Advertisment

ବିଧାନସଭାରେ ଆଦିତ୍ୟନାଥଙ୍କୁ ବଡ଼ କଥା କହିଦେଲେ ଅଖିଲେଶ

ବାଚସ୍ପତି ସତୀଶ ମହାନା ହସ୍ତକ୍ଷେପ କରିଥିଲେ। ଏହା ବିଧାନସଭାର ପ୍ରସଙ୍ଗ ନୁହେଁ। ମଣିପୁରେ ଯାହା ବି ଘଟିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ସେ ବିଷୟରେ ଆଲୋଚନା ପାଇଁ ଏହା ଉପଯୁକ୍ତ ମଞ୍ଚ ନୁହେଁ ବୋଲି ବାଚସ୍ପତି କହିଥିଲେ।

AdityaNath

AdityaNath

Advertisment

ଉତ୍ତର ପ୍ରଦେଶ ବିଧାନସଭାରେ ମଣିପୁର ତାତି। ଆଜି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିବୃତି ଦାବି କରିଛନ୍ତି ସମାଜବାଦୀ ମୁଖ୍ୟ ଅଖିଲେଶ ଯାଦବ।

Advertisment

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସେ ବିଧାନସଭାରେ କହିଛନ୍ତି ଯେ “ପୃଥିବୀରେ ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ମଣିପୁର ଘଟଣାକୁ ସମାଲୋଚନା କରାଯାଇନି। ଆମେରିକା ହେଉ କି ୟୁରୋପ ସବୁଠାରେ ମଣିପୁର ଘଟଣାକୁ ନିନ୍ଦା କରାଯାଇଛି। ତେଣୁ ଆମ ଦଳ ଚାହୁଁଛି ଯେ ଗୃହର ନେତା ମଣିପୁର ଉପରେ ଗୋଟିଏ ବିବୃତି ରଖନ୍ତୁ।”

ଏଥିରେ ବାଚସ୍ପତି ସତୀଶ ମହାନା ହସ୍ତକ୍ଷେପ କରିଥିଲେ। ଏହା ବିଧାନସଭାର ପ୍ରସଙ୍ଗ ନୁହେଁ। ମଣିପୁରେ ଯାହା ବି ଘଟିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କିନ୍ତୁ ସେ ବିଷୟରେ ଆଲୋଚନା ପାଇଁ ଏହା ଉପଯୁକ୍ତ ମଞ୍ଚ ନୁହେଁ ବୋଲି ବାଚସ୍ପତି କହିଥିଲେ। 

Advertisment

ଏକଥା ଶୁଣି ଅଖିଲେଶ ଯାଦବ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଆଡ଼କୁ ଚାହିଁଥିଲେ ଓ ତାଙ୍କ ପାଖରେ ଦେଶର ସ୍ୱର ହେବାକୁ ଗୋଟିଏ ସୁଯୋଗ ରହିଛି ବୋଲି କହିଥିଲେ। ସେ କହିଥିଲେ, “ଆପଣ କେଉଁ ରାଜ୍ୟକୁ ଭୋଟ ମାଗିବାକୁ ଯାଇ ନାହାନ୍ତି? ଏବେ ଆପଣଙ୍କ ପାଖରେ ଦେଶର ସ୍ୱର ହେବାକୁ ସୁଯୋଗ ରହିଛି।” ତେବେ ଅଖିଲେଶଙ୍କ କଥାରେ ଜବାବ ଆଦିତ୍ୟନାଥ ଦେଇ ନଥିଲେ।

ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ଦାବିରେ ଏକାଧିକ ବିରୋଧୀ ଦଳର ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ। ଏଥିପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ବାଚସ୍ପତି ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ “ଯଦି ମଣିପୁର ଉପରେ ଆଲୋଚନା ହେବ, ତା’ହେଲେ ଆମକୁ କେରବଳ ଓ ବେଙ୍ଗଲ ଉପରେ ମଧ୍ୟ ବିତର୍କ କରିବାକୁ ହେବ। ଅନ୍ୟ ରାଜ୍ୟର କଥା ବିଧାନସଭାରେ ଉପସ୍ଥାପନ କରାଯାଇ ପାରିବ ନାହିଁ ଓ ଗୃହ ପ୍ରଚଳିତ ନିୟମ ଅନୁସାରେ ଚାଲିବ।”

Akhilesh Yadav Uttar Pradesh CM Yogi Adityanath Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe