Advertisment

୨ଟି ଆସନରୁ ନାମାଙ୍କନ ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଦୁଇଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ। ପ୍ରଥମେ ସେ ଗାନ୍ଦେରବାଲରୁ ନାମାଙ୍କନ ଦଖଲ କରିଥିବା ବେଳେ ଆଜି ବଦଗାମ ପାଇଁ ମଧ୍ୟ ନୋମିନେସନ ଫାଇଲ କରିଛନ୍ତି।

Omar

Omar

Advertisment

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଓମାର ଅବଦୁଲ୍ଲା ଦୁଇଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ। ପ୍ରଥମେ ସେ ଗାନ୍ଦେରବାଲରୁ ନାମାଙ୍କନ ଦଖଲ କରିଥିବା ବେଳେ ଆଜି ବଦଗାମ ପାଇଁ ମଧ୍ୟ ନୋମିନେସନ ଫାଇଲ କରିଛନ୍ତି। ଏହାର ଅର୍ଥ ସମ୍ଭବତଃ ସେ ଦୁଇଟି ଯାକ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପାରନ୍ତି।

Advertisment

ଦଳ ପକ୍ଷରୁ କୁହାଯାଇଛି ଯେ ଆଗାମୀ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଓମାର ଅବଦୁଲ୍ଲା ବଦଗାମରୁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ତାଙ୍କ ସହ ବରିଷ୍ଠ ନେତା ଅଗା ରୁହୁଲ୍ଲା ମେହଦି, ଅଗା ମେହମୁଦ, ଦଳର କୋଷାଧ୍ୟକ୍ଷ ଶାମି ଓବରେୟ ଓ ପ୍ରଦେଶ ସଚିବ ଶୌକତ ମୀର ରହିଥିଲେ।

ଆମେ ଦିଲ୍ଲୀ ସହ ଲଢ଼େଇ କରି ଆମର ପରିଚୟ ହାସଲ କରିବୁ। ନିଶ୍ଚିତ ଚ୍ୟାଲେଞ୍ଜ ରହିବ। ବିଜେପି ହରାଇବାକୁ ଓ ଭୋଟ ଭାଗ କରିବାକୁ ଚାହିଁବ। ହେଲେ ଆମେ ଆମ ସ୍ୱରକୁ ଦୁର୍ବଳ ହେବାକୁ ଦେବୁ ନାହିଁ ବୋଲି ଓମାର କହିଛନ୍ତି।

Advertisment

୫୪ ବର୍ଷୀୟ ଓମାର ଅବଦୁଲ୍ଲା ଗତକାଲି ଗାନ୍ଦେବାଲ ଆସନରୁ ନାମାଙ୍କନ ଦାଖଲ କରିଥିଲେ। ୨୦୧୪ରେ ଶେଷ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା।

ଏହି ସମୟରେ ଓମାନ ବୀରୱାହ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ବେଳେ ଓମାର ବାରମୁଲ୍ଲାରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଠାରେ ତାଙ୍କୁ ସ୍ୱାଧୀନ ପ୍ରାର୍ଥୀ ଇଞ୍ଜିନିୟର ରଶିଦଙ୍କ ଠାରୁ ହାରିବାକୁ ପଡ଼ିଥିଲା।

Jammu Kashmir Omar Abdullah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe