Advertisment

ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି, ବିଜେପିରେ ସାମିଲ୍‌

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ଓ ତାଙ୍କ ସମର୍ଥକମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସ୍ୱାଗତ କରିଥିଲେ।

author-image
Ordigital Desk
BJP

BJP

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡି ଛାଡ଼ି ଆଜି ବିଜେପିରେ ଯୋଗ ଦେବା କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଛି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ଓ ତାଙ୍କ ସମର୍ଥକମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସ୍ୱାଗତ କରିଥିଲେ । ଗୀତାଞ୍ଜଳିଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ନେତା ନାରାୟଣ ନାୟକ, ପ୍ରଦୀପ କୁମାର ସେଠୀ, ପ୍ରମୋଦ କୁମାର ସେଠୀ, ନିରୁପମା ଦାସ, କବିର ସିଂହ, ପୁଷ୍ପଲତା ମହାନ୍ତି, ଶିବାନୀ ମହାପାତ୍ର, ବିଶ୍ୱଜିତ ରାଉତ, କେନ୍ଦ୍ରାପଡ଼ା ବ୍ଲକ ସାଧାରଣ ସମ୍ପାଦକ ମାନସ ରଞ୍ଜନ ପରିଡ଼ା, ରାଜେନ୍ଦ୍ର ନାୟକ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି କଳାହାଣ୍ଡି ଜୁନାଗଡ଼ ନିର୍ବାଚନମଣ୍ଡଳୀ ବରିଷ୍ଠ ଓକିଲ ସୁଶୀଲ କୁମାର ପଣ୍ଡା ମଧ୍ୟ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି  ପ୍ରମୁଖ ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଦଳରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାଏଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ଅବସରରେ ଦଳର ରାଜ୍ୟ ସମ୍ପାଦକ ସରୋଜ କର ଓ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Advertisment
BjD Bjp