Advertisment

Telangana by-poll: ଜୁବଲୀ ହିଲ୍ସ ଉପ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ

ଜୁବଲୀ ହିଲ୍ସର ବିଆରଏସ୍ ବିଧାୟକ ଏମ ଗୋପୀନାଥଙ୍କ ଦେହାନ୍ତ ହେବାରୁ ଏଠାରେ ଉପ ନିର୍ବଚନ ହୋଇଥିଲା। ବିଆରଏସ୍‌ ତାଙ୍କ ପତ୍ନୀ ସୁନିତାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଲୋକମାନେ ସୁନିତାଙ୍କୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ସମର୍ଥନ କରିଛନ୍ତି।

author-image
Hemant Lenka
Congress

ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ଯାଦବ ଭି

ବିହାରରେ ମାଟି କାମୁଡ଼ିଥିବା କଂଗ୍ରେସକୁ ତେଲଙ୍ଗାନା(Telangana)ରୁ ମିଳିଛି ଖୁସି ଖବର। ହାଇଦ୍ରାବାଦର ଜୁବଲୀ ହିଲ୍ସ ଉପ ନିର୍ବାଚନ(By-Poll 2025)ରେ କଂଗ୍ରେସ ହାସଲ କରିଛି ବଡ଼ ବିଜୟ। ଦଳର ପ୍ରାର୍ଥୀ ନବୀନ ଯାଦବ ଭି ୨୪,୭୨୯ ଖଣ୍ଡ ଭୋଟରେ ଏଠାରୁ ବାଜିମାତ କରିଛନ୍ତି। ଯାଦବ ଭିଙ୍କୁ ପ୍ରାୟ ୯୮,୯୮୮ ଖଣ୍ଡ ଭୋଟ ମିଳିଛି। 

Advertisment

ଏଠାରେ ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌) ପ୍ରାର୍ଥୀ ଏମ ସୁନିତା ଗୋପିନାଥଙ୍କ ସହ ଯାଦବଙ୍କ ସିଧା ଲଢ଼େଇ ହୋଇଥିଲା। କିନ୍ତୁ ଗୋପିନାଥ ୭୪,୨୫୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟରେ ରହିଛନ୍ତି। ବିଜେପି ଏଠାରେ ଦୀପକ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଥିଲେ ହେଁ ସେ କେବଳ ୧୭,୦୬୧ ଖଣ୍ଡ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ(Congress)ଙ୍କ ନୀତି ପ୍ରତି ଥିବା ଲୋକଙ୍କ ଭଲ ପାଇବା ଏହି ରେଜଲ୍ଟରୁ ସ୍ପଷ୍ଟ ହୋଇଥିବା ତେଲଙ୍ଗାନା ପ୍ରଦେଶ କଂଗ୍ରେସ କମିଟି(ଟିପିସିସି) ମୁଖ୍ୟ ବି ମହେଶ କୁମାର ଗୌଡା କହିଛନ୍ତି।

Advertisment

ନିଜାମାବାଦ ଠାରେ ସେ କହିଛନ୍ତି ଯେ ଭୋଟରମାନେ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତବର୍ଷ କଂଗ୍ରେସ ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟ ଉପ ନିର୍ବାଚନ ଜିତିଥିଲା। ଏବେ ଜୁବଲୀ ହିଲ୍ସରେ ଦଳ ଜିତିଛି। ଏହାର ଅର୍ଥ ଲୋକମାନେ ସରକାରୀ ନୀତି ଓ କାର୍ଯ୍ୟକ୍ରମରେ ଖୁସି ରହିଛନ୍ତି। 

ଜୁବଲୀ ହିଲ୍ସର ବିଆରଏସ୍ ବିଧାୟକ ଏମ ଗୋପୀନାଥଙ୍କ ଦେହାନ୍ତ ହେବାରୁ ଏଠାରେ ଉପ ନିର୍ବଚନ ହୋଇଥିଲା। ବିଆରଏସ୍‌ ତାଙ୍କ ପତ୍ନୀ ସୁନିତାଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଲୋକମାନେ ସୁନିତାଙ୍କୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ସମର୍ଥନ କରିଛନ୍ତି। 

ବିହାରରେ କ୍ଷମତା ବଜାୟୀ ରଖିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନଡିଏ। ମୁଖ୍ୟ ବିରୋଧୀ ଦଳ ଆରଜେଡି ୨୦୧୦ ପରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଥିବା ୬ ଘଣ୍ଟାର ଭୋଟ ଗଣତି(Bihar election 2025) ପରେ ଏକପ୍ରକାରର ସ୍ପଷ୍ଟ ହୋଇ ଯାଇଛି। ୬ ଘଣ୍ଟାର ଭୋଟ ଗଣତି ପରେ ଏନଡିଏ ୨୦୭ଟି ଆସନରେ ଲିଡ କରୁଥିବା ବେଳେ ମହା ଗଠବନ୍ଧନ କେବଳ ୨୯ଟି ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ଦଳ ୪ଟି ଆସନରେ ଜିତିବାର ସମ୍ଭାବନା ରହିଛି।

Congress Telangana By-Poll 2025