Advertisment

ଦୀର୍ଘବର୍ଷ ପରେ କ୍ୟାବିନେଟ୍ ବୈଠକ ନେଇ ଗଣମାଧ୍ୟମକୁ ଆଗୁଆ ସୂଚନା ଦେଲେ ସରକାର

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଗଣମାଧ୍ୟମକୁ ଆସନ୍ତାକାଲି ସାଢ଼େ ୧୧ଟାରେ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
CM Mohan Majhi

CM Mohan Majhi

Advertisment

ରାଜ୍ୟରେ ନବୀନ ପଟ୍ଟନାୟକ ସରକାରର ପତନ ସହ ଭୁଶୁଡ଼ି ପଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପୁଣିଥରେ ସକ୍ରିୟ କରିବା ଉପରେ ବିଜେପି ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ଦୀର୍ଘବର୍ଷ ବ୍ୟବଧାନରେ ରାଜ୍ୟ ସରକାର ଆସନ୍ତାକାଲି ହେବାକୁ ଥିବା କ୍ୟାବିନେଟ୍ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯାହାକି ରାଜ୍ୟ ସରକାରର ପରିବର୍ତ୍ତିତ କାର୍ଯ୍ୟଶୈଳୀର ସନ୍ଦେଶ ଦେଇଛି । ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ କ୍ୟାବିନେଟ୍ ବୈଠକ କେବେ ବସିବ ତା’ର ଟେର୍ ଗଣମାଧ୍ୟମ ତ ଦୂରର କଥା ଖୋଦ୍ ମନ୍ତ୍ରୀମାନଙ୍କୁ ବି ଆଗୁଆ ଜଣାନଥାଏ । କିନ୍ତୁ ଏବେ ମୋହନ ସରକାର ଆଗୁଆ ଗଣମାଧ୍ୟମକୁ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ସମସ୍ତଙ୍କ ସହଭାଗିତାରେ ସରକାର କାର୍ଯ୍ୟ କରିବ ବୋଲି ସନ୍ଦେଶ ଦେଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଗଣମାଧ୍ୟମକୁ ଆସନ୍ତାକାଲି ସାଢ଼େ ୧୧ଟାରେ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦିଆଯାଇଛି । କ୍ୟାବିନେଟ୍ ବୈଠକ ପରେ ଲୋକସେବା ଭବନର କନଭେନସନ ସେଂଟରର ପ୍ରଥମ ମହଲା ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ କରି ସରକାର ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରିବେ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର କ୍ଷମତାକୁ ଆସିବା ପରେ ଏହା ହେଉଛି ଦ୍ୱିତୀୟ କ୍ୟାବିନେଟ୍ ବୈଠକ । ରାଜ୍ୟରେ ବିଜେପି ସରକାର ଶପଥ ଗ୍ରହଣ କରିବା ଦିନ ହିଁ ପ୍ରଥମ କ୍ୟାବିନେଟ ବୈଠକ କରି ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଆସନ୍ତାକାଲି କ୍ୟାବିନେଟ୍ ବୈଠକରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରତ୍ନଭଣ୍ଡାର ଯାଞ୍ଚ ପାଇଁ କମିଟି ଗଠନକୁ ଅନୁମୋଦନ ଓ ଖୋଲିବା ପାଇଁ SOPକୁ ମଞ୍ଜୁରୀ, ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଗାଇଡଲାଇନ୍ , ଖରିଫ ଧାନ ସଂଗ୍ରହ ନୀତିକୁ ମଞ୍ଜୁରୀ, ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏମଏସପି ଉପରେ ବୋନସ୍ ଆଦି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।

Advertisment

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି କ୍ଷମତାରେ ରହିଥିବା ନବୀନ ପଟ୍ଟନାୟକ ସରକାର ବିଗତ ଏକ ଦଶନ୍ଧି ଧରି କ୍ୟାବିନେଟ୍ ବୈଠକକୁ ଏଭଳି ଢଙ୍ଗରେ ପରିଚାଳନା କରୁଥିଲେ ଯେ ମନ୍ତ୍ରୀମାନେ ବି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ୟାବିନେଟରେ ଆଲୋଚନା ହେବାକୁ ଥିବା ଏଜେଣ୍ଡା କିମ୍ବା ସମୟ ଆଦିକୁ ନେଇ ଟେର ପାଉନଥିଲେ । ସାମ୍ବାଦିକମାନଙ୍କୁ ପ୍ରେସ୍ ବିବୃତ୍ତି ପାଇଁ ସରକାରୀ ଭାବେ ଦିନକ ପୂର୍ବରୁ ସୂଚନା ଦିଆ ମଧ୍ୟ ଯାଉନଥିଲା ।
ମାତ୍ର ଏବେ ସରକାରର ପରିବର୍ତ୍ତନ ସହ ସରକାରୀ କଳର ମାନସିକତାରେ ପରିବର୍ତ୍ତନ ଆସିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦିନକ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରେସ୍ ବିବୃତ୍ତି ପାଇଁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ମଧ୍ୟ କରିବାକୁ ପଛାଇ ନାହିଁ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe