Advertisment

କଂଗ୍ରେସ ସହ ୩୫ ବର୍ଷର ସମ୍ପର୍କଚ୍ଛିନ୍ନ କଲେ ଅଜୟ କପୁର, ପଦ୍ମ ଧରିଲେ ଅମରିନ୍ଦରଙ୍କ ପତ୍ନୀ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରେନୀତ କୌର ଆଜି ବିଜେପିରେ ସାମିଲ ହୋଇଛନ୍ତି।

ଅଦ୍ୟତନ ହୋଇଛି
undefined

BJP

Advertisment

ଉତ୍ତର ପ୍ରଦେଶର ଭେଟରାନ କଂଗ୍ରେସ ନେତା ତଥା ୩ଥର କାନପୁରରୁ ବିଧାୟକ ହୋଇଥିବା ଅଜୟ କପୁର ଆଜି ବଡ଼ ପଦକ୍ଷେପ ନେଇଛନ୍ତି। ସେ କଂଗ୍ରେସ ସହ ୩୫ ବର୍ଷର ସମ୍ପର୍କକୁ ଗୋଟିଏ ଝଟକାରେ ଶେଷ କରି ଦେଇଛନ୍ତି। ସେ ଦଳକୁ କେବଳ ବାଏବାଏ କହିନାହାନ୍ତି, ବରଂ ବିଜେପିରେ ମିଶିଛନ୍ତି।

Advertisment

ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅଜୟ କପୁର ପଦ୍ମ ଧରିଛନ୍ତି। ବିଜେପିରେ ସାମିଲ ହେବା ତାଙ୍କ ପାଇଁ ପୁନର୍ଜନର ମୁହୂର୍ତ୍ତ ଓ ମୋଦିଙ୍କ ପରିବାରରେ ସାମିଲ ହେବାରୁ ସେ ବେଶ ଉତ୍ସାହିତ ଥିବା କହିଛନ୍ତି।

ଅଜୟ କପୁର କହିଛନ୍ତି, “ମୁଁ କଂଗ୍ରେସ ପାଇଁ ନିଷ୍ଠାର ସହ ୩୫ ବର୍ଷ କାମ କରିଥିଲି। କିନ୍ତୁ ଆଜି ମୁଁ ଭାବୁଛି ଦେଶର ବିକାଶ ପାଇଁ ସମସ୍ତେ ମୋଦିଜୀଙ୍କ ପରିବାରରେ ସାମିଲ ହେବା କଥା। ଦେଶର ବିକାଶ ପାଇଁ ମୁଁ ବିଜେପିରେ ସାମିଲ ହୋଇଛି।”

Advertisment

ଅଜୟ କପୁର କଂଗ୍ରେସ ଟିକେଟରୁ ୨ ଥର କାନପୁରର ଗୋବିନ୍ଦନଗର ଓ ଗୋଟିଏ ଥର କିଡୱାନି ଆସନରୁ ବିଧାନସଭା ନିର୍ବାଚନ ଜିତିଥିଲେ। କିନ୍ତୁ ଏବେ ସେ କଂଗ୍ରେସକୁ ବଡ଼ ଝଟକା ଦେଇଛନ୍ତି। କାରଣ କାନପୁର ଲୋକସଭା ଆସନରୁ ଏଥର ଦଳ ତାଙ୍କୁ ଟିକେଟ ଦେବାକୁ ଚିନ୍ତା କରୁଥିଲା। ୟୁପି ରାଜ୍ୟ ନିର୍ବାଚନ କମିଟି ମଧ୍ୟ ଅଜୟ କପୁରଙ୍କୁ ଲୋକସଭା ଟିକେଟ ଦେବାକୁ ପ୍ରସ୍ତାବ ଦେଇଥିଲା।

ଅନ୍ୟପକ୍ଷରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରେନୀତ କୌର ଆଜି ବିଜେପିରେ ସାମିଲ ହୋଇଛନ୍ତି। ପଟିଆଲାରୁ କଂଗ୍ରେସ ଟିକେଟରେ ସାଂସଦ ହୋଇଥିବା ପ୍ରେନୀତିଙ୍କୁ ଗତବର୍ଷ ଫେବୃଆରୀ ମାସରେ ଦଳ ନିଲମ୍ବିତ କରିଥିଲା।

ଏବେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ପଦ୍ମ ଧରିବା ପରେ ପ୍ରେନୀତ କହିଛନ୍ତି, “ମୁଁ ମୋ ନିର୍ବାଚନ ମଣ୍ଡଳୀ, ମୋ ରାଜ୍ୟ ଓ ମୋ ଦେଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧୀନରେ କାର୍ଯ କରିବି। କଂଗ୍ରେସ ସହ ମୋର ଇନିଂସ ଭଲ ଥିଲା। ଆଶା ବିଜେପି ସହ ଇନିଂସ ଆହୁରି ଭଲ ହେବ।”

Bjp Lok Sabha Elections
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe