Advertisment

ଏନସିପି ପରେ ମନ୍ତ୍ରୀ ପଦକୁ ନେଇ ଶିବସେନା ଖପ୍ପା

ଦଳ ମୋଦି ୩.୦ ସରକାରରେ ଅତି କମରେ ଗୋଟିଏ କ୍ୟାବିନେଟ ପଦ ଚାହୁଁଥିଲା ବୋଲି କହିଛି।

Ajit Pawar

Ajit Pawar

Advertisment

ମୋଦି ୩.୦ ସରକାରରେ ଏକନାଥ ସିନ୍ଦେଙ୍କ ଶିବସେନାକୁ ଗୋଟିଏ ମନ୍ତ୍ରୀ ପଦ ମିଳିଛି। ଦଳର ସାଂସଦ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ଶପଥ ନେଇଛନ୍ତି। କିନ୍ତୁ ଏହାକୁ ନେଇ ନିଜର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛି ଶିବସେନା।

Advertisment

ଦଳ ମୋଦି ୩.୦ ସରକାରରେ ଅତି କମରେ ଗୋଟିଏ କ୍ୟାବିନେଟ ପଦ ଚାହୁଁଥିଲା ବୋଲି କହିଛି। ଦିନକ ପୂର୍ବରୁ ବିଜେପିର ଅନ୍ୟତମ ସହଯୋଗୀ ଅଜିତ ପାୱାରଙ୍କ ଏନସିପି ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ନ ମିଳିବାରୁ ଖୋଲାଖୋଲି ନିଜର ଅସନ୍ତୋଷ ଜାହିରି କରିଥିଲେ। କେନ୍ଦ୍ରରେ ଏନସିପିକୁ ବିଜେପି ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ପଦ ଯଚାଯାଇଥିଲା। କିନ୍ତୁ ଦଳ ଏହାକୁ ଗ୍ରହଣ କରିନାହିଁ।

ଏହାର ଦିନକ ପରେ ଶିବସେନା କ୍ୟାବିନେଟ ପଦ ନ ମିଳିବାର ନିଜର ଅସନ୍ତୋଷ ପ୍ରକାଶ କରିଛି। ଦଳର ମୁଖ୍ୟ ସଚେତକ ଶ୍ରୀରାଙ୍ଗ ବର୍ଣ୍ଣେ କହିଛନ୍ତି, “ଆମେ ଗୋଟିଏ କ୍ୟାବିନେଟ ପଦ ପାଇଁ ଆଶା ରଖିଥିଲୁ। ଚିରାଗ ପାଶ୍ୱାନଙ୍କ ଦଳ ୫ ସାଂସଦ, ଜିତନ ରାମ ମାଞ୍ଝୀ ଗୋଟିଏ, ଜେଡିଏସରୁ ୨ ଜଣ ସାଂସଦ ହୋଇଥିଲେ ମଧ୍ୟ ସେମାନଙ୍କୁ ଗୋଟିଏ ଲେଖାଏ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି।

Advertisment

ଶିବସେନା ଲୋକସଭାରେ ୭ଟି ଆସନ ଜିତିଛି। ତଥାପି ଶିବସେନାକୁ କେବଳ ଗୋଟିଏ ମାତ୍ର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ମିଳିଲା। ଶିବସେନା ହେଉଛି ବିଜେପିର ସବୁଠାରୁ ପୁରୁଣା ସହଯୋଗୀ। ଅତିକମରେ ଏହି ବନ୍ଧୁତା ପାଇଁ ଶିବସେନାକୁ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ପଦ ଦେବାର ଥିଲା।”

ରବିବାର ଠିକ ଶପଥ ପାଠ ଉତ୍ସବ ପୂର୍ବରୁ ଏନସିପି ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବାରୁ ଅସନ୍ତୋଷ ଜାହିର କରିଥିଲା। ଏନସିପି ପକ୍ଷରୁ ପ୍ରଫୁଲ ପଟେଲଙ୍କୁ କେନ୍ଦ୍ରମନ୍ତ୍ରୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ବିଜେପି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ କରିବାକୁ ରାଜି ଥିବା କହିଥିଲା।

ତେବେ ଏହା ପ୍ରଫୁଲ ପଟେଲଙ୍କ ପାଇଁ ଡିମୋସନ ଭାବେ ବିବେଚିତ ହୋଇଥାଆନ୍ତା। କାରଣ ପୂର୍ବରୁ ୟୁପିଏ ସରକାରରେ ପ୍ରଫୁଲ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିଲେ। ଏବେ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇ ପାରିବେ ନାହିଁ ବୋଲି କହିଥିଲେ। ଏଥିସହ ବିଜେପିର ମନ୍ତ୍ରୀ ପଦ ପ୍ରସ୍ତାବକୁ ଏନସିପି ଅଗ୍ରାହ୍ୟ କରିଥିଲା।

ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ଏନସିପି ଗୋଟିଏ ମାତ୍ର ଆସନ ଜିତିଥିବା ବେଳେ ଶିବସେନା ୭ଟି ସିଟ ଜିତିଛି।

PM Modi Modi 3.0
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe