Advertisment

ଅଖିଲେଶଙ୍କ ମୌସୁମୀ ଅଫର: ୧୦୦ ଆଣ, ସରକାର ଗଢ଼

ଯୋଗୀ ଓ ମୌର୍ଯ୍ୟଙ୍କ ଭିତରେ ବିବାଦ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ଆଜି ଅଖିଲେଶ ବିଜେପିକୁ କଟାକ୍ଷ କରି ମୌସୁମୀ ଅଫର ଦେଇଛନ୍ତି।

UP

UP

Advertisment

ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ଡେପୁଟି କେଶବ ମୌର୍ଯ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଲେଶ ଯାଦବ ବଡ଼ ବୟାନ ଦେଇଛନ୍ତି। ସେ ବିଜେପିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ମୌସୁମୀ ଅଫର: ୧୦୦ ଆଣ, ସରକାର ଗଠନ କର।”

Advertisment

ଜୁଲାଇ ୧୪ରେ ବିଜେପିର କାର୍ଯ୍ୟକାରିଣୀ କମିଟି ବୈଠକ ବସିଥିଲା। ବୈଠକରେ ଯୋଗୀ ଆଦିତ୍ୟନାଥ ଓ ମୌର୍ଯ୍ୟଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଥିଲା। ବୁଧବାର ଏହି ବିବାଦ ଆହୁରି ତୀବ୍ର ହୋଇଥିଲା। ମୌର୍ଯ୍ୟ ଏକ୍ସରେ ପୋଷ୍ଟ କରିଥିଲେ ଯେ “ସରକାର ତୁଳନାରେ ଦଳ ହେଉଛି ବଡ଼। ମନ୍ତ୍ରୀ, ବିଧାୟକ ଓ ଜନପ୍ରତିନିଧିମାନେ ଦଳୀୟ କର୍ମୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ଦରକାର।”

ଦିଲ୍ଲୀରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଏପରି ବୟାନ ଦେଇଥିଲେ। ତେବେ ଉକ୍ତ ବୈଠକ ସମ୍ପର୍କରେ ମୌର୍ଯ୍ୟ କିମ୍ବା ବିଜେପି ପକ୍ଷରୁ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନାହିଁ।

Advertisment

ଚର୍ଚ୍ଚା ହେଉଛି ଯେ କାର୍ଯ୍ୟକାରିଣୀ ବୈଠକରେ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ଏକାଧିକ ବିଜେପି ନେତାଙ୍କ ସମେତ ଅନେକ ଦଳୀୟ ନେତା ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟ କରିବା ଶୈଳୀକୁ ବିରୋଧ କରିଥିଲେ। ଏହି କାରଣ ପାଇଁ ସେମାନେ ପରାଜୟବରଣ କରିଥିବା କିଛି ନେତା ମତ ରଖିଥିଲେ।
ଏପରି ମତ ପରେ ଯୋଗୀ ଓ ମୌର୍ଯ୍ୟଙ୍କ ଭିତରେ ବିବାଦ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ଆଜି ଅଖିଲେଶ ବିଜେପିକୁ କଟାକ୍ଷ କରି ମୌସୁମୀ ଅଫର ଦେଇଛନ୍ତି।

Yogi Adityanath CM Yogi Adityanath Uttar Pradesh Akhilesh Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe