Advertisment

‘ଭାରତ ରତ୍ନ ମୋର ନୀତି ଓ ଆଦର୍ଶକୁ ମିଳିଛି’

ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ ଯାଉଥିବାରୁ ଆଡଭାନୀ କୃତଜ୍ଞତା ଜଣାଇଛନ୍ତି।

author-image
Hemant Lenka
LK advani

LK advani

ଭେଟରାନ ରାଜନେତା ଲାଲକୃଷ୍ଣ ଆଡଭାନୀ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏ ସମ୍ପର୍କରେ ଘୋଷଣା କରିଥିଲେ।

Advertisment

ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ ଯାଉଥିବାରୁ ଆଡଭାନୀ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ଭାରତ ରତ୍ନ କେବଳ ବ୍ୟକ୍ତିଗତ ଭାବେ ତାଙ୍କୁ ମିଳି ନାହିଁ। ବରଂ ଜୀବନବ୍ୟାପୀ ସେ ଯେଉଁ ନୀତି ଓ ଆଦର୍ଶକୁ ଅନୁପାଳନ କରିଚାଲିଥିଲେ, ତାକୁ ଭାରତ ରତ୍ନ ମିଳିଛି ବୋଲି ଆଡଭାନୀ କହିଛନ୍ତି।

ସେ କହିଛନ୍ତି, “ଅତ୍ୟନ୍ତ ବିନମ୍ରତା ଓ କୃତଜ୍ଞତାର ସହ ମୁଁ ଭାରତ ରତ୍ନକୁ ଗ୍ରହଣ କରୁଛନ୍ତି। ଏହା କେବଳ ମୋର ବ୍ୟକ୍ତିଗତ ସମ୍ମାନ ନୁହେଁ, ଏହା ଜୀବନ ବ୍ୟାପୀ ମୁଁ ଯେଉଁ ନୀତି ଓ ଆଦର୍ଶକୁ ଯଥା ସମ୍ଭବ ପାଳନ କରିବାକୁ ଚେଷ୍ଟା କରିଛି, ତା’ର ସମ୍ମାନ।”

Advertisment

ଭାରତ ରତ୍ନରେ ସମ୍ମାନୀତ କରାଯିବାକୁ ଥିବାରୁ ଆଡଭାନୀ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ତାଙ୍କ ପରିବାର ସମସ୍ତ ସଦସ୍ୟ ଓ ବିଶେଷ କରି ଦିବଂଗତ ପତ୍ନୀ କମଳା ଆଡଭାନୀଙ୍କୁ ମଧ୍ୟ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି।

ଆଡଭାନୀ କହିଛନ୍ତି, “୧୪ ବର୍ଷ ବୟସରେ ଆରଏସଏସରେ ମୁଁ ଯେତେବେଳେ ସ୍ୱେଚ୍ଛାସେବୀ ଭାବେ ଯୋଗ ଦେଲି ସେତେବେଳେ ମୁଁ ଦେଶ ପାଇଁ ସେବା କରିବାର ସୌଭାଗ୍ୟ କାମନା କରିଥିଲି। ମୋତେ ଜୀବନ ଯାହା ବି କାମ ଦେବ, ସେସବୁ କରିପାରିବି ବୋଲି ଚାହୁଁଥିଲି।

ପଣ୍ଡିତ ଦିନଦୟାଲ ଉପାଧ୍ୟୟ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ସୌଭାଗ୍ୟ ମନେ କରୁଛି।” ଆଡଭାନୀ ଦଳର ସମସ୍ତ କର୍ମୀ ଓ ସ୍ୱୟଂ ସେବକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଲାଲକୃଷ୍ଣ ଆଡଭାନୀ ୨୦୦୨ରୁ ୨୦୦୪ ଯାଏ ଦେଶର ଉପ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବିଜେପିର ସେ ଜଣେ ପ୍ରତିଷ୍ଠାତା ସଦସ୍ୟ। ସେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଦୀର୍ଘ ସମୟ କାର୍ଯ୍ୟ କରିଥିବା ଗୃହମନ୍ତ୍ରୀ। ଏଥିସହ ଲୋକସଭାରେ ମଧ୍ୟ ସର୍ବାଧିକ ସମୟ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରିଛନ୍ତି। ୨୦୦୯ ସାଧାରଣ ନିର୍ବାଚନ ସମୟରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ ଲାଲକୃଷ୍ଣ ଆଡଭାନୀ।

Bharat Ratna LK Advani