Advertisment

ରାହୁଲ ଗାନ୍ଧିଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେଲେନି କମଲନାଥ ଗୋଷ୍ଠୀର କୌଣସି ବିଧାୟକ

ମଙ୍ଗଳବାର ରାହୁଲଙ୍କ ସହ କମଲନାଥଙ୍କୁ ଉଜ୍ଜୟୀନ ସ୍ଥିତ ମହାକାଳ ମନ୍ଦିରରେ ଦେଖିବାକୁ ମିଳିଥିଲା।

author-image
Hemant Lenka
Rahul Gandhi

Rahul Gandhi

ମଧ୍ୟପ୍ରଦେଶ କଂଗ୍ରେସରେ ସବୁ କିଛି ଠିକ ଠାକ ନଥିବା ଭଳି ଅନୁମେୟ ହେଉଛି। କାରଣ ଛିନ୍ଦୱାରା ସାଂସଦ ନକୁଲ ନାଥଙ୍କ ଠାରୁ ଆରମ୍ଭ କରି ତାଙ୍କ ବାପା କମଲ ନାଥଙ୍କ ଗୋଷ୍ଠୀର କୌଣସି ବିଧାୟକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହୋଇ ନାହାନ୍ତି।

Advertisment

ନକୁଲ ନାଥ ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ଯେ ସେ ବିଜେପିରେ ସାମିଲ ହେଉ ନାହାନ୍ତି ଓ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବେ। ହେଲେ ଆଜି ରାହୁଲ ଗାନ୍ଧି ବଦନାୱାରରେ କରୁଥିବା ନ୍ୟାୟ ଯାତ୍ରାରେ ସେ କିମ୍ବା ତାଙ୍କ ବାପାଙ୍କ ସମେତ ଛିନ୍ଦୱାରାର ସମସ୍ତ ୭ ବିଧାୟକ ଯୋଗ ଦେଇ ନେହାନ୍ତି।

ମଙ୍ଗଳବାର ରାହୁଲଙ୍କ ସହ କମଲନାଥଙ୍କୁ ଉଜ୍ଜୟୀନ ସ୍ଥିତ ମହାକାଳ ମନ୍ଦିରରେ ଦେଖିବାକୁ ମିଳିଥିଲା। ସେ ସିଇସି ବୈଠକ ଯୋଗୁ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ ବୋଲି ସଙ୍କେତ ଦେଇଥିଲେ। କିନ୍ତୁ ଅନ୍ୟ ୬ ବିଧାୟକ ଓ ନକୁଲ କାହିଁକି ରାହୁଲଙ୍କ ଯାତ୍ରାରେ ସାମିଲ ହେଲେ ନାହିଁ, ତାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବାରେ ଲାଗିଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପରେ ରାଜ୍ୟର ସମସ୍ତ ୬୬ ବିଧାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ। ଏପରି ସ୍ଥିତିରେ ନକୁଲ ଓ ୬ ବିଧାୟକ ଯାତ୍ରାରେ ସାମିଲ ନ ହେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ କମଲ ନାଥ ଯାତ୍ରାରେ କାହିଁକି ସାମିଲ ହେଲେ ନାହିଁ, ସେସମ୍ପର୍କରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, “ମୋତେ ଦିଲ୍ଲୀରେ ଆୟୋଜିତ ସିଇସି ବୈଠକରେ ଯୋଗ ଦେବାକୁ କୁହାଯାଇଥିଲା।”

କ’ଣ ଅନ୍ୟ ୬ ବିଧାୟକ ତାଙ୍କ ସହ ଦିଲ୍ଲୀରେ ଅଛନ୍ତି କି ପ୍ରଶ୍ନରେ କମଲନାଥ କହିଛନ୍ତି, “ସେମାନେ ଦିଲ୍ଲୀରେ କ’ଣ କରିବେ? କେବଳ ଛିନ୍ଦୱାରାର ବିଧାୟକ ନୁହନ୍ତି, ବିଭିନ୍ନ ପ୍ରାନ୍ତର ବିଧାୟକମାନେ ଭିନ୍ନଭିନ୍ନ କାରଣ ପାଇଁ ରାହୁଲ ଗାନ୍ଧିଙ୍କ ଯାତ୍ରାରେ ସାମିଲ ହୋଇ ପାରି ନାହାନ୍ତି। ଏହାକୁ ନେଇ ଗଣମାଧ୍ୟମ ବିଭିନ୍ନ ପ୍ରକାରର ଆକଳନ କରିବା ଠିକ ନୁହେଁ।”

Rahul Gandhi Madhya Pradesh