Advertisment

ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।

Devendra Fadnavis, Eknath Shinde, Ajit Pawar

Devendra Fadnavis, Eknath Shinde, Ajit Pawar

Advertisment

ମହାରାଷ୍ଟ୍ରରେ ମହାୟୁତିର ମହାବିଜୟ ପରେ ଖୁବଶୀଘ୍ର ଗଠନ ହେବାକୁ ଯାଉଛି ସରକାର। ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି। ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି।

Advertisment

ଏନେଇ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀର ବରିଷ୍ଠ ମନ୍ତ୍ରୀ ଦୀପକ କେସରକର ସୂଚନା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତାକାଲି କେବଳ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି।

ତେବେ କ୍ୟାବିନେଟରେ ଆଉ କିଏ କିଏ ସାମିଲ ହେଉଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ। 

Advertisment

ମୁଖ୍ୟମନ୍ତ୍ରୀ ପଦ ପାଇଁ ସିନ୍ଦେ ଏବଂ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦାବିଦାର ଅଛନ୍ତି। ମାତ୍ର ଏଥର କିଏ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧୁଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗତକାଲି ଏ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଦେବେନ୍ଦ୍ର ଫଡନାଭିସ କହିଥିଲେ, "କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଏନଡିଏ ନେତୃବୃନ୍ଦ ନିଷ୍ପତ୍ତି ନେବେ।"  

288 ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ 233 ଆସନ ମିଳିଛି। ପୂର୍ଣ୍ଣ ବହୁମତ ପରେ ସରକାର ଗଢିବାକୁ ଦାବି ଜଣାଇଛି ମିଳିତ ମଞ୍ଚ।  

Devendra Fadnavis Eknath Shinde Maharashtra Elections
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe