Advertisment

Mood of the Nation: ଆନ୍ଧ୍ରରେ ଖାତା ଖୋଲି ପାରିବେ ନାହିଁ NDA ଓ INDIA

୨୦୧୯ରେ ଗାଦିଚ୍ୟୁତ ହୋଇଥିବା ତେଲୁଗୁ ଦେଶମ ପାର୍ଟି(ଟିଡିପି) ଆନ୍ଧ୍ରରେ ସବୁଠାରୁ ଅଧିକ ଆସନ ଜିତବ ବୋଲି Mood of the Nation ସର୍ଭେରେ ଦାବି କରାଯାଇଛି।

author-image
Hemant Lenka
TDP

TDP

ଆନ୍ଧ୍ର ପ୍ରଦେଶରେ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା ବଡ଼ ବଡ଼ ବିରୋଧୀ ଦଳ ଏକାଠି ଗଠନ କରିଥିବା ଇଣ୍ଡିଆ ମେଣ୍ଟକୁ ଲାଗିବ ଝଟକା। କାରଣ ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ ଓ ଇଣ୍ଡିଆ ଗୋଟିଏ ହେଲେ ଆସନ ଜିତି ପାରିବେ ନାହିଁ।

Advertisment

ଏଠାରେ ଆଞ୍ଚଳିକ ଦଳର ଦବଦବା ଦେଖିବାକୁ ମିଳିବ। ୨୦୧୯ରେ ଗାଦିଚ୍ୟୁତ ହୋଇଥିବା ତେଲୁଗୁ ଦେଶମ ପାର୍ଟି(ଟିଡିପି) ଆନ୍ଧ୍ରରେ ସବୁଠାରୁ ଅଧିକ ଆସନ ଜିତବ ବୋଲି Mood of the Nation ସର୍ଭେରେ ଦାବି କରାଯାଇଛି।

ସର୍ଭେରେ କୁହାଯାଇଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ରାଜ୍ୟର ୨୫ଟି ଆସନରୁ ୧୭ଟିରେ ବାଜିତମାତ କରିବ। ସେହିପରି କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସ କେବଳ ୮ଟି ଆସନ ଜିତିବାକୁ ସକ୍ଷମ ହେବ।

Advertisment

ୱାଇଏସ୍‌ଆର କଂଗ୍ରେସର ଭୋଟ ଭାଗ ୪୧% ରହିବାକୁ ଥିବା ବେଳେ ଟିଡିପି ୪୫% ଭୋଟ ପାଇବ। ବିଜେପି ନେତୃତ୍ୱାଧୀନ ଏନଡିଏ ୨% ଓ ଇଣ୍ଡିଆ ମେଣ୍ଟ ୩% ଭୋଟ ପାଇବେ।

୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ ୨୫ଟି ଆସନରୁ ୱାଇଏସ୍‌ଆର କଂଗ୍ରେସ ୨୨ଟିରେ ଜିତିଥିଲା। ହେଲେ ୫ ବର୍ଷ ପରେ ସ୍ଥିତି ପୂରା ବଦଳି ଯାଇଛି। ୨୨ରୁ ୱାଇଏସ୍‌ଆର କଂଗ୍ରେସ ସିଧା ୮କୁ ଖସିଯିବ। ଟିଡିପି ୨୦୧୯ରେ ୩ଟି ଆସନ ଜିତିଥିବା ବେଳେ ୨୦୨୪ରେ ୧୭ଟି ଆସନ ପାଇବ ବୋଲି ସର୍ଭେରେ ଦାବି କରାଯାଇଛି।

Andhra Pradesh Mood Of The Nation