Advertisment

ନିର୍ବାଚନ ଲଢ଼ିବାକୁ ଟିକେଟ ପାଇଥିଲେ, କିନ୍ତୁ ଦଳ ଛାଡ଼ି ଦେଲେ

ଇସ୍ତଫା ସମ୍ପର୍କରେ ସୂଚନା ଦେଇ ହରଦୀପ କହିଛନ୍ତି ଯେ ଦଳ ପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ କୌଣସି ପ୍ରକାରର ସମର୍ଥନ ମିଳୁ ନାହିଁ। ନିର୍ବାଚନ ଲଢ଼ିବାକୁ ମଧ୍ୟ ତାଙ୍କ ପାଖରେ ପାଣ୍ଠିର ଅଭାବ ରହିଛି।

Akali

Akali

Advertisment

ଶିରୋମଣି ଅକାଳି ଦଳର ଚଣ୍ଡିଗଡ଼ ଲୋକସଭା ପ୍ରାର୍ଥୀ ହରଦୀପ ସିଂହ ଆଜି ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତାକୁ ଇସ୍ତଫା ଦେବା ସହ ଟିକେଟ ମଧ୍ୟ ଫେରାଇ ଦେଇଛନ୍ତି।

Advertisment

ଇସ୍ତଫା ସମ୍ପର୍କରେ ସୂଚନା ଦେଇ ହରଦୀପ କହିଛନ୍ତି ଯେ ଦଳ ପକ୍ଷରୁ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ କୌଣସି ପ୍ରକାରର ସମର୍ଥନ ମିଳୁ ନାହିଁ। ନିର୍ବାଚନ ଲଢ଼ିବାକୁ ମଧ୍ୟ ତାଙ୍କ ପାଖରେ ପାଣ୍ଠିର ଅଭାବ ରହିଛି। ଦଳ ତାଙ୍କୁ ନିର୍ବାଚନ ଲଢ଼ିବାକୁ କୌଣସି ପ୍ରକାରର ଫଣ୍ଡିଂ କରୁନାହିଁ। ଏହି କାରଣ ପାଇଁ ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା କହିଛନ୍ତି।

୪୧ ବର୍ଷୀୟ ହରଦୀପ ୩ ଥର କାଉନସିଲର। ତାଙ୍କୁ ଅକାଳି ଦଳ ଏଥର ଚଣ୍ଡିଗଡ଼ର ଏକମାତ୍ର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା। ଏଠାରେ ତାଙ୍କର ଲଢ଼େଇ ବିଜେପିର ସଞ୍ଜୟ ଟଣ୍ଡନ ଓ କଂଗ୍ରେସର ମନୀଷ ତିୱାରୀଙ୍କ ସହ ହେବାର ଥିଲା। ହେଲେ ଦଳ ଦଳ ଛାଡ଼ି ଦେଇଛନ୍ତି।

Advertisment

ହରଦୀପ ସିଂହଙ୍କ ବାପା ଗୁରନାମ ସିଂହ ୨୦୦୬ ଓ ଭାଇ ମଲକିଆତ ସିଂହ ୨୦୧୧ରେ ଚଣ୍ଡିଗଡ଼ର କାଉନସିଲର ଭାବେ କାମ କରିଥିଲେ। କିନ୍ତୁ କାର୍ଯ୍ୟକାଳ ଚାଲିଥିବା ବେଳେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଭାଇ ମଲକିଆତ ୨୦୧୫ରେ ପ୍ରାଣ ହରାଇବାରୁ ହରଦୀପ ଉକ୍ତ ସିଟରେ କାଉନସିଲର ହୋଇଥିଲେ।

୨୦୧୬ ଓ ୨୦୨୧ରେ ମଧ୍ୟ ସେ କାଉନସିଲ ଭାବେ ନିର୍ବାଚିତ ହୋଇଥିଲେ। ସେ ଏକଦା ସିନିୟର ଡେପୁଟି ମେୟର ଓ ଡେପୁଟି ମେୟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଅକାଳୀ ଦଳ ତାଙ୍କୁ ସାଂସଦ ପ୍ରାର୍ଥୀ କରିଥିଲା।

ଜୁନ ୧ରେ ଚଣ୍ଡିଗଡ଼ରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ।

Chandigarh Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe