Advertisment

ବିଲକିସ ବାନୋ ମାମଲାରେ ‘ସୁପ୍ରିମ’ ରାୟ: ବିଜେପି ଉପରେ ବର୍ଷିଲେ ବିରୋଧୀ

ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧୀ ସ୍ୱାଗତ କରିଛନ୍ତି। ଏହା ନ୍ୟାୟର ବିଜୟ। କିନ୍ତୁ ବିଜେପି ମହିଳା ବିରୋଧୀ ଓ ଅପରାଧୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

author-image
Hemant Lenka
SC

SC

ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋ ମାମଲାରେ ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧୀ ଦଳଗୁଡ଼ିକ ସ୍ୱାଗତ କରିଛନ୍ତି। ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସଦସ୍ୟ ଓ ଛୋଟ ଝିଅକୁ ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମାନୀତି ବଳରେ ଠିକ ବିଧାନସଭା ନିର୍ବାଚନ ପୂର୍ବରୁ ଖଲାସ କରି ଦେଇଥିଲେ।

Advertisment

ତେବେ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ୨ ସପ୍ତାହ ମଧ୍ୟରେ ଜେଲରୁ ବାହାରିଥିବା ସମସ୍ତ ୧୧ ଜଣଙ୍କୁ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧୀ ସ୍ୱାଗତ କରିଛନ୍ତି। ଏହା ନ୍ୟାୟର ବିଜୟ। କିନ୍ତୁ ବିଜେପି ମହିଳା ବିରୋଧୀ ଓ ଅପରାଧୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ୍ସରେ କହିଛନ୍ତି, “ନିର୍ବାଚନ ଫାଇଦା ପାଇଁ ନ୍ୟାୟର ହତ୍ୟା କରିବାର ପ୍ରକୃତି ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବିପଦଜ୍ଜନକ। ଅପରାଧୀଙ୍କୁ କିଏ ସୁରକ୍ଷା ଦେଉଛି, ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣି ସ୍ପଷ୍ଟ ହୋଇଯାଇଛି। ବିଲକିସ ବାନୋଙ୍କ ସଂଘର୍ଷ ଅହଂକାରୀ ବିଜେପି ସରକାର ବିରୋଧରେ ନ୍ୟାୟର ବିଜୟ।”

ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନ୍ୟାୟର ବିଜୟ ହୋଇଥିବା କହିଛନ୍ତି। ସେ କହିଛନ୍ତି, “ସୁପ୍ରିମକୋର୍ଟ ଗୁଜରାଟ ଦଙ୍ଗା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କ ଦୋଷୀଙ୍କ ମୁକ୍ତି ଆଦେଶକୁ ରଦ୍ଦ କରି ଦେଇଛନ୍ତି। ଏହି ରାୟ ପରେ ବିଜେପିର ମହିଳା ବିରୋଧୀ ନୀତି ଉପରେ ପଡ଼ିଥିବା ପରଦା ହଟିଯାଇଛି। ଏହି ଆଦେଶ ପରେ ନ୍ୟାୟ ବ୍ୟବସ୍ଥା ଲୋକଙ୍କ ବିଶ୍ୱାସ ଆହୁରି ମଜବୁତ ହେବ। ସାହାସର ସହ ନିଜର ଲଢ଼େଇ ନିଜେ ଲଢ଼ିଥିବା ବିଲକିସ ବାନୋଙ୍କୁ ଶୁଭେଚ୍ଛା।”

ଏମାନଙ୍କ ବ୍ୟତୀତ କଂଗ୍ରେସ ନେତା ପବନ ଖେଡା, ଶିବସେନା(ଉଦ୍ଧବ ଠାକରେ) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଓ ଏଆଇଏମଆଇଏ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ମଧ୍ୟ ରାୟକୁ ସ୍ୱାଗତ କରି ବିଜେପିକୁ ସମାଲୋଚନା କରିଛନ୍ତି।

ଟିଏମସି ତା’ର ଅଫିସିଆଲ ଏକ୍ସ ଆକାଉଣ୍ଟରେ ସୁପ୍ରିମକୋର୍ଟଙ୍କ ରାୟ ବିଜେପି ଗାଲରେ ଶକ୍ତ ଚାପୁଡ଼ା ବୋଲି କହିଛି।

Bjp Rahul Gandhi Supreme Court Priyanka Gandhi Vadra Bilkis Bano Gujrat