Advertisment

ଇଣ୍ଡିଆ ମେଣ୍ଟରେ ଫାଟ, ରାହୁଲଙ୍କୁ ଟାର୍ଗେଟ୍‌ କଲେ ଅଖିଲେଶ

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦୋହଲିଲାଣି ଇଣ୍ଡିଆ ମେଣ୍ଟ।

author-image
Madhupriya Mistry
Akhilesh and Rahul

Akhilesh and Rahul

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦୋହଲିଲାଣି ଇଣ୍ଡିଆ ମେଣ୍ଟ। ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟି ହେଲାଣି ଫାଟ। ବଢ଼ିଲାଣି ମନାନ୍ତର ଓ ମତାନ୍ତର। ଉତ୍ତରପ୍ରଦେଶର ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବଢ଼ୁଥିବା କନ୍ଦଳ ଏବେ ପଦାରେ ପଡିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।

Advertisment

ଜାତିଗତ ଜନଗଣନାକୁ ରାହୁଲ ଗାନ୍ଧି ପ୍ରାଧାନ୍ୟ ଦେଉଥିବାବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଖିଳେଶ ଯାଦବ। ପୂର୍ବରୁ କଂଗ୍ରେସ କ୍ଷମତାରେ ଥିବାବେଳେ କାହିଁକି ଜନଗଣନା କରିନଥିଲେ ବୋଲି ଅଖିଲେଶ ପ୍ରଶ୍ନ କରିଛନ୍ତି। ଅଖିଳେଶ ଯାଦବଙ୍କ ଏହି ମନ୍ତବ୍ୟ ପରେ ଇଣ୍ଡିଆ ମେଣ୍ଟରେ ଥିବା ମତଭେଦ ଏବେ ସାମ୍ନାକୁ ଆସିଛି।

ରାହୁଲଙ୍କ ଜାତିଗତ ଜନଗଣନା ଦାବି ଓ ଏକ୍ସ-ରେ ମନ୍ତବ୍ୟକୁ ଟାର୍ଗେଟ କରି ଅଖିଲେଶ କହିଛନ୍ତି, ପୂର୍ବ ସରକାର ସେମାନଙ୍କର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏହା ଉପରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା ସେତେବେଳେ ସେହି ସମସ୍ୟାର ସମାଧାନ ହୋଇଥାନ୍ତା। ଯଦି ସେହି ସମୟରେ ଏକ୍ସ-ରେ କରାଯାଇଥାନ୍ତା, ତେବେ ସମସ୍ୟା ବଢ଼ିନଥାନ୍ତା। ଏବେ ଏମଆରଆଇ ଏବଂ ସିଟି ସ୍କାନର ଆବଶ୍ୟକତା ରହିଛି, କାରଣ ରୋଗ ବଢ଼ି ଯାଇଛି। ଜାତି ଜନଗଣନା ପାଇଁ କଂଗ୍ରେସର ଦାବି ହେଉଛି ସବୁଠାରୁ ବଡ 'ଚମତ୍କାର' କାରଣ ଏ ହେଉଛି ସେହି ଦଳ ଯିଏକି ସ୍ୱାଧୀନତା ପରେ ଜାତି ଜନଗଣନା କରି ନଥିଲା।

Advertisment

ଅଖିଲେଶ ଆହୁରି କହିଛନ୍ତି, ଯେଉଁ ସମୟରେ ଦଳକୁ ଦାୟିତ୍ୱ ନେବାର ଥିଲା ସେତେବେଳେ ସେମାନେ ପଛଘୁଞ୍ଚା ଦେଇଥିଲେ। ସ୍ୱାଧିନତା ପରଠାରୁ ଜାତିଗତ ଜନଗଣନା ପାଇଁ ଦାବି ହୋଇ ଆସୁଥିବା ବେଳେ କଂଗ୍ରେସ ସେତେବେଳେ ଏହାକୁ ଗୁରୁତ୍ୱ ଦେଇ ନଥିଲା। ହେଲେ ଏବେ କଂଗ୍ରେସ ପାରମ୍ପରିକ ଭୋଟ ହାତେଇବା ପାଇଁ ଦଳିତ ଓ ପଛୁଆ ବର୍ଗଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ବୋଲି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ଅଖିଳେଶ ସାମ୍ବାଦିକଙ୍କ ଇଣ୍ଡିଆ ମେଣ୍ଟ ସମ୍ପର୍କିତ ପ୍ରଶ୍ନକୁ ବି ଏଡାଇ ଯାଇଛନ୍ତି । 

ଉଲ୍ଲେଖଯୋଗ୍ୟ, ସୋମବାର ଦିନ ରାହୁଲ ଗାନ୍ଧି ଏକ ରାଲିକୁ ସମ୍ବୋଧନ କରି ଜାତି ଜନଗଣନା ଏକ ଏକ୍ସ-ରେ ଭଳି ହେବ। ଯାହା ବିଭିନ୍ନ ସମ୍ପ୍ରଦାୟର ସମ୍ପୂର୍ଣ୍ଣ ବିବରଣୀ ଦେବ ବୋଲି କହିଥିଲେ।

Akhilesh Yadav Congress Rahul Gandhi Samajwadi Party