Advertisment

ପତ୍ନୀଙ୍କ ହାର୍‌କୁ ଗ୍ରହଣ କରି ପାରୁ ନାହାନ୍ତି ଅଜିତ ପାୱାର, କହିଲେ- ମୁଁ ଚକିତ

ସୁମିତ୍ରା ପାୱାର ନିର୍ବାଚନ ହାରି ଯାଇଥିବାରୁ ଏହାକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଅଜିତ ପାୱାର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

author-image
Niharika Rout
Ajit Pawar & Wife

Ajit Pawar & Wife

ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନେତ୍ୱାଧୀନ ଏନଡିଏର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଭିନ୍ନ ଦଳର ନେତା ମାନସ ମନ୍ଥନ ଆରମ୍ଭ କରି ଦେଇଛନ୍ତି। ଏହି ନିର୍ବାଚନୀ ଫଳାଫଳ ଅଜିତ ପାୱାରଙ୍କୁ ଶକ୍ତ ଝଟକା ଦେଇଛି । ଅଜିତ ପାୱାରଙ୍କ ଏନସିପି ଖାତାକୁ କେବଳ ଗୋଟିଏ ଲୋକସଭା ଆସନ ଯାଇଛି। ଖୋଦ ପତ୍ନୀ ସୁମିତ୍ରା ପାୱାର ନିର୍ବାଚନ ହାରି ଯାଇଥିବାରୁ ଏହାକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଅଜିତ ପାୱାର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Advertisment

ଗତକାଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ନିଜ ଦଳର ବିଧାୟକଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ। ମାତ୍ର ଏହି ବୈଠକରେ ବରିଷ୍ଠ ୫ ବିଧାୟକ ଉପସ୍ଥିତ ନ ଥିବା ଜଣାଯାଇଛି। ବ୍ୟକ୍ତିଗତ କାରଣରୁ ସେମାନେ ବୈଠକକୁ ଯାଇ ପାରି ନ ଥିବା କହିଥିବା ବେଳେ ସେମାନେ କିନ୍ତୁ ଶରଦ ପାୱାରଙ୍କ ପାର୍ଟିକୁ ଫେରିବାକୁ ଯୋଗାଯୋଗ କରୁଥିବା ଜଣାଯାଇଛି।

ବୈଠକ ଶେଷ ପରେ ଅଜିତ ପାୱାର ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, ମହାରାଷ୍ଟ୍ରରେ ଆମ ପ୍ରଦର୍ଶନ ନେଇ ଆମେ ଖୁସି ନାହୁଁ। ଏହି ପ୍ରଦର୍ଶନ ପାଇଁ ମୁଁ ନିଜକୁ ଦାୟୀ କରୁଛି। ଆମେ ଜନାଦେଶକୁ ସ୍ୱୀକାର କରୁଛୁ। ଏବେବି ସବୁ ବିଧାୟକ ଆମ ସହ ଅଛନ୍ତି। କେହି ବି ଅସନ୍ତୁଷ୍ଠ ନାହାନ୍ତି। ଯେଉଁମାନେ ଅନୁପସ୍ଥିତ ଅଛନ୍ତି, ସେମାନେ ଏହାର କାରଣ ସମ୍ପର୍କରେ ପାର୍ଟିକୁ ଅବଗତ କରାଇଛନ୍ତି।

Advertisment

ମାତ୍ର ବାରାମତୀର ଫଳାଫଳ ମୋତେ ଆଶ୍ଚର୍ଯ୍ୟ କରିଛି। ବାରାମତୀ ଫଳାଫଳ ଏପରି କିପରି ହେଲା ତାହା ମୁଁ ବୁଝି ପାରୁନି। ଏହି ଆସନରୁ ମୋତେ ଏପରି ଆଶା ନ ଥିଲା ବୋଲି କହିଛନ୍ତି ଅଜିତ । ଏହି ଆସନରୁ ଅଜିତ ପାୱାରଙ୍କ ପତ୍ନୀ ସୁମିତ୍ରା ମହାଜନ ନିଜ ନଣନ୍ଦ ସୁପ୍ରିୟା ସୁଲେଙ୍କ ନିକଟରୁ ପରାସ୍ତ ହୋଇଛନ୍ତି।

ଏହି ନିର୍ବାଚନ ମଣ୍ଡଳୀର ମୁସଲିମ୍‌ ଭୋଟର ଆମଠୁ ଦୂରେଇ ଯାଇଥିବା କହିଛନ୍ତି ଅଜିତ । ସମ୍ବିଧାନ ବଦଳିବା ମାମଲା ତଥା ଆରକ୍ଷଣ ମାମଲାରେ ଆମେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଅନୁମାନ କରୁଛୁ। ଏହାର ତର୍ଜମା କରାଯିବ । ଆମେ ଭୋଟରଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚି ପାରିଲୁ ନାହିଁ କିମ୍ବା ତାଙ୍କ ମାନସିକତାକୁ ପଢ଼ି ପାରିଲୁନି। ତେଣୁ ନିର୍ବାନଚୀ ଫଳାଫଳ ଆମକୁ ନିରାଶ କରିଛି। ତେଣୁ ମୁଁ ଏହାର ନୈତିକ ଦାୟିତ୍ୱ ନେଉଛି ବୋଲି କହିଛନ୍ତି ଅଜିତ।

ଗତବର୍ଷ ଜୁଲାଇ ମାସରେ ଅଜିତ ପାୱାର ଏନସିପିର ଅଧିକାଂଶ ବିଧାୟକଙ୍କୁ ଧରି ବିଜେପି ଓ ସିନ୍ଦେ ସରକାରରେ ସାମିଲ ହୋଇଥିଲେ। ଅଜିତ ପାୱାରଙ୍କୁ ମଧ୍ୟ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ମାତ୍ର ଚଳିତ ଲୋକସଭା ନିର୍ବାଚନ ଫଳାଫଳ ଅଜିତଙ୍କୁ ଶକ୍ତ ଝଟକା ଦେଇଛି।

ଏନଡିଏ ତୁଳନାରେ ମହା ବିକାଶ ଅଘାଡ଼ି ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। କଂଗ୍ରେସ ଏକାକୀ ୧୩ ଆସନ ଜିତିଥିବା ବେଳେ ଶରଦ ପାୱାରଙ୍କ ଏନସିପି ୮ଟି ଓ ଉଦ୍ଧବ ଠାକରେଙ୍କ ଶିବସେନା ୯ଟି ଆସନ ଜିତିଛି।

କିନ୍ତୁ ବିଜେପି, ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମିଳିତ ଭାବେ ୧୭ଟି ଆସନ ଜିତିଛନ୍ତି। ଅଜିତ ପାୱାରଙ୍କ ଖାତାକୁ କେବଳ ଗୋଟିଏ ଲୋକସଭା ଆସନ ଜିତିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଅଜିତ ପାୱାରଙ୍କ ସହ ଥିବା ୧୦ରୁ ୧୫ ଜଣ ବିଧାୟକ ଶରଦ ପାୱାରଙ୍କ ପାଖକୁ ଯିବାକୁ ଯୋଜନା ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Maharashtra NCP Ajit Pawar NCP MLA