Advertisment

କାଲି ବିଜେଡି ନେତ୍ରୀଙ୍କ ଢ଼ାବାରେ ଲାଗିଥିଲା ଲଟ୍‌କା; ଆଜି ଖାଲି ହେଉଛି ଜିନିଷ

ଯାଜପୁରର ନେଉଳପୁରସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ଏହି ବଲ୍ଲେ ବଲ୍ଲେ ଢାବାକୁ ବିଧାୟକ ଓ ସାଂସଦ ପାଣ୍ଠିରେ ତିଆରି କରାଯାଇଥିଲା।

Balle Balle Dhaba

Balle Balle Dhaba

Advertisment

ଗତକାଲି ବିଜେଡିର ଜଣେ ଆଗଧାଡ଼ିର ନେତ୍ରୀଙ୍କ ଦ୍ୱାରା ପରିଚାଳିତ ‘ବଲ୍ଲେ ବଲ୍ଲେ’ ଢ଼ାବାରେ ପ୍ରଶାସନ ଲଗାଇଥିଲା ଲଟ୍‌କା। ଆଜି ଖାଲି କରାଯାଉଛି ଢ଼ାବା।  ଢାବା ଚଳାଉଥିବା ମାଲିକ ଆଜି କର୍ମଚାରୀଙ୍କୁ ଲଗାଇ ଢ଼ାବାରୁ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି।

Advertisment

ଯାଜପୁରର ନେଉଳପୁର ସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ଏହି ବଲ୍ଲେ ବଲ୍ଲେ ଢାବାକୁ ବିଧାୟକ ଓ ସାଂସଦ ପାଣ୍ଠିରେ ତିଆରି କରାଯାଇଥିଲା। ହେଲେ ଏହାର ରକ୍ଷାବେକ୍ଷଣା ଦାୟିତ୍ୱ କାହା ପାଖରେ ରହିଛି, ସେ ସମ୍ପର୍କରେ ବ୍ଲକ ପ୍ରଶାସନ ପାଖରେ ଖବର ନଥିଲା। ଏପରିକି ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ଢ଼ାବାକୁ ଜଣେ ବିଜେଡି ନେତ୍ରୀଙ୍କ ହାତକୁ ଟେକି ଦିଆଯାଇଥିଲା। ଆଉ ପ୍ରଚ୍ଛଦ ପଟ୍ଟରେ ଥିଲେ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହିମାଂଶୁ ସାହୁ ନିଜେ ସମୀକ୍ଷା କରି ଏଭଳ ଚାଞ୍ଚଲ୍ୟକର ତଥ୍ୟ ପାଇଥିଲେ।

ଗତ ୨୪ ତାରିଖରେ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ଯୋଗ ଦେଇଥିଲେ। ଏଥିରେ ବିଡିଓ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଧର୍ମଶାଳା ବ୍ଲକ ଅଧୀନରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ ବିଧାୟକ। ଯେମିତି ଧର୍ମଶାଳା ଭବନ, ଜାରକା ଷ୍ଟାଡିୟମ ଓ ଷ୍ଟାଡିୟମ ପରିସରରେ ବେଆଇନ ଭାବେ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଡ଼ିଓଙ୍କୁ ବିଧାୟକ ପଚାରିଥିଲେ। ହେଲେ ବିଡିଓ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ। ଏହାକୁ ଶୀଘ୍ର ବନ୍ଦ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ସମୀକ୍ଷା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ। ଢାବାରେ ଲଟ୍ କା ଲଗାଇଥିଲା। ତିନି ଦିନ ଭିତରେ ଢାବା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Advertisment
BjD Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe