Advertisment

ପ୍ରଥମଥର ପାଇଁ ମୋଦିଙ୍କୁ ଟକ୍କର ଦେଲେ ଅଜୟ ରାଏ, ପଛରେ ସ୍ମୃତି ଇରାନୀ

ବର୍ତ୍ତମାନ ସୁଦ୍ଧା ମୋଦିଙ୍କୁ ୧,୯୦,୩୩୩ ଖଣ୍ଡ ଭୋଟ ମିଳିଥିବା ବେଳେ ଅଜୟ ରାୟ ୧,୩୦,୭୯୮ ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଅ‌ଥର ଜମାଲ ଲାରିଙ୍କୁ ମାତ୍ର ୧୨,୬୪୬ ଖଣ୍ଡ ମିଳିଛି।

author-image
Hemant Lenka
PM Modi

PM Modi

ପ୍ରଥମଥର ପାଇଁ ବାରାଣସୀ ଲୋକସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିଛି। ୨୦୧୪ ଓ ୨୦୧୯ରେ ମୋଦି ଏକତରଫା ଭାବେ କଂଗ୍ରେସର ଅଜୟ ରାୟଙ୍କୁ ହରାଇଥିଲେ।

Advertisment

ହେଲେ ଏଥର ଟ୍ରେଣ୍ଡ ବଦଳିଛି। ମୋଦିଙ୍କୁ କଡ଼ା ଟକ୍କର ଦେଉଛନ୍ତି ଅଜୟ ରାୟ। ପ୍ରାରମ୍ଭିକ ଟ୍ରେଣ୍ଡରେ ଅଜୟ ରାୟ ବାରାଣସୀ ଆସନରେ ମୋଦିଙ୍କ ଠାରୁ ୬,୩୦୦ ଖଣ୍ଡ ଭୋଟରେ ଆଗରେ ଥିଲେ। ଅବଶ୍ୟ ମୋଦି ଏବେ ଲିଡ୍‌ ହାସଲ କରି ନେଇଛନ୍ତି। କିନ୍ତୁ ଅଜୟ ରାୟ ମଧ୍ୟ ବେଶୀ ପଛରେ ନାହାନ୍ତି।

ବର୍ତ୍ତମାନ ସୁଦ୍ଧା ମୋଦିଙ୍କୁ ୧,୯୦,୩୩୩ ଖଣ୍ଡ ଭୋଟ ମିଳିଥିବା ବେଳେ ଅଜୟ ରାୟ ୧,୩୦,୭୯୮ ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଅ‌ଥର ଜମାଲ ଲାରିଙ୍କୁ ମାତ୍ର ୧୨,୬୪୬ ଖଣ୍ଡ ମିଳିଛି।

Advertisment

୨୦୧୯ରେ ଅଜୟ ରାୟ ମୋଟ ୧,୫୨,୫୪୮ ଖଣ୍ଡ ଭୋଟ ପାଇଥିବା ବେଳେ ମୋଦିଙ୍କୁ ୬,୭୪,୬୬୪ ଖଣ୍ଡ ଭୋଟ ମିଳିଥିଲା। ୨୦୧୪ ଅଜୟ ରାୟ ୭୫,୬୧୪ ଖଣ୍ଡ ପାଇଥିଲେ।

ଅନ୍ୟପକ୍ଷରେ ଚର୍ଚ୍ଚିତ ଆମେଠି ଆସନରେ ବିଜେପିର ସ୍ମୃତି ଇରାନୀଙ୍କୁ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଗଣତିର ଗତ ୨ ଘଣ୍ଟା ଧରି ସ୍ମୃତି ଇରାନୀ କଂଗ୍ରେଦର କିଶୋରୀଲାଲ ଶର୍ମାଙ୍କ ଠାରୁ ପଛରେ ରହିଛନ୍ତି।

ସେ ୩୭,୬୪୦ ଖଣ୍ଡ ଭୋଟରେ ପଛରେ ପଡ଼ିଛନ୍ତି। ଏବେ ସୁଦ୍ଧା ଶର୍ମା ୧,୨୨,୭୬୭ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ମୃତି ୧ ଲକ୍ଷ ସଂଖ୍ୟା ଡେଇଁ ନାହାନ୍ତି। ସ୍ମୃତି ଇରାନୀ କେବଳ ୮୫,୧୨୭ ଖଣ୍ଡ ଭୋଟ ପାଇଛନ୍ତି।

Election Results 2024 PM Modi Election Results Narendra Modi Loksabha Election 2024