Advertisment

କନୌଜରୁ ଲୋକସଭା ନିର୍ବାଚନ ଲଢ଼ିବେ ଅଖିଲେଶ ଯାଦବ

ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଆସନ୍ତାକାଲି ମଧ୍ୟାହ୍ନରେ କନୌଜ ଆସନ ପାଇଁ ନାମାଙ୍କନ ଦାଖଲ କରିବେ।

SP

SP

Advertisment

ସମାଜବାଦୀ ପାର୍ଟିର ମୁଖ୍ୟ ତଥା ବିଧାୟକ ଭାବେ କାର୍ଯ୍ୟ କରୁଥିବା ଅଖିଲେଶ ଯାଦବ ଲୋକସଭା ନିର୍ବାଚନ ଲଢ଼ିବେ। ସେ ଉତ୍ତର ପ୍ରଦେଶ କନୌଜ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଆସନରୁ ଅଖିଲେଶ ପୂର୍ବରୁ ୩ଥର ଜିତିଥିଲେ। ସେହିପରି ତାଙ୍କ ପତ୍ନୀ ଡିମ୍ପଲ ଓ ବାପା ମୁଲାୟମ ସିଂହ ଯାଦବ ମଧ୍ୟ ଏହି ଆସନରୁ ଜିତିଥିଲେ।

Advertisment

ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଆସନ୍ତାକାଲି ମଧ୍ୟାହ୍ନରେ କନୌଜ ଆସନ ପାଇଁ ନାମାଙ୍କନ ଦାଖଲ କରିବେ। ୨୦୧୯ରେ ଅଖିଲେଶ ଆଜମଗଡ଼ ଲୋକସଭା ଆସନରେ ଜିତିଥିଲେ। କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନରେ ସେ କର୍ହାଲ ଆସନରୁ ଜିତିବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ।

କନୌଜ ଆସନରେ ନିର୍ବାଚନ ଲଢ଼ିବା ପାଇଁ ପ୍ରଥମେ ସପା ଅଖିଲେଶଙ୍କ ପୁତୁରା ତେଜ ପ୍ରତାପ ସିଂହ ଯାଦବଙ୍କୁ ଟିକେଟ ଦେଇଥିଲା। ଗତ ସପ୍ତାହରେ ହିଁ ତାଙ୍କ ନାଁ ଘୋଷଣା ହୋଇଥିଲା। ଏବେ ଅଖିଲେଶ ଏଠାରୁ ଲଢ଼ିବାକୁ ଥିବାରୁ ତେଜ ପ୍ରତାପ ଆଉ ନାମାଙ୍କନ ଦାଖଲ କରିବେ ନାହିଁ। ୨୦୧୪ରେ ତେଜ ପ୍ରତାପ ମୈନପୁରୀ ଆସନରୁ ଲୋକସଭାକୁ ଯାଇଥିଲେ।

Advertisment

କନୌଜ ଯାଦବ ପରିବାର ଗଡ଼ ଓ ପାରିବାରିକ ସିଟ୍‌। ତେଣୁ ସପା କର୍ମୀମାନେ ଅଖିଲେଶଙ୍କୁ ଏଠାରୁ ଲଢ଼ିବାକୁ ଦାବି କରିଥିଲେ। ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ଅଖିଲେଶ କନୌଜ ଆସନରୁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୧୯ ଯାଏ କନୌଜ ବିଜେପିର ଗଡ଼ ରହିଥିଲା। କିନ୍ତୁ ୨୦୧୯ରେ ବିଜେପିର ସୁବ୍ରତ ପାଠକ ୧୪ ହଜାରରୁ କମ ଭୋଟରେ ଏଠାରେ ଜିତିଥିଲେ। ୨୦୧୨ ଉପ ନିର୍ବାଚନରେ ଅଖିଲେଶଙ୍କ ପତ୍ନୀ ଡିମ୍ପଲ ପ୍ରଥମଥର ଏଠାରୁ ଜିତିଥିଲା।

୨୦୧୪ରେ ମଧ୍ୟ ତାଙ୍କର ବିଜୟ ହୋଇଥିଲା। କିନ୍ତୁ ୨୦୧୯ରେ ସେ ବିଜେପିର ସୁବ୍ରତଙ୍କ ଠାରୁ ହାରି ଯାଇଥିଲେ। ମୁଲାୟମ ସିଂହଙ୍କ ଦେହାନ୍ତ ଯୋଗୁ ୨୦୨୨ରେ ଡିମ୍ପଲ ମୈନପୁର ଆସନରୁ ଉପ ନିର୍ବାଚନ ଲଢ଼ିଥିଲେ। ସେଠାରେ ସେ ପ୍ରାୟ ୩ ଲକ୍ଷ ଭୋଟରେ ଜିତିଥିଲେ।

ମେ’ ୧୩ରେ କନୌଜ ଲୋକସଭା ଆସନରେ ଭୋଟ ହେବ। ଜୁନ ୪ରେ ରେଜଲ୍ଟ ପ୍ରକାଶ ପାଇବ।

Akhilesh Yadav Samajwadi Party Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe