Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦାବି: ଶରଦ ପାୱାରଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ଅଫର କରିଥିଲେ ଅଜିତ ପାୱାର

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଅଜିତ ପାୱାର ଓ ଶରଦ ପାୱାର ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ସମୟରେ ଅଜିତ ପାୱାର ଆଲୋଚନା ଛଳରେ ୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେପିକୁ ସମର୍ଥନ କରିବାକୁ ଶରଦ ପାୱାର କହିଥିଲେ।

NCP

NCP

Advertisment

ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାର ନିକଟରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଥିଲେ। ଏହି ସମୟରେ ସେ ତାଙ୍କୁ ବିଜେପି ସହ ହାତ ମିଳାଇବାକୁ ପ୍ରସ୍ତାବ ଦେଇଥିଲେ। ଏଥିସହ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ହେବାକୁ ମଧ୍ୟ ଅଫର କରିଥିଲେ ବୋଲି କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

Advertisment

ରିପୋର୍ଟ ଅନୁସାରେ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଅଜିତ ପାୱାର ଓ ଶରଦ ପାୱାର ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ସମୟରେ ଅଜିତ ପାୱାର ଆଲୋଚନା ଛଳରେ ୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେପିକୁ ସମର୍ଥନ କରିବାକୁ ଶରଦ ପାୱାର କହିଥିଲେ।

ଏହା ବଦଳରେ ତାଙ୍କୁ କେନ୍ଦ୍ର କ୍ୟାବିନେଟରେ କୃଷି ମନ୍ତ୍ରୀ କିମ୍ବା ନୀତି ଆୟୋଗର ଅଧ୍ୟକ୍ଷ ପଦ ଦେବେ ବୋଲି କହିଥିଲେ। ଖାଲି ଏତିକି ନୁହେଁ, ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଓ ଏନସିପିର ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କୁ ମଧ୍ୟ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟରେ ଥଇଥାନ କରାଯିବ ବୋଲି ସେ ଶରଦ ପାୱାରଙ୍କୁ ଅଫର ଦେଇଥିଲେ। 

Advertisment

ତେବେ ଶରଦ ପାୱାର ତାଙ୍କ ଅଫରକୁ ରୋକଠୋକ ମନା କରି ଦେଇଥିଲେ। କୌଣସି ବି ପରିସ୍ଥିତିରେ ସେ ବିଜେପି ସହ ହାତ ମିଳାଇବେ ନାହିଁ ବୋଲି ଶରଦ ପାୱାର ତାଙ୍କ ପୁତୁରା ଅଜିତଙ୍କୁ କହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଣଙ୍କ ସୂଚନା ଦେଇଛନ୍ତି।

ଶନିବାର ଦିନ ହଠାତ୍‌ ଅଜିତ ପାୱାର ପୁଣେରେ ଥିବା ଶରଦଙ୍କ ବାସଭବନରେ ପହଞ୍ଚିଥିଲେ। ଏହାପରେ ଦୁଇ ଜଣଙ୍କ ମଧ୍ୟରେ ବେଶ କିଛି ସମୟ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଏହି ବୈଠକକୁ ନେଇ ମହାରାଷ୍ଟ୍ରରେ ରାଜନୀତିକ ହଟଚଟମ ସୃଷ୍ଟି ହୋଇଥିଲା।

ବିଶେଷ କରି ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରମୁଖ ସଦସ୍ୟ ଶିବସେନା(ଉଦ୍ଧବ ଠାକରେ) ଓ କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀରାଜ ଚୌହାନ ଏପରି ବୈଠକକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

Sharad Pawar Maharashtra Politics NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe