ ବ୍ୟବହାର କରି ନିର୍ବାଚନରେ ହାରିବା ପରେ ମୋର ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ବିରୋଧରେ ଭୋଟ୍‌ ମାଧ୍ୟମରେ ଏହି କଳୁଷିତ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିବାରକୁ ଲୋକେ ଉଚିତ ଜବାବ ଦେବେ। ମୋତେ ନ୍ୟାୟ ପ୍ରଦାନ କରିବେ ବୋଲି ମୋର ବିଶ୍ୱାସ। ସମସ୍ତଙ୍କୁ ମୋର ଜୁହାର ବୋଲି ଅଦ୍ରିଜା ଲେଖିଛନ୍ତି।

ଅଦ୍ରିଜାଙ୍କ ଅଭିଯୋଗ ନେଇ ଜବାବ ରଖିଛନ୍ତି ସ୍ୱାମୀ ଅର୍କେଶ କହିଛନ୍ତି, କଣ୍ଟାବାଞ୍ଜିରେ ନାମାଙ୍କନ ଦାଖଲ କରିବା ପରେ ବଲାଙ୍ଗିରରେ ଯାହା ନବୀନ ବାବୁଙ୍କ ହାୱା ଚାଲିଛି, ବର୍ତ୍ତମାନ କଂଗ୍ରେସର ପରିସ୍ଥିତି ଭଲନାହିଁ। କଂଗ୍ରେସ ହାରିବା ସୁନିଶ୍ଚିତ। ସେଇଟା ସେମାନେ ସହି ପାରୁନାହାନ୍ତି। ସେଥିପାଇଁ ସେମାନେ ଯାହା ପରେ ତାହା କହୁଛନ୍ତି ବୋଲି ଅର୍କେଶ କହିଛନ୍ତି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

BjD Balangir