Advertisment

କାମଚଳା ବାଚସ୍ପତି ହେଲେ ଓୱେସିଙ୍କ ଭାଇ

ଭାରତୀୟ ସମ୍ବିଧାନାର ଧାରା ୧୮୦ ଅନ୍ତର୍ଗତ କ୍ଲଜ ୧କୁ ବ୍ୟବହାର କରି ତେଲଙ୍ଗାନାର ରାଜ୍ୟପାଳ ଅକବରୁଦ୍ଦିନ ୱୱେସିଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି।

AIMIM

AIMIM

Advertisment

ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଭାଇ ଅକବରୁଦ୍ଦିନଙ୍କୁ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଆଜି ତେଲଙ୍ଗାନା ବିଧାନସଭାର କାମଚଳା ବା ପ୍ରୋଟମ ବାଚସ୍ପତି ଭାବେ ନିଯୁକ୍ତି ଦିଆଯାଇଛି। ତେଲଙ୍ଗାନା ବିଧାନସଭାରର ପ୍ରଥମ ଅଧିବେଶନରେ ସେ ବାଚସ୍ପତି ଭୂମିକାରେ ରହିବେ।

Advertisment

ନୂଆ କରି ତେଲଙ୍ଗାନାରେ କ୍ଷମତା ଦଖଲ କରିଥିବା କଂଗ୍ରେସ ଆସନ୍ତାକାଲି ଠାରୁ ବିଧାନସଭାର ଶାସକ ବେଞ୍ଚରେ ବସିବାକୁ ଯାଉଛି। କାଲି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଗୃହକୁ ଜୁନିୟର ଓୱେସି ପରିଚାଳନା କରିବେ।

ଭାରତୀୟ ସମ୍ବିଧାନାର ଧାରା ୧୮୦ ଅନ୍ତର୍ଗତ କ୍ଲଜ ୧କୁ ବ୍ୟବହାର କରି ତେଲଙ୍ଗାନାର ରାଜ୍ୟପାଳ ଅକବରୁଦ୍ଦିନ ୱୱେସିଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ସ୍ଥାୟୀ ବାଚସ୍ପତି ହେବା ଯାଏ ଗୃହ କାର୍ଯ୍ୟକୁ ପରିଚାଳନା କରିବେ। କାରଣ ସେ ବିଧାୟକ ଭାବେ ଏବେ ତେଲଙ୍ଗାନା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Advertisment

ଥରେ ସ୍ଥାୟୀ ବାଚସ୍ପତି ନିର୍ବାଚିତ ହେବା ପରେ ଜୁନିୟର ଓୱେସିଙ୍କ କାର୍ଯ୍ୟକାଳ ଶେଷ ହେବ। ସେ ନବନିର୍ବାଚିତ ବିଧାୟକମାନଙ୍କୁ ଆସନ୍ତାକାଲି ପଦ ଓ ଗୋପନୀୟତାର ଶପଥ ପାଠ ମଧ୍ୟ କରାଇବେ।

Asaduddin Owaisi Telangana Assembly Election AkbarUddin Owaisi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe