Advertisment

ହାତ ଧରିଲେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ

କଟକ ଟାଉନ୍‌ହଲରେ ନଗର କଂଗ୍ରେସର ପକ୍ଷରୁ ଏକ ମିଶ୍ରଣ ପର୍ବ ହୋଇଥିଲା। ଏଥିରେ ବିଧାୟିକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍‌ ଯୋଗଦେଇ ଚିତ୍ରଭାନୁ ମହାନ୍ତି ଓ ଅନ୍ୟମାନଙ୍କୁ ସ୍ୱାଗତ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Congress

Congress

ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି ହାତ ଧରିଛନ୍ତି। ଆଜି ସେ କଂଗ୍ରେସରେ ସାମିଲ୍‌ ହୋଇଛନ୍ତି। ବାରବାଟୀ-କଟକ ନିର୍ବାଚନମଣ୍ଡଳୀର କଂଗ୍ରେସ୍‌ ବିଧାୟକ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍‌ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। ଚିତ୍ରଭାନୁଙ୍କ ସମେତ ବହୁ ବିଜେଡି ଓ ବିଜେପି କର୍ମୀ ମଧ୍ୟ କଂଗ୍ରେସରେ ମିଶିଛନ୍ତି।

Advertisment

କଟକ ଟାଉନ୍‌ହଲରେ ନଗର କଂଗ୍ରେସର ପକ୍ଷରୁ ଏକ ମିଶ୍ରଣ ପର୍ବ ହୋଇଥିଲା। ଏଥିରେ ବିଧାୟିକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍‌ ଯୋଗଦେଇ ଚିତ୍ରଭାନୁ ମହାନ୍ତି ଓ ଅନ୍ୟମାନଙ୍କୁ ସ୍ୱାଗତ କରିଥିଲେ। ବିଧାୟକ ମହମ୍ମଦ ମୋକିମ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ବହୁ ଉନ୍ନୟନ କାମ କରିଛନ୍ତି। ସେ ବିଧାୟକ ହେବା ପରେ ବଦଳିଥିଲା ନିର୍ବାଚନମଣ୍ଡଳୀ ରୂପ। ତାଙ୍କ ସହ ମିଶି କଟକର ଉନ୍ନତି ପାଇଁ କାମ କରିବି ବୋଲି ଚିତ୍ରଭାନୁ କହିଛନ୍ତି।

ସୋଫିଆ ଫିର୍ଦ୍ଦୋସ୍‌ କହିଛନ୍ତି, ଆଜି ଏତେ ସଂଖ୍ୟାରେ ଯୁବକ ବିଭିନ୍ନ ରାଜନୈତିକ ଦଳରୁ ଆସି କଂଗ୍ରେସରେ ମିଶିଥିବାରୁ ମତେ ବହୁତ ଖୁସି ଲାଗୁଛି। ମୁଁ ସେମାନଙ୍କୁ ସ୍ୱାଗତ କରୁଛୁ। ଆମେ କଟକ ପାଇଁ ଏକାଠି କାମ କରିବୁ ବୋଲି ସୋଫିଆ ଫିର୍ଦ୍ଦୋସ୍‌ କହିଛନ୍ତି।

Advertisment
Congress Cuttack Odisha Congress