Advertisment

'ଇଣ୍ଡିଆ' ମେଣ୍ଟରେ ଫାଟ! ବୈଠକକୁ ଯିବେନି ନୀତୀଶ ଓ ଅଖିଳେଶ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀଙ୍କ ପରେ ଏହି ଦୁଇ ବିରୋଧୀ ଦଳ ନେତା ଏବେ ବୈଠକରେ ସାମିଲ ହେବାକୁ ମନା କରିଦେଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
nitish-kumar-akhilesh-yadav

nitish-kumar-akhilesh-yadav

ଟଳମଳ ହେଲାଣି 'ଇଣ୍ଡିଆ' ମେଣ୍ଟ। ୩ ରାଜ୍ୟରେ କଂଗ୍ରେସର ଶୋଚନୀୟ ହାର ପରେ ବିରୋଧୀଙ୍କ ମେଣ୍ଟରେ ଫାଟ ସୃଷ୍ଟି ହେଲା ଭଳି ମନେ ହେଉଛି। ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟର ବୈଠକ ଡକାଯାଇଛି। ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆ ଆଲିଆନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ବୈଠକକୁ ଆସିବେନି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀଙ୍କ ପରେ ଏହି ଦୁଇ ବିରୋଧୀ ଦଳ ନେତା ଏବେ ବୈଠକରେ ସାମିଲ ହେବାକୁ ମନା କରିଦେଇଛନ୍ତି। ଯାହା ପୁଣିଥରେ ଇଣ୍ଡିଆ ମେଣ୍ଟରେ ଫାଟକୁ ଦର୍ଶାଇଛି। ଏହି ନେତାମାନେ ସେମାନଙ୍କର ପ୍ରତିନିଧୀଙ୍କୁ ବୈଠକକୁ ପଠାଇ ପାରିନ୍ତି ବୋଲି ସୂଚନା ମିଳିଛି।

Advertisment

ଡିସେମ୍ବର ୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ। ଏହା ହେଉଛି ‘ଇଣ୍ଡିଆ’ର ବରିଷ୍ଠ ନେତାଙ୍କ ଚତୁର୍ଥ ବୈଠକ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଏହି ବୈଠକ ପାଇଁ ‘ଇଣ୍ଡିଆ’ର ସମସ୍ତ ୨୮ଟି ଦଳକୁ ଡାକିଛନ୍ତି। ସେ ଏ ବାବଦରେ ଅଖିଳେଶ ଯାଦବ ଓ ନୀତୀଶ କୁମାରଙ୍କ ସହ ମଧ୍ୟ କଥା ହୋଇ ବୈଠକୁ ଆମନ୍ତ୍ରିତ କରିଛନ୍ତି।

ସୂତ୍ର ଅନୁଯାୟୀ, ଅଖିଳେଶ ଯାଦବ ଏହି ବୈଠକରେ ଅଂଶଗ୍ରହଣ କରିବେ ନାହିଁ। ତେବେ ଦଳ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଫେସର ଡା. ରାମ ଗୋପାଳ ଯାଦବ ଏଥିରେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି। ସେହିପରି ନୀତୀଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେବେନି ବୋଲି କଂଗ୍ରେସ ଅଧ୍ୟକ୍ଷଙ୍କୁ ସଫା ସଫା ମନା କରିଦେଇଛନ୍ତି। ତାଙ୍କ ବଦଳରେ ଜେଡିୟୁ ମୁଖ୍ୟ ରାଜୀବ ରଞ୍ଜନ ଏବଂ ବରିଷ୍ଠ ନେତା ସଞ୍ଜୟ ଝା ଯୋଗଦେବେ।

Advertisment

ମଧ୍ୟପ୍ରଦେଶରେ ନିର୍ବାଚନ ମଣ୍ଡଳୀ ଗଠନ ନ କରିବାକୁ ନେଇ କଂଗ୍ରେସର ନିଷ୍ପତ୍ତିକୁ ଅଖିଳେଶ ଯାଦବ ସମାଲୋଚନା କରଥିଲେ। ଏ ବାବଦରେ ବିଳମ୍ବିତ ରାତିରେ ଆଲୋଚନା ପରେ ଶେଷ ମୁହୂର୍ତ୍ତରେ ଆସନ ଦେବାକୁ କଂଗ୍ରେସ ମନା କରିବା ବିଶ୍ୱାସଘାତକତା ସହିତ ସମାନ ବୋଲି କହିଥିଲେ। ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରଚାର ବେଳେ ଅଖିଳେଶ ବିଜେପି ସମେତ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ।

Akhilesh Yadav Congress Nitish Kumar India Alliance Meet