Advertisment

ଇସ୍ତଫା ପରେ 'I.N.D.I.A' ଉପରେ ବର୍ଷିଲେ ନୀତୀଶ

ଇସ୍ତଫା ଦେବା ପରେ ବିରୋଧୀଙ୍କ 'ଇଣ୍ଡଆ' ଆଲାଏନ୍ସ ଓ ବିହାର ମହାମେଣ୍ଟ ଉପରେ ବର୍ଷିଛନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ।

ଅଦ୍ୟତନ ହୋଇଛି
Nitish Kumar

Nitish Kumar

Advertisment

ବାରମ୍ବାର ମେଣ୍ଟ ବଦଳାଉଥିବା ନୀତୀଶ କୁମାର ଶେଷରେ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିହାରର ଗ୍ରାଣ୍ଡ ଅଲାଏନ୍ସ ସହ ସେ ନିଜର ୧୮ ମାସର ମେଣ୍ଟକୁ ଭଙ୍ଗ କରିଛନ୍ତି। ତେବେ ଇସ୍ତଫା ଦେବା ପରେ ବିରୋଧୀଙ୍କ 'ଇଣ୍ଡଆ' ଆଲାଏନ୍ସ ଓ ବିହାର ମହାମେଣ୍ଟ ଉପରେ ବର୍ଷିଛନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ।

Advertisment

ସେ ଗଣମାଧ୍ୟମକୁ କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ମୁଁ ସବୁ ଦିଗରୁ ପରାମର୍ଶ ଗ୍ରହଣ କରୁଥିଲି। ମୁଁ ଏକ ନୂତନ ସହଯୋଗୀ ଦଳ ପାଇଁ ପୂର୍ବ ସହଯୋଗୀ ଦଳ ଛାଡ଼ିଥିଲି। କିନ୍ତୁ ପରିସ୍ଥିତି ଭଲ ନଥିଲା। ସେଥିପାଇଁ ମୁଁ ଇସ୍ତଫା ଦେଇଛି।'

ପରବର୍ତ୍ତୀ ସମୟରେ କ'ଣ ହେବ ସେ ସମ୍ପର୍କରେ ସେ କହିଛନ୍ତି, 'ଦଳମାନେ ବୈଠକ କରିବେ ଏବଂ ନିଷ୍ପତ୍ତି ନିଆଯିବ।' 'ଇଣ୍ଡିଆ' ମିଳିତ ମଞ୍ଚ ସମ୍ପର୍କରେ ନୀତୀଶ କୁମାର କହିଛନ୍ତି ଯେ ସେ ଆଉ ଇଣ୍ଡିଆ ମହାମେଣ୍ଟର ଅଂଶ ନୁହଁନ୍ତି। ଆମେ ଇଣ୍ଡିଆ ବ୍ଲକ୍ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଏହା କାମ କରୁନଥିଲା କେହି କୌଣସି କାମ କରୁନଥିଲେ। ତେଣୁ ଆମେ ମଝିରେ କହିବା ବନ୍ଦ କରିଦେଇଥିଲୁ। 

Advertisment

ମହାମେଣ୍ଟକୁ ନିନ୍ଦା କରି ନୀତୀଶ କୁମାର କହିଛନ୍ତି ଯେ ଦେଢ଼ ବର୍ଷ ଧରି ଥିବା ନୂଆ ମେଣ୍ଟର ଲୋକମାନେ ଦାବି କରୁଥିଲେ ଯେ ସେମାନେ ସମସ୍ତେ ହିଁ କଠିନ ପରିଶ୍ରମ କରୁଛନ୍ତି। ଏହା ଭୁଲ ଥିଲା। ଆଜି ଆମେ ଅଲଗା ହୋଇଯାଇଛୁ। ପୂର୍ବ ସହଯୋଗୀ ଦଳ ଛାଡି ଏକ ନୂତନ ମିଳିତ ମେଣ୍ଟ ଗଠନ କରିବୁ।ମହାଗଠବନ୍ଧନ ସମାପ୍ତ ହୋଇଛି। ମୁଁ ସମସ୍ତଙ୍କର ପରାମର୍ଶ ଶୁଣିଛି। ଗ୍ରାଣ୍ଡ ଆଲାଇନ୍ସରେ ସ୍ଥିତି ଭଲ ନଥିଲା। ବର୍ତ୍ତମାନ, ଯଦି ଆମର ପୂର୍ବ ସହଯୋଗୀ (ବିଜେପି) ଆମ ସହିତ ଯୋଗ ଦିଅନ୍ତି, ଆମେ ଆଗକୁ ବଢ଼ିବୁ।

ବିହାରରେ ରାଜନୈତିକ ହଇଚଇ ଜାରି ରହିଥିବା ବ‌େଳେ ଆଜି ବିଧାୟକମାନଙ୍କ ସହ ବୈଠକ କରିବା ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ନୀତୀଶ କୁମାରଙ୍କ ସହିତ ମନ୍ତ୍ରୀ ବିଜେନ୍ଦ୍ର ଯାଦବ ଓ ସଞ୍ଜୟ ଝା’ ମଧ୍ୟ ଯାଇଥିଲେ। ରାଜ୍ୟପାଳଙ୍କୁ ରାଜ୍ୟରେ ମହାଗଠବନ୍ଧନ ଠାରୁ ସମ୍ପର୍କ ବିଚ୍ଛିନ୍ନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ନୀତୀଶ କୁମାର କହିଥିଲେ।

କହିରଖୁ ଯେ, ଗତ ୯ ବର୍ଷରେ ନୀତୀଶ ୪ ଥର ଦଳବଦଳ କରିଛନ୍ତି। ଚଳିତ ଇସ୍ତଫାକୁ ମିଶାଇ ସେ ୮ ଥର ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି। ଏବେ ନବମ ଥର ପାଇଁ ପୁଣି ଶପଥ ନେବେ। ଗତ ୨୮ ବର୍ଷ ମଧ୍ୟରେ ସେ ତୃତୀୟ ଥର ପାଇଁ ବିଜେପି ଶିବିର ମୁହାଁ ହୋଇଛନ୍ତି।

Nitish Kumar Bihar Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe