Advertisment

ସତ୍ୟପାଠ ପ୍ରସଙ୍ଗରେ କିଏ କହୁଛନ୍ତି ସତ? ନିର୍ବାଚନ କମିଶନର ନା ଅଖିଲେଶ ଯାଦବ?

କମିଶନ ନିଜର ଦାବି(ସତ୍ୟପାଠ ମିଳିନାହିଁ) ସତ ବୋଲି ସତ୍ୟପାଠ ଜରିଆରେ ସାର୍ବଜନୀନ କରନ୍ତୁ ବୋଲି ସେ କହିଛନ୍ତି। ଏଥିସହ ତାଙ୍କ ଦଳ ସତ୍ୟପାଠ ଦାଖଲ କରିବା ପରେ ନିର୍ବାଚନ କମିଶନ ଏହାକୁ ଗ୍ରହଣ କରିଥିବାର ରସିଦ ଇ-ମେଲ ଯୋଗେ ପଠାଇଥିବାର ସ୍କ୍ରିନଶଟକୁ ମଧ୍ୟ ଅଖିଲେଶ ଶେୟାର କରିଛନ୍ତି।

author-image
Hemant Lenka
Akhilesh

Akhilesh

ଭୋଟ ଚୋରି ବା ଭୋଟ ଅନିୟମିତତା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ କାଉଣ୍ଟର କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। ଭୋଟ ଅନିୟମିତତା ନେଇ ଜ୍ଞାନେଶ କୁମାର ଅଭିଯୋଗକାରୀ ରାଜନେତାଙ୍କ ଠାରୁ ସତ୍ୟପାଠ ମାଗୁଛନ୍ତି। ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଅନିୟମିତତା ନେଇ ସତ୍ୟପାଠ ଦାଖଲ କରିଥିବା ଦାବି କରୁଥିଲେ ହେଁ ଏହାକୁ ରବିବାର ସାମ୍ବାଦିକ ସମ୍ମିଳନୀରେ ଜ୍ଞାନେଶ କୁମାର ଅଗ୍ରାହ୍ୟ କରିଥିଲେ। ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇ ନଥିବା ସେ କହିଥିଲେ।

Advertisment

ହେଲେ ଏହାକୁ ମିଛ ବୋଲି କହିଛନ୍ତି ଅଖିଲେଶ ଯାଦବ। କମିଶନ ନିଜର ଦାବି(ସତ୍ୟପାଠ ମିଳିନାହିଁ) ସତ ବୋଲି ସତ୍ୟପାଠ ଜରିଆରେ ସାର୍ବଜନୀନ କରନ୍ତୁ ବୋଲି ସେ କହିଛନ୍ତି। ଏଥିସହ ତାଙ୍କ ଦଳ ସତ୍ୟପାଠ ଦାଖଲ କରିବା ପରେ ନିର୍ବାଚନ କମିଶନ ଏହାକୁ ଗ୍ରହଣ କରିଥିବାର ରସିଦ ଇ-ମେଲ ଯୋଗେ ପଠାଇଥିବାର ସ୍କ୍ରିନଶଟକୁ ମଧ୍ୟ ଅଖିଲେଶ ଶେୟାର କରିଛନ୍ତି। ଏଥିସହ ସତ୍ୟପାଠର ନକଲକୁ ଆଜି ସେ ସଂସଦ ବିଲଡିଂ ପରିସରରେ ସାମ୍ବାଦିକମାନଙ୍କୁ ଦେଇଛନ୍ତି। ୨୦୨୨ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ସେ ଭୋଟ ଅନିୟମିତତାକୁ ନେଇ ଦାଖଲ କରିଥିବା ସତ୍ୟପାଠର ନକଲ ଆଜି ବାଣ୍ଟିଛନ୍ତି। ଏଥିସହ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ଅଖିଲେଶ ଯାଦବ କହିଛନ୍ତି, କମିଶନରେ ଏବେ କେବଳ ସଂସ୍କାର ନୁହେଁ ଗୋଟିଏ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ। ସେ ଶେୟାର କରିଥିବା ସ୍କ୍ରିନଶଟରେ ଇସିଆଇଙ୍କ ନିକଟରେ ସତ୍ୟପାଠ ଦାଖଲ କରିବାର ଇମେଲ ରହିଛି। ଭୋଟର ଅନିୟମିତତାକୁ ନେଇ ସପା ୧୮ ହଜାର ସତ୍ୟପାଠ ଦାଖଲ କରିଥିବା ଦାବି କରିଥିଲା।

Advertisment

ଏକ୍ସରେ ଅଖିଲେଶ ଯାଦବ କହିଛନ୍ତି, “ଯେଉଁ ନିର୍ବାଚନ କମିଶନ ସମାଜବାଦୀ ପାର୍ଟି ଠାରୁ ସତ୍ୟପାଠ ପାଇ ନଥିବା ଦାବି କରୁଛନ୍ତି, ସେମାନେ ଥରେ ତାଙ୍କ ଅଫିସରୁ ସତ୍ୟପାଠ ଗ୍ରହଣ କରାଯାଇଥିବା ରସିଦକୁ ପ୍ରମାଣ ଭାବେ ଦେଖନ୍ତୁ। ଆମ ପାଖକୁ ପଠାଯାଇଥିବା ଡିଜିଟାଲ ରସିଦ ଭୁଲ ବୋଲି ନିର୍ବାଚନ କମିଶନ ଏଥର ଆମକୁ ସତ୍ୟପାଠ ଜରିଆରେ ଅବଗତ କରାନ୍ତୁ। ନଚେତ ନିର୍ବାଚନ କମିଶନଙ୍କ ସମେତ ଡିଜିଟାଲ ଇଣ୍ଡିଆ ମଧ୍ୟ ସନ୍ଦେହ ଘେରକୁ ଆସିବ।”

ତାଙ୍କ କହିବା କଥା ଯେ ସମାଜବାଦୀ ପାର୍ଟି ପକ୍ଷରୁ ଭୋଟ ଚୋରି ସମ୍ପର୍କରେ ୧୮ ହଜାର ସତ୍ୟପାଠ ନିର୍ବାଚନ କମିଶନଙ୍କୁ ଦିଆଯାଇଥିଲା। ହେଲେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଏବେ ରାହୁଲ ଗାନ୍ଧି ଭୋଟ ଚୋରି ଅଭିଯୋଗ ଆଣିବା ପରେ ୨୦୨୨ ୟୁପି ବିଧାନସଭାରେ ଅନିୟମିତତା ଅଭିଯୋଗକୁ ବଳ ମିଳିଛି। ସମାଜବାଦୀ ପାର୍ଟି ପକ୍ଷରୁ ପୁଣିଥରେ ନିଜର ଅଭିଯୋଗକୁ ଇସିଙ୍କ ପାଖରେ ଦାଖଲ କରାଯାଇଛି। ହଜାର ହଜାର ଲୋକଙ୍କ ନାଁକୁ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା ବୋଲି ଦଳ ଅଭିଯୋଗ କରିଛି। 

ସମାଜବାଦୀ ପାର୍ଟି ମୁଖପାତ୍ର ଫଖରୁଲ ହାସନ ଚାନ୍ଦଙ୍କ କହିବା କଥା ଯେ ଦଳ ପକ୍ଷରୁ ଅଭିଯୋଗକୁ ଇ-ମେଲ ଯୋଗେ ଇସିଙ୍କ ପାଖକୁ ପୁଣି ପଠାଯାଇଥିଲା। ଏଥିରେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ରହିଥିଲା। ୨୦୨୨ ୟୁପି ନିର୍ବାଚନ ବେଳେ ସମାନ ତାଲିକା ସପା ପକ୍ଷରୁ ଇସିଙ୍କୁ ଦିଆଯାଇଥିଲା। ହେଲେ କୌଣସି ପଦକ୍ଷେପ ଏଯାଏ ନିଆଯାଇ ନାହିଁ ବୋଲି ସେ କହିଛନ୍ତି। 

ଦଳ ଅଭିଯୋଗ କରିଥିଲା ଯେ ରାଜ୍ୟ ବିଧାନସଭା ନିର୍ବାଚନ ପରେ ବିପୁଳ ସଂଖ୍ୟାର ମୁସଲିମ, ପଛୁଆ ବର୍ଗ ଓ ଦଳିତ ଭୋଟରଙ୍କ ନାଁକୁ ତାଲିକାରୁ ବାଦ ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସପାକୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ। ଦଳ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। 

Akhilesh Yadav Eci