Advertisment

ଇସ୍ତଫା ଦେଲେ ପ୍ରମିଳା; ସୁଦାମଙ୍କୁ ମିଳିଲା ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ

ସୁଦାମ ମାରାଣ୍ଡି ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳି ସାରିଥିବା ବେଳେ ତାଙ୍କୁ ପୁନଃ ଏହି ପଦ ପାଇଁ ଚୟନ କରାଯାଇଛି।

Sudam Marandi

Sudam Marandi

Advertisment

ପ୍ରମିଳା ମଲ୍ଲିକ ଆଜି ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଚସ୍ପତି ପାଇଁ ନାମାଙ୍କନ ଭରିଛନ୍ତି। ଫଳରେ ଖାଲି ଥିବା ରାଜସ୍ୱ ବିଭାଗର ଦାୟିତ୍ୱ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଦିଆଯାଇଛି। ସୁଦାମ ମାରାଣ୍ଡିଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି।

Advertisment

ସୁଦାମ ମାରାଣ୍ଡି ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳି ସାରିଥିବା ବେଳେ ତାଙ୍କୁ ପୁନଃ ଏହି ପଦ ପାଇଁ ଚୟନ କରାଯାଇଛି। ତେବେ ଏନେଇ ଅଫିସିଆଲି କୌଣସି ସୂଚନା ପାଇ ନ ଥିବା କହିଛନ୍ତି ସୁଦାମ ମାରାଣ୍ଡି। ଏଥିସହ ଦାୟିତ୍ୱ ଦିଆଗଲେ ତାହାକୁ ତୁଲାଇବାକୁ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏବେ ରାଜସ୍ୱ ଓ ଉଚ୍ଚ ଶିକ୍ଷା ପରି ଦୁଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଖାଲି ପଡ଼ିଥିବାରୁ ଖୁବ୍‌ ଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କିଛି ଦିନ ପୂର୍ବେ ରୋହିତ ପୂଜାରୀଙ୍କୁ ବିଦା କରାଯାଇଥିବା ବେଳେ ଖାଲି ପଡ଼ିଛି ଉଚ୍ଚ ଶିକ୍ଷା ବିଭାଗ । ଖାଦ୍ୟ ଓ ନିରାପତ୍ତା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଅଯାଇଛି। ସେହିପରି ଏବେ ରାଜସ୍ୱ ବିଭାଗ ଖାଲି ହେବାରୁ ସୁଦାମ ମାରାଣ୍ଡିଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ ।

Advertisment

ସୂଚନାଯୋଗ୍ୟ, ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ ବସିବାକୁ ଯାଉଥିବା ବେଳେ ଏହା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ରାଜସ୍ୱ ଓ ଉଚ୍ଚ ଶିକ୍ଷା ବିଭାଗକୁ ମନ୍ତ୍ରୀ ମିଳି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ମୁଖ୍ୟତଃ ଏହି ସମ୍ପ୍ରସାରଣ ସମୟରେ ଦଳ ଭିତରେ ଦେଖାଦେଇଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଚେଷ୍ଟା କରାଯିବା ସହ ଯେଉଁଠି ସଙ୍ଗଠନ ଦୁର୍ବଳ ଅଛି ତାହାକୁ ଗୁରୁତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

Sudam Marndi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe