Advertisment

‘ଅଜିତ ପାୱାର ଏବେ ବି ଏନସିପି ନେତା, ଏଥିରେ ଦ୍ୱିମତ ନାହିଁ’

‘ରାଜନୈତିକ ଦଳରେ ଫାଟ ସୃଷ୍ଟି ହେବା ଅର୍ଥ ଏକ ଦଳ ଜାତୀୟ ସ୍ତରରେ ଭାଗ ଭାଗ ହୋଇଯିବା। କିନ୍ତୁ ଏନସିପି କ୍ଷେତ୍ରରେ ଏପରି କିଛି ଘଟିନି।’

Ajit Pawar & Sharad Pawar

Ajit Pawar & Sharad Pawar

Advertisment

‘ଏନସିପି ଫାଳ ଫାଳ ହୋଇନି। ଏବେ ବି ଅଜିତ ପାୱାର ଏନସିପି ନେତା ଅଛନ୍ତି।’ ଏପରି କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ପୁଣେର ବାରାମତିରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଏପରି ଉତ୍ତର ଦେଇଛନ୍ତି। ଯାହାକି ରାଜନନୈତିକ ଜଗତରେ ହଟଚମଟ ସୃଷ୍ଟି କରିଛି।

Advertisment

ଶରଦ ପାୱାର କହିଛନ୍ତି, ଅଜିତ ପାୱାର ଏବେ ବି ଏନସିପିର ବିଧାୟକ ଅଛନ୍ତି, ଏଥିରେ କୌଣସି ଦ୍ୱିମତ ନାହିଁ। ତେଣୁ ଏନସିପିରେ ଫାଟ ସୃଷ୍ଟି ହୋଇଛି ବୋଲି କିପରି ଜଣେ କହି ପାରିବ ।

ରାଜନୈତିକ ଦଳରେ ଫାଟ ସୃଷ୍ଟି ହେବା ଅର୍ଥ ଏକ ଦଳ ଜାତୀୟ ସ୍ତରରେ ଭାଗ ଭାଗ ହୋଇଯିବା। କିନ୍ତୁ ଏନସିପି କ୍ଷେତ୍ରରେ ଏପରି କିଛି ଘଟିନି। କିଛି ନେତା ନିଜ ସ୍ୱାଧୀନ ଚିନ୍ତାଧାରା ଅନୁଯାୟୀ ଦଳ ଛାଡ଼ିଛନ୍ତି। ଏକ ଗଣତନ୍ତ୍ର ରାଷ୍ଟ୍ରରେ ନିଷ୍ପତ୍ତି ନେବା ଅଧିକାର ସମସ୍ତଙ୍କ ନିକଟରେ ରହିଛି।

Advertisment

ଅଜିତ ପାୱାର ଓ ଏନସିପିର ୮ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନ ଓ ବିଜେପି ମେଣ୍ଟରେ ଗତ ଜୁଲାଇ ୨ ତାରିଖରେ ସାମିଲ ହୋଇ ସାରିଛନ୍ତି। ଅଜିତ ପାୱାର ଏବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରକୃତ ଏନସିପି କାହା ପାଖରେ ରହିବ ତାକୁ ନେଇ ଶରଦ ପାୱାର ଓ ଅଜିତ ପାୱାର ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି। ଏହା ମଧ୍ୟରେ ଶରଦ ପାୱାରଙ୍କ ବୟାନ ଘଟଣାକୁ ଭିନ୍ନ ମୋଡ଼ ଦେଉଛି।

ଏହାର ଦିନକ ପୂର୍ବରୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ବି ଭାଇ ଅଜିତ ପାୱାରଙ୍କ ସପକ୍ଷରେ ମନ୍ତବ୍ୟ ଦେଇଥିଲେ। ଅଜିତ ପାୱାର ଦଳର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ ସେ ଏବେ ବି ଦଳର ବିଧାୟକ ଥିବା ସେ କହିଛନ୍ତି।

Sarad Power NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe