Advertisment

ଶରଦ ପାୱାରଙ୍କ ଘରେ ଅଜିତ

ଅଜିତ ପାୱାର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ମିଳିଛି। ତା’ ସହିତ ଯୋଜନା ବିଭାଗ ମଧ୍ୟ ତାଙ୍କୁ ମିଳିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Ajit Pawar

Ajit Pawar

ଜୁଲାଇ ୨ ତାରିଖରେ ଏନ୍‌ସିପି ପ୍ରତିଷ୍ଠାତା ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଆଠ ଜଣ ଦଳୀୟ ବିଧାୟକଙ୍କ ସହ ମିଶି ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ ଅଜିତ ପାୱାର। ଆଉ ଏହି ଘଟଣାର ୧୨ ଦିନ ପରେ ଗତକାଲି ପ୍ରଥମ ଥର ପାଇଁ ଦାଦା ଶରଦ ପାୱାରଙ୍କ ଘରକୁ ଯାଇଥିଲେ ଅଜିତ। ସେ ତାଙ୍କ ଖୁଡ଼ୀ ପ୍ରତିଭା ପାୱାରଙ୍କୁ ଦେଖିବାକୁ ଯାଇଥିଲେ।

Advertisment

ଗତକାଲି ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ପ୍ରତିଭା ପାୱାରଙ୍କ ହାତରେ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସ୍ଥିରତା ଆସିବା ପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଥିଲା। ସେ ହସ୍‌ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଯିବା ପରେ ଅଜିତ ପାୱାର ତାଙ୍କୁ ଦେଖିବାକୁ ଯାଇଥିଲେ।

ଅଜିତ ପାୱାର ତାଙ୍କ ଖୁଡ଼ୀ ପ୍ରତିଭାଙ୍କର ଭାରି ଘନିଷ୍ଠ ଭାବେ ଜଣାଶୁଣା। ୨୦୧୯ରେ ଯେତେବେଳେ ଅଜିତ ପାୱାର ରାତାରାତି ଦେବେନ୍ଦ୍ର ଫଡ଼ନାଭିସଙ୍କ ସହିତ ମିଶି ସରକାର ଗଠନ କରିଥିଲେ, ସେତେବେଳେ ତାଙ୍କୁ ପୁଣି ଫେରାଇ ଆଣିବାରେ ପ୍ରତିଭା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କୁହାଯାଏ।

Advertisment

ଏନ୍‌ସିପି ମହଲରେ ପ୍ରତିଭା ‘କାକୀ’ ଭାବେ ପରିଚିତ। ଏନ୍‌ସିପି ନେତାମାନେ ତାଙ୍କୁ ‘କାକୀ’ ଡାକନ୍ତି। ବେଳେ ବେଳେ ସେ ଦଳ ପରିଚାଳନା ନେଇ ତାଙ୍କ ମତ ଦିଅନ୍ତି। କିନ୍ତୁ ସେ କେ‍‍ବେ ସକ୍ରିୟ ରାଜନୀତିରେ ସାମିଲ ହୋଇନାହାନ୍ତି।

ଅଜିତ ପାୱାର ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ମିଳିଛି। ତା’ ସହିତ ଯୋଜନା ବିଭାଗ ମଧ୍ୟ ତାଙ୍କୁ ମିଳିଛି। ସେହିପରି ତାଙ୍କ ସହିତ ମହାରାଷ୍ଟ୍ର ସରକାରରେ ସାମିଲ ହୋଇ ମନ୍ତ୍ରୀ ହୋଇଥିବା ଅନ୍ୟ ୮ ଏନ୍‌ସିପି ନେତାଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ଛଗନ ଭୁଜବଳଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗ ମିଳିଛି।

Sharad Pawar NCP Ajit Pawar