Advertisment

ଅଚଳ ସଂସଦ; ଶୀତ ଅଧିବେଶନରେ ଉଭୟ ଗୃହରୁ ୯୨ ସାଂସଦ ନିଲମ୍ବିତ

ଲଗାତାର ଭାବେ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ତିନି ଥର ଗୃହ ମୁଲତବୀ ରହିଥିଲା।

ଅଦ୍ୟତନ ହୋଇଛି
Rajya Sabha

Rajya Sabha

Advertisment

ଲୋକସଭା ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ୪୫ ସାଂସଦ। ଲଗାତାର ଭାବେ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ତିନି ଥର ଗୃହ ମୁଲତବୀ ରହିଥିଲା। ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ। କିଛି ସମୟ ପୂର୍ବରୁ ଲୋକସଭାରୁ ୩୪ ଜଣ ସାଂସଦ ନିଲମ୍ବିତ ହୋଇଥିଲେ।

Advertisment

ଆଜି ଉଭୟ ଗୃହରୁ ମୋଟ ୭୯ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଶୀତ ଅଧିବେଶନରେ ଉଭୟ ଗୃହରୁ ୯୨ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି।

ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ଗୃହରେ ପ୍ରବଳ ହଙ୍ଗାମା କରୁଛନ୍ତି ବିରୋଧୀ। ଡିସେମ୍ବର ୧୪ରେ ୧୩ ଜଣ ଲୋକସଭା ସାଂସଦ ଏବଂ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହରେ "ଅସାମ୍ବିଧାନିକ ଆଚରଣ" ଅଭିଯୋଗରେ ସେମାନେ ନିଲମ୍ବିତ ହୋଇଥିଲେ। ବର୍ତ୍ତମାନ ସମାନ ଅଭିଯୋଗରେ ଆଉ ୪୫ ସାଂସଦ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି। 

Advertisment

ଗୃହରେ ହଟ୍ଟଗୋଳ ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦିଶ ଧନଖଡ ସାଂସଦମାନେ ଗୃହର ନିୟମ ଅନୁଯୟୀ ଆଚରଣ କରିବା ଉଚିତ୍ ବୋଲି କହିଥିଲେ। ଏଥିସହ ସାଂସଦମାନେ ନିଜକୁ ଦଙ୍ଗାକାରୀ କରନ୍ତୁ ନାହିଁ ବୋଲି ଅଧ୍ୟକ୍ଷ କହିଥିଲେ।

ସାଂସଦଙ୍କ ନିଲମ୍ବନ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ସେ ଏକ୍ସ ପୋଷ୍ଟରେ କହିଛନ୍ତି, ପ୍ରଥମେ ଅନୁପ୍ରବେଶକାରୀମାନେ ସଂସଦ ଉପରେ ଆକ୍ରମଣ କରିଥିଲେ। ତା’ପରେ ସଂସଦ ଏବଂ ଗଣତନ୍ତ୍ର ଉପରେ ମୋଦି ସରକାର ଆକ୍ରମଣ କରୁଛନ୍ତି।ଆମର ଦୁଇଟି ସରଳ ଏବଂ ଯଥାର୍ଥ ଦାବି ଥିଲା - ପ୍ରଥମ, ସଂସଦର ସୁରକ୍ଷା ତ୍ରୁଟିରେ କେନ୍ଦ୍ର ଗୃହମନ୍ତ୍ରୀ ସଂସଦର ଉଭୟ ଗୃହରେ ଏକ ବିବୃତ୍ତି ରଖିବା ଉଚିତ୍।

ଦ୍ୱିତୀୟ ସମାନ ଭାବରେ ଏ ଉପରେ ଏକ ବିସ୍ତୃତ ଆଲୋଚନା ହେବା ଉଚିତ୍। ପ୍ରଧାନମନ୍ତ୍ରୀ ଏକ ଖବରକାଗଜକୁ ସାକ୍ଷାତକାର ଦେଲେ, ଗୃହମନ୍ତ୍ରୀ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇପାରିବେ ବୋଲି କଂଗ୍ରେସ ଅଧ୍ୟକ୍ଷ କରିଛନ୍ତି। 

Parliament Parliament Security Breach MPs Suspension Rajya Sabha MPs Suspended
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe