Advertisment

ବଡ଼ ବିଜୟ ହାସଲ କଲେ ଓୱେସିଙ୍କ ଭାଇ

ସେ ବିଆରଏସ୍‌ର ମୁପ୍ପି ସୀତାରାମ ରେଡ୍ଡୀଙ୍କୁ ୬୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଜୁନିୟର ଓୱେସି ୯୯,୭୭୬ ଖଣ୍ଡ ଭୋଟ ପାଇଛନ୍ତି।

author-image
Hemant Lenka
AIAMIM

AIAMIM

ତେଲେଙ୍ଗାନାରେ କଂଗ୍ରେସ ବଡ଼ ବିଜୟ ହାସଲ କରିବା ସହ ବିଆରଏସ୍‌କୁ ଗାଦିଚ୍ୟୁତ କରିବାକୁ ସକ୍ଷମ ହୋଇଛି। କିନ୍ତୁ ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସିଙ୍କ ଭାଇ ଅକବରଉଦ୍ଦିନ ବାଜିମାତ କରିଛନ୍ତି। ସେ ତାଙ୍କ ପାରମ୍ପରିକ ଆସନ ଚନ୍ଦ୍ରୟାନଗୁଟ୍ଟା ଆସନରେ ବଡ଼ ବିଜୟ ହାସଲ କରିଛନ୍ତି। ସେ ବିଆରଏସ୍‌ର ମୁପ୍ପି ସୀତାରାମ ରେଡ୍ଡୀଙ୍କୁ ୬୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଜୁନିୟର ଓୱେସି ୯୯,୭୭୬ ଖଣ୍ଡ ଭୋଟ ପାଇଛନ୍ତି।

Advertisment

୧୯୯୯ ମସିହାରୁ ଅକବରଉଦ୍ଦିନ ଏଠାରୁ ଜିତି ଆସୁଛନ୍ତି। ହାଇଦ୍ରାବାଦ ଉପକଣ୍ଠରେ ଥିବା ଚନ୍ଦ୍ରୟାନଗୁଟ୍ଟାରେ ଏଥର ଅବକରଉଦ୍ଦିନଙ୍କୁ କାଉଣ୍ଟର କରିବା ପାଇଁ କଂଗ୍ରେସ, ବିଆରଏସ୍‌ ଓ ବିଜେପି ଭଳି ରାଜନୀତିକ ଦଳ ପ୍ରାର୍ଥୀ ଦେଇଥିଲେ। କିନ୍ତୁ ଅକବରଉଦ୍ଦିନ ନିଜର ଜଲୱା କାଏମ ରଖିଛନ୍ତି। ସେ ଭୋଟ ଗଣତି ହେବା ସମୟ ଠାରୁ ହିଁ ଲିଡ କରିବା ଆରମ୍ଭ କରିଥିଲେ। ୨୬ ରାଉଣ୍ଡର ଗଣତି ପରେ ମଧ୍ୟ ବିଜୟ ହୋଇଛନ୍ତି।

ଓୱେସିଙ୍କ ଦଳ ମଧ୍ୟ ୭ରୁ ୮ଟି ଆସନ ଜିତିବ ବୋଲି ବର୍ତ୍ତମାନ ସୁଦ୍ଧା ସରିଥିବା ଭୋଟ ଗଣତିରୁ ସ୍ପଷ୍ଟ ହୋଇଛି।

Advertisment
Asaduddin Owaisi AkbarUddin Owaisi