Advertisment

ବିଶ୍ୱରେ ମୋଦି ନଂ ୧, କଟାକ୍ଷ କଲେ ଅଖିଲେଶ ଯାଦବ

ରିପୋର୍ଟ ପ୍ରକାଶ ପାଇବାର ଦୁଇ ଦିନ ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି।

SP

SP

Advertisment

ଆମେରିକା ଭିତ୍ତିକ ସର୍ଭେ ସଂସ୍ଥା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ୧ନଂ ଲୋକପ୍ରିୟ ନେତା ବୋଲି ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ପ୍ରକାଶ ପାଇବାର ଦୁଇ ଦିନ ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି। ଆମେ ଜାଣିଛୁ ଅନେକ ଲୋକ ବିଶ୍ୱରେ ୧ନଂ। କିନ୍ତୁ ଏସବୁକୁ କିଏ ବିଶ୍ୱାସ କରିବ ବୋଲି ସେ ସ୍ମିତ ହାସ୍ୟ ଦେଇ ପ୍ରଶ୍ନ କରିଛନ୍ତି।

Advertisment

ଅଖିଲେଶ ଯାଦବ କହିଛନ୍ତି, “ଆପଣ ଯେକୌଣସି ଗୋଟିଏ କମ୍ପାନୀକୁ ଟଙ୍କା ଦିଅନ୍ତୁ, ଉକ୍ତ କମ୍ପାନୀ ନିଶ୍ଚିତ ଭାବେ ଆପଣ ୧ ନଂ ବୋଲି କହିବ। ଆମେ ଏମିତି ଅନେକ ଲୋକଙ୍କୁ ଜାଣିଛୁ ଯେଉଁମାନେ ବିଶ୍ୱରେ ୧ନଂ। ଏଥିରେ କିଏ ବିଶ୍ୱାସ କରିବ? ଦୁନିଆର ନଂ ୧ ଦେଶରେ ବାଲୋଟରେ ଭୋଟିଂ ହେଉଛି। ଯଦି ଆପଣ ଦୁନିଆରେ ନଂ ୧ ହୋଇଯାଇଛନ୍ତି, ତା’ହେଲେ ନମ୍ବର ୧ ଦେଶକୁ ଅନୁସରଣ କରି ବାଲୋଟରେ ଭୋଟିଂ କରାନ୍ତୁ। ଯଦି ଆପଣ ବାଲୋଟରେ ଭୋଟିଂ କରିବେ, ତା’ହେଲେ ଆମେ ମାନିବୁ ଯେ ଆପଣ ନମ୍ବର ୧।”

Advertisment

ଦୁଇ ଦିନ ତଳେ ଆମେରିକା ଭିତ୍ତିକ ମର୍ଣ୍ଣିଂ କନସଲ୍ଟସ ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ଟ୍ରାକରରେ କୁହାଯାଇଥିଲା ଯେ ମୋଦିଙ୍କ ରେଟିଂ ପଏଣ୍ଟ ୭୬% ରହିଛି। ତାଙ୍କ ତଳେ ବିଶ୍ୱର ବିଭିନ୍ନ ନେତା ରହିଛନ୍ତି। ଏହାକୁ ନେଇ ଏବେ ଅଖିଲେଶ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ଏଥିସହ ଇଭିଏମ ବଦଳରେ ବାଲୋଟରେ ଭୋଟ କରିବାକୁ ଦାବି କରିଛନ୍ତି।

PM Modi Bjp Akhilesh Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe