Advertisment

ଶରଦଙ୍କୁ ବାଣ ମାରିଲେ ଅଜିତ ପାୱାର, କହିଲେ-ମୁଁ ତାଙ୍କ ପୁଅ ହୋଇ ନଥିବାରୁ ସୁଯୋଗ ପାଇଲିନି

ଗତବର୍ଷ ଜୁଲାଇରେ ଅଜିତ ପାୱାର ଓ ଅନ୍ୟ ୮ ଜଣ ଏନସିପି ବିଧାୟକ ଏକନାଥ ସିନ୍ଦେ ଓ ବିଜେପି ସରକାରରେ ହାତ ମିଳାଇଥିଲେ। ଫଳରେ ଶରଦ ପାୱାରଙ୍କ ଏନସିପି ଦୁଇ ଭାଗ ହୋଇଯାଇଥିଲେ।

Ajit Pawar

Ajit Pawar

Advertisment

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କ ଦାଦା ତଥା ଏନସିପି(ଶରଦ ଚନ୍ଦ୍ର ପାୱାର)ର ମୁଖ୍ୟ ଶରଦ ପାୱାରଙ୍କୁ ବାଣ ମାରିଛନ୍ତି। ଶରଦ ପାୱାରଙ୍କ ପୁଅ ହୋଇ ନଥିବାରୁ ତାଙ୍କୁ ରାଜନୀତିରେ ସୁଯୋଗ ମିଳି ନଥିଲା ବୋଲି ଅଜିତ ପାୱାର କହିଛନ୍ତି। ୮୦ ବର୍ଷ ବୟସ ପରେ ଜଣେ ବ୍ୟକ୍ତି ଅନ୍ୟ ନୂଆ ଲୋକଙ୍କୁ ସୁଯୋଗ ଦେବା କଥା ବୋଲି ମଧ୍ୟ ସେ କହିଛନ୍ତି।

Advertisment

ବିଜେପି ସହ ମିଶିବାକୁ ଆଲୋଚନା ହୋଇଥିଲା। କିନ୍ତୁ ମିଶିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିଲା ନାହିଁ ବୋଲି ଶରଦ ପାୱାର ଦେଇଥିବା ବୟାନ ଉପରେ ଅଜିତ ପାୱାର କହିଛନ୍ତି, ଆଲୋଚନା କଥା ଯାହା ହେଉ ସେ ସ୍ୱୀକାର ତ କଲେ। ସେ ନିଜେ ମଧ୍ୟ ଆଲୋଚନାର ସାକ୍ଷୀ ରହିଥିଲେ ବୋଲି ଜୁନିୟର ପାୱାର କହିଛନ୍ତି।

ଗତବର୍ଷ ଜୁଲାଇରେ ଅଜିତ ପାୱାର ଓ ଅନ୍ୟ ୮ ଜଣ ଏନସିପି ବିଧାୟକ ଏକନାଥ ସିନ୍ଦେ ଓ ବିଜେପି ସରକାରରେ ହାତ ମିଳାଇଥିଲେ। ଫଳରେ ଶରଦ ପାୱାରଙ୍କ ଏନସିପି ଦୁଇ ଭାଗ ହୋଇଯାଇଥିଲେ।

Advertisment

ପୁଣେର ଶିରୁର ଠାରେ ଆୟୋଜିତ ରାଲିରେ ଅଜିତ ପାୱାର କହିଛନ୍ତି, “ମୋର ବୟସ ୬୦ ଡେଇଁଲାଣି। ଆମେ ସୁଯୋଗ ପାଇବା ଦରକାର କି ନାହିଁ? ଆମେ କ’ଣ ଭୁଲ କରିଛୁ ? ଏଥିପାଇଁ ଆମେ ଭାବବିହ୍ୱଳ ହୋଇଥିଲୁ। ପାୱାର ସାହେବ ମଧ୍ୟ ଆମର ଦେବତା। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ପ୍ରତିଟି ବ୍ୟକ୍ତିଙ୍କର ସମୟ ରହିଛି। ୮୦ ବର୍ଷ ଡେଇଁବା ପରେ ନୂଆ ଲୋକଙ୍କୁ ସୁଯୋଗ ଦେବା ଦରକାର।

ଯଦି ମୁଁ ଏନସିପି(ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କ ପୁଅ ହୋଇଥାଆନ୍ତି, ତା’ହେଲେ ମୋତେ କ’ଣ ସୁଯୋଗ ମିଳି ନଥାଆନ୍ତା? ହଁ, ମୁଁ ନିଶ୍ଚିତ ସୁଯୋଗ ପାଇଥାଆନ୍ତି। ମୁଁ ତାଙ୍କ ପୁଅ ହୋଇ ନଥିବାରୁ ମୋତେ ସୁଯୋଗ ମିଳିଲା ନାହିଁ। ଏହା କେଉଁ ପ୍ରକାରର ନ୍ୟାୟ?”

ଅଜିତ ପାୱାର ଏନସିପିର ଶିରୁର ପ୍ରାର୍ଥୀ ଶିବାଜୀରାଓ ଅଭଲରାଓ ପାଟିଲଙ୍କ ପାଇଁ ପ୍ରଚାର କରିବା ବେଳେ ଏପରି କହିଛନ୍ତି।

Sharad Pawar NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe