ହାରିଲେ ଶରଦ, ଜିତିଲେ ଅଜିତ ପାୱାର

ଏବେ ଶରଦ ପାୱାରଙ୍କ ପାଖରେ ଦଳର ୧୨ ଜଣ ବିଧାୟକ ରହିଛନ୍ତି। ୪୧ ଜଣ ବିଧାୟକ ଅଜିତ ପାୱାରଙ୍କ ସହ ମିଶି ବିଜେପି ଓ ଏକନାଥ ସିନ୍ଦେଙ୍କ ସରକାରରେ ରହିଛନ୍ତି।

NCP

ଅଜିତ ପାୱାର ଓ ଶରଦ ପାୱାର

Hemant Lenka
  • Published: Tuesday, 06 February 2024
  • Updated: 06 February 2024, 09:06 PM IST

Sports

Latest News

ଭେଟରାନ ରାଜନେତା ଶରଦ ପାୱାରଙ୍କୁ ଜୋରଦାର ଝଟକା। ଯେଉଁ ହାତରେ ସେ ଏନସିପି ଭଳି ଗୋଟିଏ ବିରାଟ ଦଳ ଗଠନ କରିଥିଲେ ଆଜି ସେଇଟା ତାଙ୍କ ହାତରୁ ଖସି ଯାଇଛି। ତାଙ୍କ ପୁତୁରା ତଥା ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାର ଆଣ୍ଡ କୋକୁ ମିଳିଛି ପ୍ରକୃତ ଏନସିପି ମାନ୍ୟତା।

ଆଜି ଭାରତୀୟ ନିର୍ବାଚନ କମିଶନ ଅଜିତ ପାୱାର ଗୋଷ୍ଠୀଙ୍କୁ ପ୍ରକୃତ ଏନସିପିର ମାନ୍ୟତା ଦେଇଛନ୍ତି। ଦଳର ନାଁ ସହ ଏନସିପିର ନିର୍ବାଚନୀ ଚିହ୍ନ ମଧ୍ୟ କେବଳ ଅଜିତ ପାୱାରଙ୍କ ଗୋଷ୍ଠୀ ବ୍ୟବହାର କରିପାରିବ ବୋଲି ନିର୍ବାଚନ କମିଶନ କହିଛନ୍ତି।

Also Read

୨୦୨୩ ଜୁଲାଇ ମାସରେ ଅଜିତ ପାୱାରଙ୍କ ବିଦ୍ରୋହ ଯୋଗୁ ଏନସିପି ଦୁଇ ଫାଳ ହୋଇଯାଇଥିଲା। ଉଭୟ ଅଜିତ ପାୱାର ଓ ଶରଦ ପାୱାର ଏନସିପି ଉପରେ ନିଜର ହକ ଜାହିର କରିଥିଲେ। ଶେଷରେ ମାମଲା ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚିଥିଲା। ନିର୍ବାଚନ କମିଶନ ୧୦ଥରର ଶୁଣାଣି କରିବା ପରେ ଅଜିତ ପାୱାରଙ୍କ ଗୋଷ୍ଠୀ ହିଁ ପ୍ରକୃତ ଏନସିପି ବୋଲି ରୁଲିଂ ଦେଇଛନ୍ତି।

ସୂତ୍ର ଅନୁସାରେ ଏନସିପିର ମୋଟ ୫୩ ଜଣ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ଅଜିତ ପାୱାରଙ୍କ ସହ ରହିଛନ୍ତି। ତେଣୁ ନିର୍ବାଚନ କମିଶନ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି। ଏଥିସହ ଶରଦ ପାୱାରଙ୍କ ଗୋଷ୍ଠୀକୁ ନିର୍ବାଚନ କମିଶନ ନୂଆ ନାଁ ବାଛିବା ପାଇଁ କହିଛନ୍ତି। ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଫେବୃଆରୀ ୭ ତାରିଖ ଦିନ ୩ଟା ସୁଦ୍ଧା ଶରଦ ପାୱାରଙ୍କୁ ନିଜ ପସନ୍ଦର ୪ଟି ନୂଆ ନାଁ ଓ ଦଳୀୟ ଚିହ୍ନ ବାଛିବାକୁ କୁହାଯାଇଛି।

ନିର୍ବାଚନ କମିଶନଙ୍କ ରାୟ ପରେ ଶରଦ ପାୱାରଙ୍କ ଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛି। ଶରଦ ପାୱାରଙ୍କ ଗୋଷ୍ଠୀରେ ଥିବା ଅନୀଲ ଦେଶମୁଖ କହିଛନ୍ତି, “ପୂରା ବିଶ୍ୱ ଜାଣିଛି ଯେ ଏନସିପିକୁ କିଏ ପ୍ରତିଷ୍ଠା କରିଥିଲେ। ଏହା ସତ୍ତ୍ୱେ ନିର୍ବାଚନ କମିଶନ ଭିନ୍ନ ରାୟ ଦେଇଛନ୍ତି। ନିର୍ବାଚନ କମିଶନ ଗଣତନ୍ତ୍ରର ହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story