Advertisment

‘ବାହାନା ନୁହେଁ, ପରିବର୍ତ୍ତନ ଦରକାର’ ଗୀତ ରିଲିଜ କଲା ବିଜେପି

ଗୀତ ଜରିଆରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଆପ୍‌ ସରକାର ସମୟରେ ଦିଲ୍ଲୀରେ ହୋଇଥିବା ସମସ୍ୟାକୁ ଗୀତ ଜରିଆରେ ବିଜେପି ଦେଖାଇବାକୁ ଚେଷ୍ଟା କରିଛି।

BJP

BJP

Advertisment

ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଗୋଟିଏ ପ୍ରଚାର ଗୀତ ରିଲିଜ କରାଯାଇଛି। ଏହାର ନାଁ ବାହାନା ନୁହେଁ ପରିବର୍ତ୍ତଦ ଦରକାର ରଖାଯାଇଛି। ଦଳ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୨.୨୬ ମିନିଟର ପ୍ରଚାର ଗୀତକୁ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଏକ୍ସରେ ଶେୟାର କରିଛନ୍ତି।

Advertisment

ଗୀତ ଜରିଆରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଆପ୍‌ ସରକାର ସମୟରେ ଦିଲ୍ଲୀରେ ହୋଇଥିବା ସମସ୍ୟାକୁ ଗୀତ ଜରିଆରେ ବିଜେପି ଦେଖାଇବାକୁ ଚେଷ୍ଟା କରିଛି।

ଗୀତକୁ ଶେୟାର କରି ଅମିତ ମାଲବ୍ୟ ଲେଖିଛନ୍ତି ଯେ “ଏହି ଗୀତ ସବୁ ଦିଲ୍ଲୀବାସୀଙ୍କ ସ୍ୱର। ଏହା ଦିଲ୍ଲୀର ଗୀତ। ଆପ୍‌ର ସଦସ୍ୟମାନେ ମଧ୍ୟ ଏହି ଗୀତକୁ ବେଶ ପସନ୍ଦ କରିବେ। ସେମାନେ ନିଜର ଦ୍ୱାର ବନ୍ଦ କରିପାରିବେ ଓ ଗୀତରେ ନାଚି ପାରିବେ।”

Advertisment

ବିଜେପି ୨୬ ବର୍ଷ ହେଲାଣି ଦିଲ୍ଲୀରେ କ୍ଷମତା ଦଖଲ କରିପାରି ନାହିଁ। ଏଥର ଦଳ କ୍ଷମତା ଦଖଲ କରିବା ଉଦ୍ଦେଶ୍ୟରେ ଜୋରଦାର ପ୍ରଚାର ଆରମ୍ଭ କରିଛି। ଏହିକ୍ରମରେ ଆଜି ପ୍ରଚାର ଗୀତ ରିଲିଜ କରାଯାଇଛି। ଏହି ଗୀତକୁ ବିଜେପିର ଦିଲ୍ଲୀ ସାଂସଦ ମନୋଜ ତିୱାରୀ ଗାଇଛନ୍ତି।

ବିଜେପି ପୂର୍ବରୁ ଆପ୍‌ ମଧ୍ୟ ତା’ର ପ୍ରଚାର ଗୀତ ରିଲିଜ କରିଥିଲା। ଏହାର ଶୀର୍ଷକ ପୁଣି ଆଣିବା କେଜ୍ରିୱାଲ ରହିଛି। ୩.୨୯ ମିନିଟର ଏହି ସରକାରଙ୍କ ସଫଳତା ଓ ସରକାର କେମିତି ଲୋକଙ୍କ ପାଖରେ ପହଞ୍ଚିଛନ୍ତି, ତା’ର ଦୃଶ୍ୟ ରହିଛି।

ଗୀତ ରିଲିଜ ପରେ କେଜ୍ରିୱାଲ କହିଥିଲେ, “ଆମେ ଆମ ନିର୍ବାଚନକୁ ଉତ୍ସବ ଭଳି ପାଳନ କରିଥାଉ। ଲୋକମାନେ ଆମ ଗୀତକୁ ଅପେକ୍ଷା କରିଥିଲେ। ଏବେ ଏହା ରିଲଜ ହୋଇଛି। ଲୋକମାନେ ଏହି ଗୀତରେ ନାଚି ପାରିବେ।”

ବିଜେପିକୁ କଟାକ୍ଷ କରି ସେ କହିଛନ୍ତି, “ମୁଁ ଭଲ ଭାବେ ଜାଣିଛି ଯେ ବିଜେପିର ନେତାମାନେ ମଧ୍ୟ ଆମ ଗୀତକୁ ପସନ୍ଦ କରିବେ। ସେମାନେ ମଧ୍ୟ ଆମ ଗୀତରେ ନିଜ ରୁମ ଭିତରେ ନାଚି ପାରିବେ।”

Delhi Assembly Election Bjp Delhi Election AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe