Advertisment

ବିଜେପି ସହ ସମ୍ପର୍କଚ୍ଛିନ୍ନ କଲା ଏଆଇଏଡିଏମକେ

ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ବିବାଦୀୟ ବୟାନ ପାଇଁ ଏଆଇଏମଡିଏମକେ ଏପରି ନିଷ୍ପତ୍ତି ନେଇଛି।

author-image
Hemant Lenka
AIADMK

AIADMK

ତାମିଲନାଡୁରେ ବିଜେପି ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରି ଦେଇଛି ଏଆଇଏମଡିଏମକେ। ରାଜ୍ୟ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ବିବାଦୀୟ ବୟାନ ପାଇଁ ଏଆଇଏମଡିଏମକେ ଏପରି ନିଷ୍ପତ୍ତି ନେଇଛି।

Advertisment

ଆନ୍ନାମଲାଇ ଏଆଇଏମଡିଏମକେର ପ୍ରତିଷ୍ଠାତା ଏମଜିଆରଙ୍କ ମେଣ୍ଟୋର ଦିବଗଂତ ସିଏନ ଆନ୍ନାଦୁରାଇଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଓ ପଲାନିସ୍ୱାମୀଙ୍କ ଏଆଇଏମଡିଏମକେ ବର୍ତ୍ତମାନ ସମୟରେ ବିଜେପି ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛି।

ଦଳର ନେତା ଡି ଜୟକୁମାର ଆଜି କହିଛନ୍ତି, “ବର୍ତ୍ତମାନ ବିଜେପି ସହ ଆଉ କୌଣସି ସମ୍ପର୍କ ନାହିଁ। ଆମେ ମେଣ୍ଟ ସମ୍ପର୍କରେ ନିର୍ବାଚନ ପୂର୍ବରୁ ନିଷ୍ପତ୍ତି ନେବୁ। ବିଜେପିର ରାଜ୍ୟ ସଭାପତି ହେବାକୁ ଆନ୍ନାମଲାଇଙ୍କ ଯୋଗ୍ୟତା ନାହିଁ। ସେ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଦିବଗଂତ ନେତାଙ୍କ ବିରୋଧରେ ଅତ୍ୟନ୍ତ ଖରାପ ବୟାନ ଦେଉଛନ୍ତି।’’

Advertisment

ଆନ୍ନାମଲାଇ ଏହାପୂର୍ବରୁ ଦଳର ଚର୍ଚ୍ଚିତ ଚେହେରା ଦିବଗଂତ ଜେ ଜୟଲଳିତାଙ୍କ ବିରୋଧରେ ମତ ରଖିଥିଲେ। ସେହି ସମୟରେ ଏଆଇଏଡିଏମକେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ପ୍ରକାଶ କରିଥିଲା। ଏଥିସହ ଆନ୍ନାମଲାଇଙ୍କୁ ଏପରି ବୟାନରୁ ଦୂରେଇ ରହିବାକୁ କହିଥିଲା। ତଥାପି ଆନ୍ନାମଲାଇ ବାରମ୍ବାର ଏଆଇଏଡିଏମକେର ବରିଷ୍ଠ ନେତାଙ୍କ ବିରୋଧରେ ଅଶୋଭନୀୟ ବୟାନ ଦେଇ ଚାଲିଛନ୍ତି।

ଦକ୍ଷିଣ ଭାରତରେ ବିଜେପିର ଦବଦବା ନାହିଁ। କିନ୍ତୁ ଦଳ ଏଆଇଡିଏମକେ କାନ୍ଧରେ ବନ୍ଧୁକ ରଖି ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି। ଏପରି ସ୍ଥିତିରେ ଆନ୍ନାମଲାଇଙ୍କ ବୟାନ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ମାର୍ଚ୍ଚ ମାସରେ ଆନ୍ନାମଲାଇ ୨୦୨୪ରେ ଏଆଇଏଡିଏମକେ ସହ ମେଣ୍ଟ କରିବା ବିରୋଧରେ ମତ ରଖିଥିଲେ।

ଜୟକୁମାର କହିଛନ୍ତି, “ଆନ୍ନାମଲାଇ ଏଆଇଏଡିଏମକେ ସହ ମେଣ୍ଟ କରିବାକୁ ଚାହୁଁ ନାହାନ୍ତି। କିନ୍ତୁ ବିଜେପି କର୍ମୀମାନେ ମେଣ୍ଟ ଚାହୁଁଛନ୍ତି। ଆମ ନେତାମାନଙ୍କର ସବୁ ପ୍ରକାରର ଅପମାନକୁ କ’ଣ ଆମେ ଏମିତି ସହି ଯିବୁ? ଆମେ କାହିଁକି ଆପଣମାନଙ୍କୁ ସାଙ୍ଗରେ ନେବୁ? ବିଜେପି କେବେ ହେଲେ ଏଠାରେ ନିଜର ଉପସ୍ଥିତି ଜାହିର କରିପାରିବ ନାହିଁ। ଆପଣଙ୍କ ଭୋଟ ବ୍ୟାଙ୍କ କଥା ଆମକୁ ଜଣା। ଆମ ପାଇଁ ଆପଣମାନଙ୍କୁ ଲୋକ ଜାଣୁଛନ୍ତି। ଆମେ ଆମ ନେତାମାନଙ୍କ ଅପମାନ ଆଉ ସହ୍ୟ କରିପାରିବୁ ନାହିଁ।”

ବିଜେପି ସହ ଏଆଇଏଡିଏମକେ ୨୦୧୯ ଲୋକସଭା ଓ ୨୦୨୧ ବିଧାନସଭା ନିର୍ବାଚନ ଲଢ଼ିଥିଲା। ହେଲେ ଦୁଇଟି ଯାକ ନିର୍ବାଚନରେ ଦଳକୁ ହାରିବାକୁ ପଡ଼ିଛି।

Bjp Tamilnadu AIADMK