Advertisment

ସୁଚରିତା ଫେରାଇ ଦେଲେ କଂଗ୍ରେସ ଟିକେଟ, ଅଜୟ କୁମାର ଦେଲେ ବଡ଼ ବୟାନ

ସୁଚରିତା ମହାନ୍ତି ୨୦୧୪ ମସିହାରେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ୨ ଲକ୍ଷ ୫୯ ହଜାର ୮୦୦ ଖଣ୍ଡ ଭୋଟ୍ ପାଇଥିଲେ।

Sucharita and Ajay

Sucharita and Ajay

Advertisment

ପ୍ରଚାର ପାଇଁ ପାଣ୍ଠିର ଅଭାବ ପଡ଼ିବାରୁ କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର।

Advertisment

ସେ କହିଛନ୍ତି, ପାର୍ଟି ଫଣ୍ଡିଂ କରିଥା’ନ୍ତା। ଫଣ୍ଡିଂର କୌଣସି ସମସ୍ୟା ନଥିଲା। ମୁଖ୍ୟ କଥା ହେଲା- ପୁରୀରେ ଆମେ ପ୍ରାର୍ଥୀ ବଦଳେଇଥା’ନ୍ତୁ। ଦୁଇ ତାରିଖରୁ ଆମେ କିଛି ସ୍ଥାନରେ ପ୍ରାର୍ଥୀ ବଦଳେଇବା ପାଇଁ ଚିଠି ପଠେଇ ସାରିଥିଲୁ। ଆଜି କି କାଲି ଭିତରେ ଏହା ଘୋଷଣା ହେଇଥା’ନ୍ତା। ସୁଚରିତା ଏହି କଥା ଜାଣି ସାରିଥିଲେ। ସେଥିପାଇଁ ଟିକେଟ ଫେରାଇ ଦେଇଛନ୍ତି ଓ ନିଜେ ନିଜର ଚିଠିକୁ ଭାଇରାଲ କରିଛନ୍ତି।

ନିର୍ବାଚନ ଲଢ଼ିବା ପାଇଁ  ଦଳ ପାଣ୍ଠି ନ ଦେବାରୁ ସୁଚରିତା ମହାନ୍ତି ଟିକେଟ୍ ଫେରାଇଥିବା କଥା ଇ-ମେଲ୍‌ ଜରିଆରେ AICCକୁ ଜଣାଇଥିଲେ। ସେ ଇ-ମେଲରେ ଉଲ୍ଲେଖ କରିଥିଲେ ଯେ, ନିର୍ବାଚନ ପାଇଁ ପାର୍ଟି ଫଣ୍ଡିଂ କଲା ନାହିଁ। ବିନା ଫଣ୍ଡିଂରେ କ୍ୟାମ୍ପେନ କରିବା ଓ ନିର୍ବାଚନ ଲଢ଼ିବା ସହଜ ନୁହେଁ। ବିନା ପାର୍ଟି ଫଣ୍ଡିଂରେ ପୁରୀ ଭଳି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ିବା କଷ୍ଟକର।

Advertisment

ସୁଚରିତା କହିଥିଲେ, ଦଳ ପକ୍ଷରୁ ମୋତେ ନିଜସ୍ୱ ଟଙ୍କାରେ ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା। ମୁଁ ନିଜର ସମର୍ଥ ଅନୁସାରେ ପ୍ରଚାର କରିବା ସହ ଫଣ୍ଡ ଯୋଗାଡ଼ କରିବା ପାଇଁ ଚେଷ୍ଟା କରିଥିଲି। କିନ୍ତୁ ବର୍ତ୍ତମାନ ସମୟରେ ତାହା ସମ୍ଭବପର ହେଲା ନାହିଁ। ଏଥିପାଇଁ ମୁଁ ଟିକେଟ ଫେରାଇ ଦେଇଛି।

ସୁଚରିତା ମହାନ୍ତି ୨୦୧୪ ମସିହାରେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ୨ ଲକ୍ଷ ୫୯ ହଜାର ୮୦୦ ଖଣ୍ଡ ଭୋଟ୍ ପାଇଥିଲେ। ୨୦୧୯ରେ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରି ନଥିବା ବେଳେ ଏଥର ପୁଣି ଭରସା କରିଥିଲା। ତେବେ ସେ ଟିକେଟ ଫେରାଇ ଦେଇଛନ୍ତି। 

Congress 2024 General Election Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe