Advertisment

ଆକାଶଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଲେ ପତ୍ନୀ ଶୁଭ୍ରଜ୍ୟୋତି

ଏଥର କୋରେଇ ନିର୍ବାଚନମଣ୍ଡଳୀରେ ଲଢ଼େଇ ଜୋରଦାର ହେବ। ବିଜେପିରୁ ଆକାଶ ଦାସ ନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି।

author-image
Manoranjan Sial
BJP

BJP

ସ୍ୱାମୀଙ୍କ ପ୍ରଚାର ମୈଦାନକୁ ଓହ୍ଲାଲେ ପତ୍ନୀ। ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ପାଇଁ ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି ପତ୍ନୀ ଶୁଭ୍ରଜ୍ୟୋତି ଦାସ ନାୟକ। ଆଜି ସେ ନିଜର ସହକର୍ମୀଙ୍କୁ ଧରି ଘରକୁ ଘର ବୁଲି ଆକାଶଙ୍କ ପାଇଁ ଭୋଟ୍‌ ମାଗୁଛନ୍ତି।

Advertisment

ଅଭିନେତାରୁ ରାଜନେତା ହୋଇଥିବା ଆକାଶ ଦାସ ନାୟକ କୋରେଇ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଦାସ ନାୟକ ଆଜି ବ୍ୟାସନଗର ପୌରାଞ୍ଚଳରେ ମହିଳା କର୍ମୀମାନଙ୍କ ସହ ଘର ଘର ବୁଲି କୋରାଇର ଅସ୍ମିତା, ସ୍ୱାଭିମାନ ଓ ସମ୍ମାନର କଥା କହି ନିଜ ସ୍ୱାମୀଙ୍କ ଭୋଟ୍‌ ଭିକ୍ଷା କରୁଛନ୍ତି। ଲୋକଙ୍କଠାରୁ ଭଲ ରେସ୍‌ପନ୍ସ ମିଳୁଥିବା ସେ କହିଛନ୍ତି। ଗୋଟେ ପଟେ ଆକାଶ କୋରେଇ ବିଧାନସଭା କ୍ଷେତ୍ରର ବିଭିନ୍ନ ପଂଚାୟତରେ ବୁଲି ବୁଲି ପ୍ରଚାର ଓ ମିଶ୍ରଣ କରିବା ସହ ନିଜ ପାଇଁ ଭୋଟ ଭିକ୍ଷା କରୁଥିବା ବେଳେ ଅପରପକ୍ଷରେ ତାଙ୍କ ସ୍ତ୍ରୀ ଶୁଭ୍ରଜ୍ୟୋତି ଭୋଟ ଭିକ୍ଷା କରୁଛନ୍ତି।

ସୂଚନାରୁ ପ୍ରକାଶ, ଏଥର କୋରେଇ ନିର୍ବାଚନମଣ୍ଡଳୀରେ ଲଢ଼େଇ ଜୋରଦାର ହେବ। ବିଜେପିରୁ ଆକାଶ ଦାସ ନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ହେଲେ ନିରାଶ ହୋଇଛନ୍ତି ବିଜେଡିର ଅନ୍ୟ ଏକ ଗୋଷ୍ଠୀ। ତେବେ ଏହି ନିର୍ବାଚନରେ ବିଜେଡି ସେହି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ କେମିତି ମ୍ୟାନେଜ କରୁଛି, ତାହା ଦେଖିବାର ବାକି ରହିଛି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ଏଥର ଲଢ଼େଇ ଜୋରଦାର ହେବ।

Advertisment

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାସ

BjD Jajpur