ଝାରସୁଗୁଡ଼ାରେ ବିଜେଡି ପ୍ରଚାର ମଇଦାନରୁ ଅଳକା ଓ ସୁଶାନ୍ତ ଆଉଟ୍‌

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଜଳଜଳ ହୋଇ ଦିଶିଲାଣି ।

Brajrajnagar MLA Alaka Mohanty  and Bhatli MLA Sushant Singh PhotoOR

ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ଭଟଲୀ ବିଧାୟକ ସୁଶାନ୍ତ ସିଂହ

Ordigital Desk
  • Published: Tuesday, 02 May 2023
  • Updated: 02 May 2023, 10:51 PM IST

Sports

Latest News

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଜଳଜଳ ହୋଇ ଦିଶିଲାଣି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ପ୍ରଚାର ମଇଦାନରେ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକମାନେ ଝାରସୁଗୁଡ଼ାରେ ପଡ଼ି ରହିଥିବାବେଳେ ସ୍ଥାନୀୟ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓ ଭଟଲୀ ବିଧାୟକ ସୁଶାନ୍ତ ସିଂହଙ୍କ ଅନୁପସ୍ଥିତି ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପରଠୁ ନବଙ୍କ ସମର୍ଥକମାନେ ସୁଶାନ୍ତ ସିଂଙ୍କୁ ଖୋଲା ବିରୋଧ କରୁଥିବାରୁ ସେ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ପ୍ରଚାର ମଇଦାନରୁ ଦୂରେଇ ରହିଥିଲେ ମଧ୍ୟ ଅଳକାଙ୍କ ଅନୁପସ୍ଥିତି ଏବେ ସ୍ଥାନୀୟ ବିଜେଡି କର୍ମୀଙ୍କୁ ନିରାଶ କରିଥିବା ଜଣାପଡ଼ିଛି । ବିଶେଷକରି ଝାରସୁଗୁଡ଼ା ଜିଲ୍ଲାର ପୁରୁଣା ବିଜେଡି କର୍ମୀମାନେ ଦିବଂଗତ କିଶୋର ମହାନ୍ତିଙ୍କ ପରିବାର ପ୍ରତି ଦୁର୍ବଳତା ରଖିଥିବାବେଳେ ତାଙ୍କ ପତ୍ନୀ ଅଳକାଙ୍କୁ ପ୍ରଚାର ମଇଦାନରୁ ଦୂରେଇ ରଖାଯିବା ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ପାଇଁ ବୁମେରାଂ ହେବାର ଆଶଙ୍କା ରହିଛି । ଗତବର୍ଷ ବ୍ରଜରାଜନଗର ଉପନିର୍ବାଚନରେ ଅଳକାଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ଦିବଂଗତ ନବ ଦାସ ଓ ତାଙ୍କ ଝିଅ ଦୀପାଳି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ଚଳିତବର୍ଷ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ସପକ୍ଷରେ ଅଳକା ପ୍ରଚାର ମଇଦାନରୁ ଦୂରେଇ ରହିବାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।

Also Read

ଝାରସୁଗୁଡ଼ା ଜିଲ୍ଲାର ପୁରୁଣା ବିଜେଡି କର୍ମୀମାନେ ଏବେବି ଦିବଂଗତ କିଶୋର ମହାନ୍ତି(ଅଳକାଙ୍କ ସ୍ୱାମୀ)ଙ୍କ ପ୍ରତି ନିଜର ଆନୁଗତ୍ୟ ରଖିଥିବାରୁ ପ୍ରଚାର ମଇଦାନରୁ ଅଳକାଙ୍କ ଅନୁପସ୍ଥିତିକୁ ସହଜରେ ହଜମ କରିପାରୁନାହାନ୍ତି । ଅଳକା ଦୁଇ-ତିନିଦିନ ପ୍ରଚାର କରିବା ପରେ ଏବେ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଛନ୍ତି । ପୂର୍ବରୁ ଦୀପାଳି ଓ ନବଦାସଙ୍କ ସମର୍ଥକମାନଙ୍କ ଜିଦ୍ ଯୋଗୁ ପ୍ରଭାବଶାଳୀ ବିଧାୟକ ସୁଶାନ୍ତ ସିଂଙ୍କୁ ମଧ୍ୟ ନିର୍ବାଚନ ମଇଦାନରୁ ଦୂରେଇ ରଖାଯାଇଛି । ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ଅନ୍ୟ ୨ଟି ବିଧାନସଭା ଯଥା ବ୍ରଜରାଜନଗର ଓ ଭଟଲୀର ବିଜେଡି ବିଧାୟକଙ୍କ ଅନୁପସ୍ଥିତିର ପ୍ରଭାବ ଦଳୀୟ କର୍ମୀମାନଙ୍କ ଉପରେ ପଡ଼ୁଥିବା ଚର୍ଚ୍ଚା ।

ସୂଚନା ଅନୁସାରେ, ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ସପକ୍ଷରେ ହେଉଥିବା ଜନସଭା ଓ ପ୍ରଚାର କାର୍ଯ୍ୟକ୍ରମରେ ଆଖିଦୃଶିଆ ଲୋକ ହେଉନାହାନ୍ତି ।  ଖାସ୍ ଏଇଥିପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ କରାଇବାକୁ ନିର୍ବାଚନମଣ୍ଡଳୀର ୪ଟି ବ୍ଲକ୍ ଓ ମ୍ୟୁନିସପାଲଟି ଦାୟିତ୍ୱରେ ଥିବା ବିଜେଡି ମନ୍ତ୍ରୀ,ବିଧାୟକ ଓ ସାଂସଦମାନେ ଚିନ୍ତାରେ ପଡ଼ିଛନ୍ତି । ଏପଟେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିବାରେ ଲାଗିଛନ୍ତି । ବିଜେଡି ଯଦିଓ ପ୍ରତ୍ୟେକ ପଂଚାୟତ ଓ ୱାର୍ଡରେ ନିଜର ରାଜ୍ୟସ୍ତରୀୟ ନେତାମାନଙ୍କୁ ମୁତୟନ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ କରାଇବାର କୌଣସି ସୁଯୋଗ ଛାଡ଼ୁନି, ତଥାପି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛର ଷଡ଼ଯନ୍ତ୍ରକୁ ଉନ୍ମୋଚନ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇନଥିବାରୁ ତା’ର ପ୍ରଭାବ ମଧ୍ୟ ବିଜେଡି ଭୋଟ୍ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି ।

ଝାରସୁଗୁଡ଼ା ଭୋଟରମାନେ ଏବେ ସମ୍ପୂର୍ଣ୍ଣ ନିରବ ରହିଥିବାବେଳେ ସେମାନଙ୍କର ମତିଗତ କ’ଣ ହେବ ତାକୁ ନେଇ ଶାସକ ବିଜେଡି ଆଶଙ୍କାରେ ରହିଛି । ଯଦିଓ ନିଜର ପ୍ରଶାସନିକ କଳ ଭରସାରେ ବିଜେଡି ଏହି ଉପନିର୍ବାଚନକୁ ଜିତିବା ନେଇ ଦୃଢ଼ ନିଶ୍ଚିତ ଅଛି ତଥାପି ବିଜେଡି ବିଧାୟିକା ଅଳକା ମହାନ୍ତି ଓ ବିଧାୟକ ସୁଶାନ୍ତ ସିଂଙ୍କୁ ଅଣଦେଖା ଏବଂ ପୁରୁଣା-ନୂଆ ବିଜେଡି କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଆଦି ସହ ତୀବ୍ର ଗୋଷ୍ଠୀକନ୍ଦଳର ପରିଣାମ ଶାସକ ଦଳକୁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

ଏପଟେ ଝାରସୁଗୁଡ଼ା ସ୍ଥିତି ଉପରେ ନଜର ରଖିଥିବା ବିଜେଡି ନେତୃତ୍ୱ ଆସନ୍ତା ସପ୍ତାହରେ ୭ କିମ୍ବା ୮ ତାରିଖରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ବିଚାର କରୁଥିବା ଜଣାପଡ଼ିଛି । ସ୍ଥାନୀୟ ନେତାମାନଙ୍କୁ ଧରି ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରଚାରକୁ ସରଗରମ କରିଥିବାବେଳେ ବିଜେଡି ଏବେ ରାଜ୍ୟସ୍ତରୀୟ ନେତାମାନଙ୍କ ଭରସାରେ ପ୍ରଚାର କାର୍ଯ୍ୟକୁ ଆଗେଇ ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨.୨୧ଲକ୍ଷ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ମ୍ୟୁନିସପାଲଟିରେ ସର୍ବାଧିକ ୭୧୧୧୩ଜଣ ଭୋଟର,ଲଇକେରା ବ୍ଲକରେ ୩୯୭୦୩ଜଣ ଭୋଟର, ଝାରସୁଗୁଡ଼ା ବ୍ଲକରେ ୩୮୫୪୬ଭୋଟ, କୋଲାବିରା ବ୍ଲକରେ ୩୭୮୧୦ଜଣ ଭୋଟର ଓ କିରମିରା ବ୍ଲକରେ ୩୩୯୦୧ଜଣ ଭୋଟର ଅଛନ୍ତି । ନିର୍ବାଚନମଣ୍ଡଳୀର ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story