Advertisment

ୟୁପି ବିଧାନସଭାରୁ ଇସ୍ତଫା ଦେବେ ଅଖିଲେଶ ଯାଦବ

ଯାଦବ ପରିବାର ଗଡ଼ ଭାବେ ପରିଚିତ କନୌଜ ଲୋକସଭା ଆସନରେ ଅଖିଲେଶ ବିଜେପି ସାଂସଦ ସୁବ୍ରତ ପାଠକଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

SP

SP

Advertisment

ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ବିଧାୟକ ପଦରୁ ଇସ୍ତଫା ଦେବେ। ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସେ କରହାଲ ଆସନରୁ ବିଜୟୀ ହୋଇଥିଲେ। ଏହାପରେ ଗୃହରେ ସେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିଲେ।

Advertisment

କିନ୍ତୁ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ମଧ୍ୟ ସେ କନୌଜ ଆସନରୁ ବିଜୟୀ ହୋଇଛନ୍ତି। ସେ ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ବିଧାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ଅଖିଲେଶ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବାକୁ ଯାଉଥିବାରୁ କିଏ ଏହି ଦାୟିତ୍ୱ ନେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଯାଏ ସପା ପକ୍ଷରୁ କାହାର ନାଁ ଘୋଷଣା କରାଯାଇନି। କିନ୍ତୁ ସୂତ୍ର ଅନୁସାରେ ଅଖିଲେଶ ଯାଦବ ସମ୍ଭବତଃ ଶିବପାଲ ଯାଦବଙ୍କୁ ବିରୋଧୀ ଦଳ ନେତା ଭାବେ ବାଛି ପାରନ୍ତି। କାରଣ ଶିବପାଲ ବର୍ତ୍ତମାନ ଦଳରେ ସବୁଠାରୁ ବରିଷ୍ଠ ନେତା।

Advertisment

ଯାଦବ ପରିବାର ଗଡ଼ ଭାବେ ପରିଚିତ କନୌଜ ଲୋକସଭା ଆସନରେ ଅଖିଲେଶ ବିଜେପି ସାଂସଦ ସୁବ୍ରତ ପାଠକଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଅଖିଲେଶଙ୍କୁ ଏଠାରେ ୬,୪୨,୨୯୨ ଖଣ୍ଡ ଭୋଟ ମିଳିଛି।

କନୌଜ ଲୋକସଭା ଆସନରେ ସପା ପ୍ରଥମେ ତେଜ ପ୍ରତାପ ଯାଦବଙ୍କୁ ଟିକେଟ ଦେଇଥିଲା। ହେଲେ ଏହାକୁ ନେଇ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ଶେଷ ମୁହୂର୍ତ୍ତରେ ଅଖିଲେଶ ଯାଦବ ଏହି ଆସନରୁ ନାମାଙ୍କନ ଦାଖଲ କରିଥିଲେ।

Uttar Pradesh Akhilesh Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe