Advertisment

ଗୋପାଳପୁର ଗଣଦୁଷ୍କର୍ମ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା ଏଆଇସିସି, ଆସିବେ ରାହୁଲ

ଗୋପାଳପୁର ବେଳାଭୂମିରେ ଜୁନ୍ ୧୫ତାରିଖରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଛି । ମାତ୍ର ଏହି କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ଏଆଇସିସି ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗୋପାଳପୁର ପଠାଇବାକୁ ନିଷ୍ପତ୍ତି ନେଇଛି ।

Rahul Gandhi

Rahul Gandhi

Advertisment

ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି । ରାଜ୍ୟରେ ମହିଳା ହିଂସା ବୃଦ୍ଧିକୁ ନେଇ ରାଜ୍ୟ କଂଗ୍ରେସର ଦୁଇ ନେତ୍ରୀ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ବିରୁଦ୍ଧରେ ବର୍ଷିଥିବାବେଳେ ମହିଳାଙ୍କ ବିରୁଦ୍ଧରେ ବଢ଼ୁଥିବା ଅତ୍ୟାଚାର ପ୍ରତିବାଦରେ ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱରରେ ଏକ ବଡ଼ଧରଣର ସମାବେଶ ନିମନ୍ତେ କଂଗ୍ରେସ ଯୋଜନା କରିଛି । ଏହି ସମାବେଶରେ ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Advertisment

ଏଆଇସିସିର ଫ୍ୟାକ୍ଟଫାଇଣ୍ଡିଂ ଟିମ୍‌

ଗୋପାଳପୁର ବେଳାଭୂମିରେ ଜୁନ୍ ୧୫ତାରିଖରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଛି । ମାତ୍ର ଏହି କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ଏଆଇସିସି ନିଜର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗୋପାଳପୁର ପଠାଇବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ସଭାପତି ଶ୍ରୀ ଖଡଗେ ଏହି ଟିମ୍ ଗଠନ କରିବା ସହ ସରଜମିନ୍ ଯାଂଚ କରି ନିଜର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଂଯୋଜକ ଭାବେ ଦୀପା ଦାସମୁନସୀଙ୍କ ସମେତ ସାଂସଦ ରଞ୍ଜିତ୍ ରଞ୍ଜନ, ପ୍ରଣତୀ ସିନ୍ଧେ, ଏସ. ଜ୍ୟୋତିମଣି ଏବଂ ମହିଳା ଅଧିକାର ନେତ୍ରୀ ଶୋଭା ଓଜା ସାମିଲ ଅଛନ୍ତି । ଏହି ଟିମ୍ ଘଟଣାସ୍ଥଳ ପରିଦର୍ଶନ, ସ୍ଥାନୀୟ କର୍ତ୍‌ତୃପକ୍ଷ ଓ ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବ । ଏହି ରିପୋର୍ଟରେ ଗଣଦୁଷ୍କର୍ମ ଘଟଣା ସମେତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ମହିଳା ସୁରକ୍ଷା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ ବୋଲି ଜଣାପଡ଼ିଛି ।

ନୂଆଦିଲ୍ଲୀରେ ରାଜ୍ୟର ଦୁଇ ନେତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସା ବୃଦ୍ଧି ପାଉଥିବା ଓ ଡବଲ ଇଞ୍ଜିନ ସରକାର ବିଫଳ ଥିବା ଦର୍ଶାଇ ଆଜି ନୂଆଦିଲ୍ଲୀରେ ରାଜ୍ୟ କଂଗ୍ରେସର ଦୁଇଜଣ ନେତ୍ରୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଓ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ରାଜ୍ୟ କଂଗ୍ରେସର ନେତାମାନେ ଏବେ ଦିଲ୍ଲୀରେ ଯାଇ ସାମ୍ବାଦିକ ସମ୍ମିଳନୀ କରିବା ମଧ୍ୟ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଭକ୍ତ ଦାସ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିଥିବାବେଳେ ଏବେ ସୋଫିଆ ଓ ମିନାକ୍ଷୀ ଅନୁରୂପ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିଫଳତାକୁ ନେଇ ବର୍ଷିଛନ୍ତି । ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,  ଓଡ଼ିଶାରେ ପ୍ରତିଦିନ ୧୫ଟି ଗଣଦୁଷ୍କର୍ମ ମାମଲା ରିପୋର୍ଟ ହେଉଛି । ଗତ ୧୧ ମାସ ମଧ୍ୟରେ ରାଜ୍ୟରେ ୨୮ହଜାର ମହିଳା ଓ ଝିଅ ଦୁର୍ଷ୍କମର ଶିକାର ହୋଇଛନ୍ତି । ଅପରାଧୀମାନେ ଏତେ ସାହସ କେଉଁଠାରୁ ପାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବିଧାୟକା ସୋଫିଆ ଫିର୍ଦ୍ଧୋସ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ଗଠନ ପରେ ମହିଳା ବିରୋଧୀ ଅପରାଧର  ମାତ୍ର ୨୧୭ଟି ମାମଲାର ଫଇସଲା ହୋଇଛି । ଭଦ୍ରକର ହସ୍ପିଟାଲର ଜଣେ ନର୍ସ ତାଙ୍କ ସହିତ ହେଉଥିବା ଯୌନ ନିର୍ଯ୍ୟାତନା ଏବଂ ବଳାତ୍କାର ବିଷୟରେ କହିଛନ୍ତି ଏବଂ ନ୍ୟାୟ ମାଗୁଛନ୍ତି । ବାଲେଶ୍ୱରରେ ଜଣେ ନାବାଳିକା ଝିଅକୁ ବଳାତ୍କାର ଏବଂ ହତ୍ୟା କରାଯାଇଥିଲା । ବାଲେଶ୍ୱର ଜିଲ୍ଲାରେ ପ୍ରତିଦିନ ୭ ଜଣ ମହିଳାଙ୍କୁ କାମନାର ଶିକାର କରାଯାଉଛି । ଓଡ଼ିଶାର ୩୬,୦୦୦ ମହିଳା ଏବଂ ୮,୪୦୦ ଝିଅ ନିଖୋଜ ଅଛନ୍ତି । ସେହିପରି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବାହିନୀପତି କହିଛନ୍ତି ଯେ,  ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ  ଦିଆଯାଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପ୍ରମାଣିତ ହୋଇଛି । ରଜ ପର୍ବ ସମୟରେ ୩ଟି ଗଣଦୁଷ୍କର୍ମ ଘଟଣା ରାଜ୍ୟକୁ ଲଜ୍ଜିତ କରିଛି । କଂଗ୍ରେସ ବିଧାନସଭା ଭିତରେ ଓ ବାହାରେ ଏହି ବିଷୟରେ ସ୍ୱର ଉଠାଇଛି, କିନ୍ତୁ ସରକାର ନିରବ ରହିଛନ୍ତି । ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ରାଜ୍ୟରେ ମହିଳାଙ୍କ ସୁରକ୍ଷା-ନିରାପତ୍ତା ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ ।

Advertisment
Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe