Advertisment

ଗମ୍ଭୀରଙ୍କ ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା

ବିଜେପି ତା'ର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ହିଁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
jayant Sinha

jayant Sinha

Advertisment

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଥିବା ଜୟନ୍ତ ସିହ୍ନା ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପି ତା'ର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ହିଁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବାକୁ ସେ ଦଳକୁ ଅନୁରୋଧ କରିଛନ୍ତି। ଏ ନେଇ ସେ ଦଳର ମୁଖ୍ୟ ଜେପି ନଡ୍ଡାଙ୍କୁ ସୂଚନା ଦେବା ସହ ଶନିବାର ମାଇକ୍ରୋ ବ୍ଲଗିଂ ସାଇଟ୍ 'X'ରେ ନିଜ ନିଷ୍ପତ୍ତି ବିଷୟରେ ଏକ ପୋଷ୍ଟ କରି ଜଣାଇଛନ୍ତି।

Advertisment

ସେ ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୋତେ ପ୍ରତ୍ୟକ୍ଷ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ମୁଁ ଦଳର ସଭାପତି ଜେ.ପି. ନଡ୍ଡାଙ୍କୁ କହିଛି। ଭାରତ ଏବଂ ବିଶ୍ୱରେ ହେଉଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ହେଲେ ମୁଁ ଆର୍ଥିକ ଏବଂ ଶାସନ ସମ୍ବନ୍ଧୀୟ ପ୍ରସଙ୍ଗରେ ଦଳ ସହିତ କାର୍ଯ୍ୟ ଜାରି ରଖିବି। ମୋତେ ଗତ ଦଶ ବର୍ଷ ଧରି ଭାରତ ଏବଂ ହଜାରିବାଗବାସୀଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ନେତୃତ୍ୱ ମୋତେ ଅନେକ ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।'

ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ଆଗରୁ ଜୟନ୍ତ ସିହ୍ନା ହେଉଛନ୍ତି ଦ୍ୱିତୀୟ ସାଂସଦ ଯେ କି, ରାଜନୀତିରୁ ସନ୍ନ୍ୟାସ ନେବା କଥା ଘୋଷଣା କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀର ଭାରତୀୟ ଜନତା ପାର୍ଟିର ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଥିଲେ। ତାଙ୍କୁ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରାଯାଉ ବୋଲି ଶନିବାର ସେ ଏକ ଚିଠି ଲେଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇ ଥିଲେ।

Advertisment

ଜୟନ୍ତ ସିହ୍ନା ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ (ରାଜ୍ୟ) ଭାବେ କାର୍ଯ୍ୟ କରିଥିଲେ। ସେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କ ପୁଅ। ୨୦୧୪ ଓ ୨୦୧୯ରେ ହଜାରିବାଗ ଆସନରୁ ନିର୍ବାଚନ ଲଢ଼ି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଥିଲେ ଜୟନ୍ତ ସିହ୍ନା। ତାଙ୍କ ବାପା ଯଶବନ୍ତ ସିହ୍ନା ମଧ୍ୟ ହଜାରିବାଗର ସାଂସଦ ଥିଲେ। ଯଶୱନ୍ତ ସିହ୍ନା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ। ଜୟନ୍ତ ସିହ୍ନା ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟରେ ସାମିଲ ହୋଇଥିଲେ।

Bjp Jayant Sinha Loksabha Election 2024 Gautam Gambhir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe