Advertisment

କ୍ୟାବିନେଟ୍ ବୈଠକରେ ଯୋଗ ଦେଲେନି କି ସିନ୍ଦେ, ଫଡ଼ନାବିସଙ୍କ ସହ ଦିଲ୍ଲୀ ଗଲେନି ପାୱାର

ଆଜି ଦିଲ୍ଲୀରେ ଜେପି ନଡ୍ଡା ଓ ଅମିତ ଶାହଙ୍କୁ ଭେଟୁଛନ୍ତି ସିନ୍ଦେ-ଫଡ଼ନାବିସ। ଏନସିପି ସହ ସ୍ୱତନ୍ତ୍ର ବୈଠକ କରୁଛନ୍ତି ଅଜିତ ପାୱାର।

ଅଦ୍ୟତନ ହୋଇଛି
 Representative Image

Representative Image

Advertisment

ପୁଣି ଗୋଳମାଳିଆ ହେଉଛି ମହାରାଷ୍ଟ୍ର ରାଜନୀତି। ଶିବସେନା, ଏନସିପି ଏବଂ ବିଜେପିର ମିଳିତ ଭାବେ ଗଠନ ହୋଇଥିବା ରାଜ୍ୟ ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ପୁଣି ଦଳରେ ଆଉ ଏକ ବିବାଦ ଘନଉଥିବା ଚର୍ଚ୍ଚା ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଗୋଟିଏ ପଟେ ଥିବାବେଳେ ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ଆଉ ଗୋଟେ ପଟେ ରହୁଥିବା ଦେଖାଯାଉଛି।

Advertisment

ସୂଚନା ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡ଼ନାବିସ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟୁଛନ୍ତି। ଗତକାଲି ରାତିରୁ ଏମାନେ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ହେଲେ ଏହି ଟିମରେ ନାହାନ୍ତି ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍। 

ସେପଟେ ଅସୁସ୍ଥତା ଦର୍ଶାଇ ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ବି ଯୋଗ ଦେଇନାହାନ୍ତି ଅଜିତ ପାୱାର। କିନ୍ତୁ ପାୱାର କ୍ୟାବିନେଟ ବୈଠକରେ ଯୋଗ ନଦେଇ ସନ୍ଧ୍ୟାରେ ତାଙ୍କ ସରକାରୀ ବାସଭବନ ଦେବଗିରିଠାରେ ଏନସିପି ମନ୍ତ୍ରୀମାନଙ୍କ ସହ ଏକ ବ୍ୟକ୍ତିଗତ ବୈଠକ କରିଛନ୍ତି। ଏଥିରୁ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚାକୁ ଆହୁରି ଖୋରାକ ମିଳିଛି। ମେଣ୍ଟ ସରକାରରେ ଫାଟ ଥିବା ମଧ୍ୟ ଚର୍ଚ୍ଚା ହେଉଛି।

Advertisment

ପାୱାରଙ୍କ ଅନୁପସ୍ଥିତିକୁ ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ। ସେ କହିଛନ୍ତି, ପାୱାର ଅସୁସ୍ଥ ଥିବାରୁ ଯୋଗ ଦେଇପାରି ନାହାନ୍ତି, ଏଥିରୁ କୌଣସି ଭିନ୍ନ ଅର୍ଥ ବାହାର କରିବା ଅନୁଚିତ୍।

ଆଗକୁ ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଟପ୍ ନେତାଙ୍କ ସହ ସିନ୍ଦେ ଏବଂ ଫଡ଼ନାବିସଙ୍କ ବୈଠକ ପରେ ପୁଣି ଥରେ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ରାଜ୍ୟରେ କୋଟା ଚାହୁଁଥିବା ସମ୍ପ୍ରଦାୟର ବିରୋଧ ମଧ୍ୟରେ ବିଜେପି ଟପ୍ ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମରାଠା, ଧଙ୍ଗର ଏବଂ ଓବିସି ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି ବୋଲି ସେମାନେ କହିଛନ୍ତି।

ଶିବସେନା କିମ୍ବା ବିଜେପି ଦ୍ୱାରା ପରିଚାଳିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପରିଚାଳନାରେ ଅଜିତ ପାୱାର ନେତୃତ୍ୱାଧୀନ ଏନସିପି ଗୋଷ୍ଠୀର ହସ୍ତକ୍ଷେପକୁ ନେଇ ଶିବସେନା ଏବଂ ବିଜେପିରେ ଅସନ୍ତୋଷ ଚାଲିଥିବା ସମୟରେ ଏହି ବୈଠକ ବସୁଥିବାରୁ ମେଣ୍ଟ ସରକାରରେ ଫାଟକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।

ସେପଟେ ଏପରି ଆଲୋଚନା ମଧ୍ୟରେ କଟାକ୍ଷ କରିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ। ସେ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ହନିମୁନ୍ ପିରିୟଡ୍ ସରିନାହିଁ, କିନ୍ତୁ ମେଣ୍ଟ ସରକାରରେ ଫାଟ ଦେଖାଦେଲାଣି।’ 

Devendra Fadnavis Shiv Sena Maharashtra Politics Eknath Sinde Jp Nadda NCP Ajit Pawar National Politics Amit Saha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe