Advertisment

ବିଜେପି ଟିକେଟରେ ଲଢ଼ୁଥିବା ପୁଅର ପରାଜୟ ଚାହୁଁଛନ୍ତି ବାପା

ଅନୀଲ ଦୀର୍ଘ ଦିନ ହେଲାଣି ବିଜେପିରେ ରହିଛନ୍ତି। ଏ ସମ୍ପର୍କରେ ନଜର ନିରବତା ଭାଙ୍ଗି ଏକେ ଆଣ୍ଟୋନୀ କହିଛନ୍ତି, ତାଙ୍କ ପୁଅ ଅନୀଲ ପଥନାମଥିଟ୍ଟା ଲୋକସଭା ଆସନରେ ହାରିଯିବା ଦରକାର।

Congress

Congress

Advertisment

ପୁଅକୁ ବିଜେପି ଟିକେଟ ଦେବା ପରେ ରାଗି ଯାଇଛନ୍ତି ବାପା। ଏଥିପାଇଁ ଜନ୍ମ କଲା ପୁଅର ପରାଜୟ କାମନା କରିଛନ୍ତି ବାପା। କେରଳର ପଥନାମଥିଟ୍ଟା ଲୋକସଭା ଆସନରୁ ବିଜେପି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ କେ ଆଣ୍ଟୋନୀଙ୍କୁ ଟିକେଟ ଦେଇଛି। ବିଜେପି ଟିକେଟରେ ଲଢ଼ିବାକୁ ଅନୀଲ ସଜବାଜ ହେଉଥିବା ବେଳେ କଂଗ୍ରେସରେ ଏକେ ଆଣ୍ଟୋନୀ ପୁଅ ହାରି ଯାଉ ବୋଲି କହିଛନ୍ତି।

Advertisment

ଅନୀଲ ଦୀର୍ଘ ଦିନ ହେଲାଣି ବିଜେପିରେ ରହିଛନ୍ତି। ଏ ସମ୍ପର୍କରେ ନଜର ନିରବତା ଭାଙ୍ଗି ଏକେ ଆଣ୍ଟୋନୀ କହିଛନ୍ତି, ତାଙ୍କ ପୁଅ ଅନୀଲ ପଥନାମଥିଟ୍ଟା ଲୋକସଭା ଆସନରେ ହାରିଯିବା ଦରକାର। ପୁଅ ବଦଳରେ କଂଗ୍ରେସ ପ୍ରାର୍ଥୀ ଅଣ୍ଟୋ ଆଣ୍ଟୋନୀ ପୂର୍ଣ୍ଣ ଜନସମର୍ଥନ ସହ ସେଠାରୁ ଜିତନ୍ତୁ ବୋଲି ଆଣ୍ଟୋନୀ କହିଛନ୍ତି।

୮୩ ବର୍ଷୀୟ ସିନିୟର ଆଣ୍ଟୋନୀ କହିଛନ୍ତି ଯେ ସ୍ୱାସ୍ଥ୍ୟଗତ କାରଣରୁ ସେ ମିଡିଆ ଠାରୁ ଦୂରେଇ ରହୁଥିଲେ। ଏବେ ସେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ସାମ୍ନାକୁ ଆସିଛନ୍ତି। ବର୍ତ୍ତମାନର ନିର୍ବାଚନ ଭାରତ ଓ ଏହାର ସମ୍ବିଧାନର ସୁରକ୍ଷା ପାଇଁ ଲଢ଼ା ଯାଉଛି। ଏହା କର ବା ମରର ଯୁଦ୍ଧ। ସ୍ୱାସ୍ଥ୍ୟଗତ କାରଣରୁ ସେ ଥିରୁଅନନ୍ତପୁରମରୁ ବାହାରକୁ ଯାଇ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରୁ ନଥିବା ବି କହିଛନ୍ତି।

Advertisment

ସିନିୟର ଆଣ୍ଟୋନୀ କହିଛନ୍ତି, “ମୋ ପାଇଁ ପରିବାର ଓ ରାଜନୀତି ଭିନ୍ନ ଜିନିଷ। ଏପରି ଆଭିମୁଖ୍ୟ ନୂଆ ନୁହେଁ। କେଏସ୍‌ୟୁରୁ ମୁଁ ଏପରି ସ୍ପଷ୍ଟତା ରଖି ଆସିଛି। କଂଗ୍ରେସ ମୋ ଧର୍ମ।” କେରଳ କଂଗ୍ରେସ ଛାତ୍ର ସଂଗଠନ ହେଉଛି କେଏସ୍‌ୟୁ।

ବିଜେପିକୁ ଟାର୍ଗେଟ କରି ଆଣ୍ଟୋନୀ କହିଛନ୍ତି, “କେନ୍ଦ୍ରରେ ଶାସନ କରୁଥିବା ଦଳ ଭାରତର ଚିନ୍ତାଧାରାକୁ ଧ୍ୱଂସ କରି ଦେବାକୁ ବସିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଲା, କେମିତି ଏ ବିପଦକୁ ବନ୍ଦ କରିବା। କେରଳରେ ବିଜେପିର ସୁବର୍ଣ୍ଣ ଯୁଗ ଶେଷ ହୋଇ ସାରିଛି।

ରାଜ୍ୟର ସମସ୍ତ ଆସନରେ ବିଜେପି ତୃତୀୟ ସ୍ଥାନରେ ରହିବ। ଦୟା କରି ଏହା ଲେଖି ରଖନ୍ତୁ। ସେମାନେ ତୃତୀୟ ସ୍ଥାନରେ ହିଁ ରହିବେ। ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପି ପାଇଁ ସୁବର୍ଣ୍ଣ ଯୁଗ ଥିଲା। କାରଣ ସାବରିମାଲାରେ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଦେଖାଯାଇଥିଲା। ସେମାନେ କିଛି ଅତିରିକ୍ତ ଭୋଟ ହାସଲ କରି ପାରିଥିଲେ। ଚଳିତ ବର୍ଷ ସେମିତି କିଛି ପ୍ରସଙ୍ଗ ନାହିଁ। ତେଣୁ ସେମାନଙ୍କର ଭୋଟ ଶେୟାର ହ୍ରାସ ପାଇବ।”

Bjp Congress AK Antony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe