Advertisment

କଂଗ୍ରେସ ପ୍ରାର୍ଥୀ ଉମା ରଥଙ୍କୁ ବୁଥ୍‌ରୁ ଠେଲି ବାହାର କରିଦେଲେ ବିଜେଡି ଗୁଣ୍ଡା

ଆଠଗଡ଼(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ଅନୁଷ୍ଠିତ ହେଉଛି ୩ୟ ପର୍ଯ୍ୟାୟ ନିର୍ବାଚନ । ଗତକାଲିର ଘଟଣା ମନରୁ ଲିଭି ନ ଥିବା ବେଳେ ବିଜେଡିର ଗୁଣ୍ଡାଗର୍ଦ୍ଦି ଏବେ ବି ବଳବତ୍ତର ରହିଥିବା ଅନୁଭବ ହେଉଛି। ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଜଣେ କର୍ତ୍ତବ୍ୟରତ ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ମଧ୍ୟ ବିଜେଡି ନେତାଙ୍କ ତୋଡ଼ କମୁନି। ନେତା ତ ନେତା ଏବେ ବିଜେଡି କର୍ମୀଙ୍କ ଉତ୍ପାତ କହିଲେ ନ ସରେ। ଆଜି ଆଠଗଡ଼ ନିର୍ବାଚନ […]

ଅଦ୍ୟତନ ହୋଇଛି
କଂଗ୍ରେସ ପ୍ରାର୍ଥୀ ଉମା ରଥଙ୍କୁ ବୁଥ୍‌ରୁ ଠେଲି ବାହାର କରିଦେଲେ ବିଜେଡି ଗୁଣ୍ଡା

yhhh

Advertisment

ଆଠଗଡ଼(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ଅନୁଷ୍ଠିତ ହେଉଛି ୩ୟ ପର୍ଯ୍ୟାୟ ନିର୍ବାଚନ । ଗତକାଲିର ଘଟଣା ମନରୁ ଲିଭି ନ ଥିବା ବେଳେ ବିଜେଡିର ଗୁଣ୍ଡାଗର୍ଦ୍ଦି ଏବେ ବି ବଳବତ୍ତର ରହିଥିବା ଅନୁଭବ ହେଉଛି। ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଜଣେ କର୍ତ୍ତବ୍ୟରତ ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ମଧ୍ୟ ବିଜେଡି ନେତାଙ୍କ ତୋଡ଼ କମୁନି। ନେତା ତ ନେତା ଏବେ ବିଜେଡି କର୍ମୀଙ୍କ ଉତ୍ପାତ କହିଲେ ନ ସରେ। ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ବେଳେ ଜଣେ ବିଜେଡି କର୍ମୀଙ୍କ ଅପ୍ରୀତିକର ଆଚରଣ କ୍ୟାମେରାରେ କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ହାତରେ ବିଜେଡି ପତାକା ବାନ୍ଧିଥିବା ବେଳେ ପୋଲିଂ ବୁଥ୍‌ରେ କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥଙ୍କୁ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି। ଏପରିକି ତାଙ୍କୁ ଧମକ ଦେଇ ବାହାରକୁ ବାହାରି ଯିବା ପାଇଁ ମଧ୍ୟ ଉକ୍ତ ବିଜେଡି କର୍ମୀ କହୁଥିବା ନଜର ଆସିଛି।

Advertisment

ସୂଚନାଯୋଗ୍ୟ, ଆଠଗଡ଼ ସର୍ପେଶ୍ୱର ନୋଡାଲ ୟୁପି ସ୍କୁଲ ବଳରାମପୁରରେ ବିଜେଡି ସମର୍ଥିତ ବ୍ୟକ୍ତି ଜାଲ୍‌ ଆଇକାର୍ଡ ପକାଇ ପୋଲିଂ ବୁଥ୍‌ରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା। ଖବର ଜାଣି ଆଠଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉମା ୨ ଜଣ ଆଇକାର୍ଡ ପକାଇ ଥିବା ବ୍ୟକ୍ତିଙ୍କୁ ଜାଲ୍‌ ଆଇକାର୍ଡ ପକାଇଛନ୍ତି ବୋଲି କହି ସନ୍ଦେହ ପ୍ରକଟ କରିଥିଲେ। ଫଳରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା। ଏହି ଘଟଣାକୁ ଲକ୍ଷ୍ୟ କରି ହଠାତ୍‌ ଜଣେ ବ୍ୟକ୍ତି ଉମାଙ୍କ ଉପରକୁ ଝପଟି ପଡ଼ି ଏଠାରୁ ବାହାରିଯିବାକୁ କହିଥିଲେ। ମାତ୍ର ସେ ପ୍ରାର୍ଥୀ ହୋଇଥିବାରୁ ଉକ୍ତ ବିଜେଡି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଶୁଣି ନ ଥିଲେ। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe