Advertisment

ଶେଷ ପର୍ଯ୍ୟାୟରେ କଂଗ୍ରେସ-ସପା ସିଟ ଶେୟାରିଂ ଡିଲ୍‌!

ଉତ୍ତର ପ୍ରଦେଶରେ କଂଗ୍ରେସ ସହ ସପାର ସିଟ ଶେୟାରିଂ ଡିଲ୍‌ ଉପରେ ଆଲୋଚନା ଚାଲିଛି। ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଆଜି ଅଖିଲେଶ ଯାଦବ କହିଛନ୍ତି।

author-image
Hemant Lenka
Akhilesh Yadav

Akhilesh Yadav

ସମାଜବାଦୀ ପାର୍ଟିର ବସ୍‌ ଅଖିଲେଶ ଯାଦବ ଭାଙ୍ଗି ଯାଉଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ନୂଆ ‌ଆଶା ସୃଷ୍ଟି କରିଛନ୍ତି। ଉତ୍ତର ପ୍ରଦେଶର କଂଗ୍ରେସ ସହ ମେଣ୍ଟ ହେବ କି ନାହିଁ, ତା’କୁ ନେଇ ଜାରି ରହିଥିବା ସସପେନ୍ସ ଉପରୁ ଅଖିଲେଶ ପରଦା ଉଠାଇଛନ୍ତି।

Advertisment

ଉତ୍ତର ପ୍ରଦେଶରେ କଂଗ୍ରେସ ସହ ସପାର ସିଟ ଶେୟାରିଂ ଡିଲ୍‌ ଉପରେ ଆଲୋଚନା ଚାଲିଛି। ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଆଜି ଅଖିଲେଶ ଯାଦବ କହିଛନ୍ତି।

ଅଖିଲେଶ କହିଛନ୍ତି, “ସବୁ କିଛି ଭଲ ହୋଇଛି। ଭଲ ଶେଷ ହେବ। ହଁ ମେଣ୍ଟ ହେବ। କୌଣସି ପ୍ରକାରର ବିବାଦ ନାହିଁ। ସବୁ କିଛି ସାମ୍ନାକୁ ଆସିବ। ସବୁ କିଛି ଖୁବଶୀଘ୍ର ସ୍ପଷ୍ଟ ହେବ।”

Advertisment

ଗତବର୍ଷ ଜୁନ ମାସରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ସମସ୍ତଙ୍କର ଲକ୍ଷ୍ୟ ଥିଲା ଏକାଠି ହୋଇ ବିଜେପିକୁ ପରାସ୍ତ କରିବେ। କିନ୍ତୁ ବିଭିନ୍ନ ରାଜ୍ୟରେ ସିଟ୍‌ ଶେୟରିଂ ଫର୍ମୁଲାକୁ ନେଇ ଦଳଗୁଡ଼ିକ ମଧ୍ୟରେ ତିକ୍ତତା ଲାଗି ରହିଛି।

ବିଶେଷ କରି ଉତ୍ତର ପ୍ରଦେଶରେ ସପା ଓ କଂଗ୍ରେସ ମେଣ୍ଟ କରିବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ଥିଲା। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସପା ସହ କଂଗ୍ରେସ ମେଣ୍ଟ କରି ନଥିଲା।

ଏହାକୁ ନେଇ ଅଖିଲେଶଙ୍କ ଦଳ କ୍ଷୁବ୍ଧ ହୋଇଥିଲା। ତେଣୁ ଉତ୍ତର ପ୍ରଦେଶରେ ସପା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇପାରିବ ନାହିଁ ବୋଲି କୁହାଯାଉଥିଲା। ହେଲେ ଅଖିଲେଶ ଆଜି ଦେଇଥିବା ବୟାନ ଇଣ୍ଡିଆ ମେଣ୍ଟକୁ ଆଶ୍ୱସ୍ତି କରିଛି।

Rahul Gandhi Akhilesh Yadav